ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ; ନ୍ୟାୟ ଦାବିରେ ବିକ୍ଷୋଭ, ଠପ୍ ହୋଇଗଲା କେନ୍ଦୁଝର

ଅଖ, ଚକ, ସବୁ ବନ୍ଦ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ବିରୋଧରେ ପ୍ରତିବାଦର ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜନସାଧାରଣ ସହ ମହିଳା ।

Protest

Protest Photograph: (Kanak News)

କନକ ବ୍ୟୁରୋ : ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ପ୍ରତିବାଦରେ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ । ଅତ୍ୟାବଶ୍ୟକୀୟ ସେବାକୁ ଛାଡ଼ି ଦୋକାନ, ବଜାର, ଯାନବାହାନ ଚଳାଚଳ, ସ୍କୁଲ, କଲେଜ, ଅଫିସ୍ ସାମିଲଥିଲା । ସେପଟେ ଅଭିଯୁକ୍ତକୁ ଦଣ୍ଡବିଧାନ ସହ, ଅନୁପ୍ରବେଶକାରୀ, ଉପଦ୍ରବକାରୀ ତଥା ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଜିଲ୍ଲାରୁ ବିତାଡ଼ିତ କରିବାକୁ ଦାବି କରିଛି ବିଶ୍ୱହିନ୍ଦୁ ପରିଷଦ ।

ଅଖ, ଚକ, ସବୁ ବନ୍ଦ । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ବିରୋଧରେ ପ୍ରତିବାଦର ହୋଇଛି । ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି ଜନସାଧାରଣ ସହ ମହିଳା । କେନ୍ଦୁଝର ସହର ବ୍ୟତୀତ ଆନନ୍ଦପୁର, ଚମ୍ପୁଆ, ଯୋଡ଼ା, ବଡ଼ବିଲ, ପାଟଣା ଆଦି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିଲା । ଦୋକାନ, ବଜାର ସହ ଯାନବାହାନ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି ।

ଅଧିକ ପଢ଼ନ୍ତୁ : ମଞ୍ଚରେ ସୀମା ଟପିଲା ଅଶ୍ଳୀଳତା : ମାଆ ସୀତା ଭୂମିକାରେ ଥିବା କଳାକାରଙ୍କୁ ଉଲଗ୍ନ ସହ କଲେ ଦୁଷ୍କର୍ମ ଉଦ୍ୟମ

ସେପଟେ ସାମ୍ନାକୁ ଆସିଛି ଦୁଷ୍କର୍ମକାରୀର ସିସିଟିଭି ଫୁଟେଜ୍ । ଗାଡ଼ି ରଖିବା ପରେ ସିଧା ପୀଡ଼ିତାଙ୍କ ଦୋକାନ ଭିତରକୁ ପଶିଯାଉଛି ଅଭିଯୁକ୍ତ । ଯଦିଓ ଏହି ଘଟଣା ପରେ ଦୁଷ୍କର୍ମକାରୀକୁ ଗିରଫ କରାଯାଇଛି, କିନ୍ତୁ ଏହା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ଦାବି ହୋଇଛି । ଖୋଦ୍ ଉତ୍ତରାଞ୍ଚଳ ଡିଆଇଜି କହିଛନ୍ତି ଯେ, ପୀଡ଼ିତା କିପରି ନ୍ୟାୟ ପାଇବେ, ସେଥିପାଇଁ ସବୁ ବ୍ୟବସ୍ଥା କରାଯିବ । ସେପଟେ ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ସେମାନଙ୍କୁ ବିଦା କରିବାକୁ ଦାବି ହୋଇଛି ।

ଗତ ୧୪ ତାରିଖରେ ଘରେ କେହି ନଥିବାର ସୁଯୋଗ ପାଇ ନାବାଳିକାକୁ ଦୁଷ୍କର୍ମ କରିଥିଲା ଜଣେ ପାଉଁରୁଟି ବିକାଳି । ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ପୀଡିତା ନାବାଳିକା ଜଣକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe