କନକ ବ୍ୟୁରୋ: ଶୀତରେ ଥରୁଛି ସାରା ଓଡ଼ିଶା । ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ରାତିର ପାରଦ କମିଚାଲିଥିବା ବେଳେ ଶୀତର ପ୍ରକୋପ ବଢ଼ୁଛି । ଜାଡ଼ରେ ଥରୁଛି କୋରାପୁଟ । ଜିଲ୍ଲାକୁ ପୂରା ଶୀତ ଗତ କିଛି ଦିନ ହେଲା ମାଡ଼ି ବସିଛି । ଆଜି ଦାମନଯୋଡିରେ ୩.୯ ଡିଗ୍ରୀ ରହିଛି । କାଲି ଥିଲା ୨.୯ । ଶୀତ ଦାଉରୁ ରକ୍ଷା ପାଇବା ପାଇଁ କିଏ ତ ନିଆଁ ର ଆଶ୍ରୟ ନେଉଛି, ଆଉ କିଏ ସକାଳ ର ବ୍ୟାୟାମ କୁ ଆପଣାଇଛି । ସେପଟେ ଆସନ୍ତା ୨୪ ତାରିଖ ଯାଏଁ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ଶୀତ ହେବାର ଆକଳନ କରାଯାଛି । ଏସବୁ ଭିତରେ ଆଗାମୀ ଦୁଇ ସପ୍ତାହ ଅର୍ଥାତ ନୂଆବର୍ଷ ପର୍ଯ୍ୟନ୍ତ ଏହିଭଳି ଶୀତ ଲହରୀ ଜାରି ରହିପାରେ ।
ଅହମ୍ମଦାବାଦରେ ଭାରତର ବଡ଼ ବିଜୟ, ହାଇସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ
ଦିଲ୍ଲୀରେ ଅସହ୍ୟ ହେଲାଣି ପ୍ରଦୂଷଣ । ଏକ୍ୟୁଆଇ ସ୍ତର ଏତେ ଖରାପ ସ୍ତରରେ ପହଞ୍ଚିଛି ଯେ ଯାତାୟାତଠୁ ଆରମ୍ଭ କରି ଶ୍ୱାସକ୍ରିୟା କଷ୍ଟକର ହେଲାଣି । ପ୍ରଦୂଷଣକୁ ଆଖିରେ ରଖି ୧୦ ହଜାର ଶ୍ରେଣୀଗୃହରେ ଏୟାର ପ୍ୟୁରିଫାୟର ଲଗାଇବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରାୟ ପ୍ରତିଦିନ ଦିଲ୍ଲୀର ପ୍ରଦୂଷଣ କଥା ଏବେ ଚର୍ଚ୍ଚା ପାଲଟିଛି ।
ମରୁଭୂମିରେ ବନ୍ୟା । ବିଗିଡ଼ିଗଲାଣି ଜଳବାୟୁ । ମରୁଭୂମିରେ ବି ହେଲାଣି ବନ୍ୟା । ଅବିଶ୍ରାନ୍ତ ବର୍ଷା ପରେ ୟୁଏଇରେ ବନ୍ୟା ପରିସ୍ଥିତି । ଦୁବାଇ ଓ ଆବୁଧାବିରେ ବର୍ଷା ପରେ ବନ୍ୟା ପରିସ୍ଥିତି । ବିଶେଷକରି ଆବୁଧାବିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାସ୍ତା ଉପରେ ପାଣିର ସୁଅ ଚାଲିଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ବନ୍ୟା ସ୍ଥିତି ଯୋଗୁଁ ଜଳବନ୍ଦୀ ହୋଇଛି ଜୀବନ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2025/12/20/2-2025-12-20-07-37-44.jpg)