କନକବ୍ୟୁରୋ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଉରୁମୁଣ୍ଡା ମୁଣ୍ଡା ସାହିରେ ଜଣେ ୯ ବର୍ଷର ଦିବ୍ୟାଙ୍ଗ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୁକ୍ତ ପାଉଁରୁଟି ବିକାଳିକୁ କେନ୍ଦୁଝର କାଶିପୁରରୁ କାବୁ କଲା ପୁଲିସ । ଗୁରୁତର ନାବାଳିକା ମେଡିକାଲରେ ଭର୍ତ୍ତି ।
କାଶୀପୁରରୁ ଅଭିଯୁକ୍ତକୁ କାବୁ କରିଲା ପୁଲିସ
ଅଧିକ ପଢନ୍ତୁ.... କିଡନି ଷ୍ଟୋନ୍ ହୋଇଛି ବୋଲି : ଜାଣିବେ କେମିତି?
ସୂଚନା ଅନୁଯାୟୀ, ଗତକାଲି ସଂପୃକ୍ତ ପାଉଁରୁଟି ବିକାଳି ନାବାଳିକାଙ୍କ ଦୋକାନକୁ ପାଉଁରୁଟି ଦେବାକୁ ଆସିଥିବା ବେଳେ ଘରେ କେହି ନଥିବା ସୁଯୋଗ ପାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣା ପଡ଼ିଛି । ପରିବାର ଲୋକେ ଘରକୁ ଆସିବା ପରେ ନାବାଳିକା ଜଣଙ୍କ କାନ୍ଦୁଥିବା ଦେଖି ପଚାରିବା ପରେ ଘଟଣା ଜଣାପଡ଼ିଥିଲା । ପରେ ପରିବାର ଲୋକେ ପୁଲିସକୁ ଖବର ଦେଇଥିଲେ ଓ ଅଭିଯୁକ୍ତ ଜଣଙ୍କ ରହୁଥିବା କେନ୍ଦୁଝର ସହରର କାଶୀପୁରରୁ ଅଭିଯୁକ୍ତକୁ କାବୁ କରିଥିଲା ପୁଲିସ ।
ଅଧିକ ପଢନ୍ତୁ... ଦିଲ୍ଲୀ କାର ବିସ୍ଫୋରଣ ମାମଲା, ଘଟଣାସ୍ଥଳରୁ ମିଳିଲା ୯ ଏମ୍ ଏମ୍ର ୩ଟି କ୍ୟାଟ୍ରିଜ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/16/minor-girl-rape-2025-11-16-15-15-07.jpg)