କନକ ବ୍ୟୁରୋ : ବ୍ରିଟେନରେ ଏକ ଚଳନ୍ତା ଟ୍ରେନରେ ଛୁରାମାଡ଼ ଘଟଣା ସାମ୍ନାକୁ ଆସିଛି । ଡନକାଷ୍ଟରରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏକ ଟ୍ରେନରେ ଏହି ଆଖିବୁଜା ଛୁରାମାଡ଼ ଘଟିଛି । ଏହି ଆକ୍ରମଣରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।
ସୂଚନା ଅନୁଯାୟୀ, ଟ୍ରେନରେ ଜଣେ ବ୍ୟକ୍ତି ହଠାତ୍ ଯାତ୍ରୀମାନଙ୍କୁ ଛୁରିରେ ଆକ୍ରମଣ କରିଥିଲା । ପରେ ପରେ ଟ୍ରେନରେ ଖେଳିଯାଇଥିଲା ଆତଙ୍କ । ଲୋକମାନେ ଭୟରେ ଦୌଡ଼ିବାରେ ଲାଗିଥିଲେ। ଅନେକ ଯାତ୍ରୀ ଟ୍ରେନ୍ ଟଏଲେଟରେ ଲୁଚି ଯାଇଥିଲେ । ଟ୍ରେନରେ ଏଣେତେଣେ ରକ୍ତଛିଟା ପଡ଼ିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଟ୍ରେନକୁ କ୍ୟାମ୍ବ୍ରିଜ୍ସାୟାର ହଣ୍ଟିଂଡନ୍ ଷ୍ଟେସନରେ ଅଟକା ଯାଇଛି । ତଦନ୍ତରେ ପୁଲିସକୁ ସହଯୋଗ କରୁଛି ଆତଙ୍କବାଦ ବିରୋଧୀ ଟିମ୍ । ବ୍ରିଟିସ୍ ପ୍ରଧାନମନ୍ତ୍ରୀ କେର୍ ଷ୍ଟାର୍ମର ଘଟଣାକୁ ନିନ୍ଦା କରିଛନ୍ତି ।
ଅଧିକ ପଢ଼ନ୍ତୁୃ--ମେକ୍ସିକୋର ସୁପରମାର୍କେଟରେ ଭୟାଭହ ବିସ୍ଫୋରଣ, ଚାଲିଗଲା ୨୩ ଜୀବନ
ଏହି ଘଟଣା ପରେ ଟ୍ରେନରେ ଉପସ୍ଥିତ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା । ଘଟଣାସ୍ଥଳରେ ତୁରନ୍ତ ପୁଲିସ ଏବଂ ଜରୁରୀକାଳୀନ ସେବା ଦଳ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସଙ୍କଟାପନ୍ନ ଥିବା ୯ ଜଣଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇ ଦିଆଯାଉଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସ ତଦନ୍ତ ଆରମ୍ଭ କରିଛି । ଘଟଣାରେ ସମ୍ପୃକ୍ତ ଥିବା ଦୁଇଜଣ ସନ୍ଦିଗ୍ଧଙ୍କୁ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କୁ ପଚରାଉଚରା କରାଯାଉଛି ଏବଂ ଏହି ଆକ୍ରମଣ ପଛର କାରଣ ଜାଣିବାକୁ ଚେଷ୍ଟା କରାଯାଉଛି । ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ନା ବ୍ୟକ୍ତିଗତ ଶତ୍ରୁତା ହେତୁ ଘଟିଛି, ତାହା ଉପରେ ତଦନ୍ତ ଚାଲିଛି । ବ୍ରିଟିଶ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇଛି ଏବଂ ଟ୍ରେନ ଯାତ୍ରୀମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବାକୁ ପ୍ରତିଶ୍ରୁତି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/02/uk-2025-11-02-15-11-57.jpg)