କନକବ୍ୟୁରୋ : ରାମାୟଣ ମଞ୍ଚରେ ସୀମା ଟପିଲେ ରାବଣ ଚରିତ୍ର ନିଭାଉଥିବା ବ୍ୟକ୍ତି । ମାଆ ସୀତା ଭୂମିକାରେ ଥିବା କଳାକାରଙ୍କୁ ଉଲଗ୍ନ ସହ କଲେ ଦୁଷ୍କର୍ମ ଉଦ୍ୟମ । ଅଶ୍ଳୀଳତା ର ଚରମ ସୀମା ଟପିଛି ଏହି ଘଟଣା । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଣଜା ଗାଁ ଯାତ୍ରାରେ ଅଭିନୀତ ହୋଇଥିଲା ଏହି କାହାଣୀ । ଯେଉଁଠି ଅପସଂସ୍କୃତିର ଝଲକ ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ... ନୀତୀଶଙ୍କ ଦଳ ଜିତିଲା ୨୫ରୁ ଅଧିକ ସିଟ୍; ରାଜନୀତି ଛାଡ଼ିଦେବେ କି ପ୍ରଶାନ୍ତ କିଶୋର?
ବିଡ଼ମ୍ବନାର କଥା ହେଲା, ଅଶ୍ଳୀଳତାର ଏଭଳି ଦୃଶ୍ୟକୁ ଶହ ଶହ ଲୋକେ ଉପଭୋଗ କରୁଛନ୍ତି । କିନ୍ତୁ କେହି ବିରୋଧ କରିନାହାନ୍ତି । ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ନିଜ ହିତାହିତ ଜ୍ଞାନ ଭୁଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଅଧିକ ପଢନ୍ତୁ..ବିହାର ସରକାର ଗଠନର ଫର୍ମୁଲା ବାହାରିଲା: ବିଜେପିର ୧୫ରୁ୧୬ ନେତା ହେବେ ମନ୍ତ୍ରୀ!
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/16/2-2025-11-16-15-56-58.jpg)