ସମ୍ପର୍କରେ ଲାଗିଲା ରକ୍ତଛିଟା; ଶାଶୂକୁ ହତ୍ୟା କଲା ବୋହୂ

Advertisment

କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ । ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ ।

କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ । ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ ।

Domestic Dispute

Domestic Dispute Photograph: (Kanak News)

କନକ ବ୍ୟୁରୋ : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରୀ ଗଡପଦା ସାହିରେ ହତ୍ୟାକାଣ୍ଡ । ଶାଶୁକୁ ହତ୍ୟା କଲା ବୋହୂ । ମାଆ ସହ ମିଶି ଶାଶୁ କୁନି ନାୟକଙ୍କୁ ବୋହୂ ସରିତା ସାହୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ କୁନି ନାୟକଙ୍କ ପୁଅ କାହ୍ନୁ ନାୟକ ଥାନାରେ ଏତଲା ଦେଇଥିଲେ । ବୋହୂ ସରିତା ସାହୁ ଓ ତାଙ୍କ ମାଆଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ସଦର ଥାନା ପୁଲିସ ।

କାହ୍ନୁଙ୍କ ଅଭିଯୋଗ ଅନୁସାରେ, ସବୁବେଳେ ତାଙ୍କ ପତ୍ନୀ ଓ ମାଆଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା । ଗତକାଲି ରାତିରେ ସେ କାମରୁ ଘରକୁ ଫେରିବା ପରେ ମାଆ ପାଖ ରୁମରେ ଶୋଇଥିବା ନେଇ ବୋହୂ କହିଥିଲେ । ତେବେ ସେ ଯାଇ ଦେଖିଲା ବେଳକୁ ତାଙ୍କ ମାଆ ମରି ସାରିଥିଲେ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ରକ୍ତ ବାହାରୁଥିଲା । ତାଙ୍କୁ ମେଡିକାଲ ନେବାବେଳେ ସେଠାରେ ଡାକ୍ତର କୁନି ନାୟକଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ : କେନ୍ଦୁଝର ମହିଳା ମହାବିଦ୍ୟାଳୟ ଅଧ୍ୟାପିକାଙ୍କ ସନ୍ଦେହ ଜନକ ମୃତ୍ୟୁ; ପୁରୁଷ ବନ୍ଧୁ ରୁଦ୍ର ମିଶ୍ରଙ୍କୁ ଗିରଫ କଲା ସଦର ଥାନା ପୁଲିସ

ସେପଟେ ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର୍‌ ଗିରଫ । ଜୋକର୍‌କୁ ଗଞ୍ଜାମରୁ ଗିରଫ କଲା କମିସନ୍‌ରେଟ୍ ପୁଲିସ୍‌ର ସ୍ପେଶାଲ ସ୍କ୍ୱାର୍ଡ । ଦୁଷ୍କର୍ମ ଘଟଣା ପରେ ଜୋକର ପ୍ରଥମେ ଖୋର୍ଦ୍ଧାରେ ଆତ୍ମଗୋପନ କରିଥିଲା । ପରେ ଗଞ୍ଜାମ ଚାଲିଯାଇଥିଲା । ଜୋକରକୁ ଖୋଜି ଖୋଜି ନାକରେ ପାଣି ପିଇଥିଲା ପୁଲିସ । ଶେଷରେ ଗଞ୍ଜାମରେ ଲୁଚିଥିବାବେଳେ ତାକୁ କାବୁ କରିଛି ।

ତେବେ ଜୋକର ଜଣେ ପେଶାଦାର ଅପରାଧୀ । ତା ନାଁରେ ପୂର୍ବରୁ ୧୫ଟି ମାମଲାରେ ରହିଛି । ପୂର୍ବରୁ ପୁଲିସକୁ ହାଣି ଜେଲ ଯାଇ ଫେରିଥିଲା । ଆଉ ଏହି ଜେଲ୍‌ ଫେରନ୍ତା ନାବାଳିକା ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡ । ଏହାପୂର୍ବରୁ ଘଟଣାରେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ । ସାମ୍ନାକୁ ଆସିଲା ବାଙ୍କୁଆଳ ନଦୀ ପଠାରେ ନାବାଳିକାଙ୍କୁ ଦୁଷ୍କର୍ମର ପୁରା କାହାଣୀ କହିଛନ୍ତି ତାଙ୍କ ପୁରୁଷ ବନ୍ଧୁ । ସେପଟେ ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି ରଖିଛି ତଦନ୍ତକାରୀ ଟିମ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe