କନକ ବ୍ୟୁରୋ: ରେଡ୍ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ । ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ ଏଡିଜି ଓ ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଏହି ମାମଲା କ୍ରାଇମ ଏଗେନଷ୍ଟ ଓମେନ ବା ଉଇଡ ଭାବେ ପରିଗଣିତ ହେବ । ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି । ଜଣେ ଡ଼ିଏସପି ପାହ୍ୟାର ଅଫିସର ଧଉଳି ଥାନା ଯାଇ ତଦନ୍ତର ଅଗ୍ରଗତି ବାବଦରେ ବୁଝିବେ । ତଦନ୍ତ କିପରି ତ୍ୱରାନ୍ୱିତ ହେବ, ସେନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ସମେତ, ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ ପର୍ଯ୍ୟନ୍ତ ସହଯୋଗ କରିବ ସ୍ବତନ୍ତ୍ର ଟିମ୍ । ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି । ଗତ ୧୦ ତାରିଖରେ ବାଙ୍କୁଆଳ ନଦୀପଠାରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ ନାବାଳିକା ।
ସାଇବର ସୁରକ୍ଷା ନେଇ ସଚେତନତା ଶିବିର
ଓଡ଼ିଶାର ରେଡ୍ ଫ୍ଲାଗ୍ ଦୁଷ୍କର୍ମ ମାମଲା
ନଜର ପକାନ୍ତୁ ଓଡ଼ିଶାରେ କେଉଁ କେଉଁ ମାମଲାକୁ ରେଡ୍ ଫ୍ଲାଗ ମାମଲା ବିଚାର କରାଯାଇଛି
୨୦୧୬ ଜଟଣୀ ନାବାଳିକା ଦୁଷ୍କର୍ମ ମାମଲା
୨୦୧୭ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା
୨୦୧୮ ସାଲେପୁର ନାବାଳିକା ଦୁଷ୍କର୍ମ ମାମଲା
୨୦୧୯ ଜଟଣୀ ନାବାଳିକା ଦୁଷ୍କର୍ମ ମାମଲା
୨୦୧୯ ସମ୍ବଲପୁର ଗଣଦୁଷ୍କର୍ମ ମାମଲା
୨୦୨୧ ଲକ୍ଷ୍ମୀସାଗର ଗଣଦୁଷ୍କର୍ମ ମାମଲା
୨୦୨୩ ବଳଙ୍ଗା ନାବାଳିକା ଦୁଷ୍କର୍ମ ମାମଲା
ରାଜ୍ୟରେ ଥମୁନି ଦୁଷ୍କର୍ମ ମାମଲା
୨୦୨୪ରେ ମୋଟ୍ ୩୦,୯୪୩ ମହିଳା ବିରୋଧୀ ଅପରାଧ
ଜୁନରୁ ଡିସେମ୍ବର ଭିତରେ ୧୮ହଜାର ମହିଳା ନିର୍ଯାତନା
୨୦୨୪ରେ ୨୦୩୪ ନାବାଳିକା ଦୁଷ୍କର୍ମର ଶିକାର
୮ ଜଣ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ହୋଇଛି
୨୦୨୪ ଜୁନରୁ ଡିସେମ୍ବର ଭିତରେ ୧୪୭୫ ଦୁଷ୍କର୍ମ
ସେହି ସମୟରେ ଗଞ୍ଜାମରେ ୮୨ ଦୁଷ୍କର୍ମ ମାମଲା ରୁଜୁ
ମୟୂରଭଞ୍ଜରେ ସର୍ବାଧିକ ୯୭, ବୌଦ୍ଧରେ ସର୍ବନିମ୍ନ ୯
ସେପଟେ ଧଉଳି ଦୁଷ୍କର୍ମ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ସେ କହିଛନ୍ତି, ଧଉଳି ହେଉଛି ଅନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ । ସେଠାର ସୁରକ୍ଷା କଡାକଡି ହେବା କଥା । ହେଲେ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ନେଇ ନାହାନ୍ତି । କଂଗ୍ରେସ ପୂର୍ବରୁ ମହିଳା ସୁରକ୍ଷା ପାଇଁ ଲଢେଇ କରୁଥିଲୁ । ପୁଣି ଲଢେଇ ଜୋରଦାର ହେବ ।
ଧଉଳି ଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାରଙ୍କୁ ବିଜେଡି ବି କଡ଼ା ସମାଲୋଚନା କରିଛି । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସୁଛି । ଧଉଳି ପରି ପର୍ଯ୍ୟଟନସ୍ଥଳୀ ବି ବାଦ୍ ପଡ଼ୁନି। ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଥିବା ବିଜେଡି ମୁଖପାତ୍ର ଅଭିଯୋଗ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/17/3-2025-12-17-08-00-23.jpg)