କନକ ବ୍ୟୁରୋ : କମିସନରେଟ ପୁଲିସର ସହଯୋଗରେ ମଙ୍ଗଳବାର କଟକର କେମ୍ବ୍ରିଜ ସ୍କୁଲ ଆଲୁମିନି ଟ୍ରଷ୍ଟ ଦ୍ୱାରା ସାଇବର ସୁରକ୍ଷା ଉପରେ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା । ଏହି ସଚେତନତା ଶିବିରର ଦୁଇଟି ଅଧିବେଶନରେ  ଅତିରିକ୍ତ ଡିସିପି ସ୍ୱରାଜ ଦେବତା ଏବଂ ଏସିପି ସୁଚିସ୍ମିତା ଦାସ ସୋସିଆଲ ମିଡିଆ ସମ୍ପର୍କିତ ସତର୍କତା ସହିତ ଇଣ୍ଟରନେଟ୍ ସୁରକ୍ଷା ସମ୍ପର୍କର ବିଭିନ୍ନ ଦିଗ ବିଷୟରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ ।

Advertisment

ଛାତ୍ରଛାତ୍ରୀମାନେ ଅଜଣା ଭିଡିଓ କଲ୍ ବିଷୟରେ ସତର୍କ ରହିବା ଉଚିତ ଏବଂ ସାଇବର ବୁଲିଂ ନେଇ ତୁରନ୍ତ ରିପୋର୍ଟ କରିବା ଉଚିତ। ଏହାବ୍ୟତୀତ, ସେମାନେ ଦେୟଯୁକ୍ତ ଗେମିଂ ଆପ୍ସରୁ ଦୂରରେ ରହିବା ଉଚିତ ଏବଂ ଅଧିକୃତ ଆପ୍ ଷ୍ଟୋର ବାହାରୁ ଆପ୍ ଡାଉନଲୋଡ୍ ନ କରିବା ଉଚିତ ବୋଲି କହିଛନ୍ତି ଏସିପି ସୁଚିସ୍ମିତା ଦାସ । ସେହିପରି ଏହି ସଚେତନତା ଶିବିରରେ ସୁରକ୍ଷିତ ଅନଲାଇନ୍ ଟ୍ରାଞ୍ଜାକ୍ସନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ତା ସହିତ ଅଜଣା UPI ଲିଙ୍କକୁ କ୍ଲିକ୍ ନ କରିବା ଏବଂ କ୍ଷତିକାରୀ ପପ୍-ଅପ୍ ଉପରେ କ୍ଲିକ୍ ନ କରିବା ନେଇ ଅତିରିକ୍ତ ଡିସିପି ସ୍ୱରାଜ ଦେବତା ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। 

ଆହୁରି ପଢ଼ନ୍ତୁ : ଖସିଲା ସୁନା ରେଟ୍: ଜାଣନ୍ତୁ, କେତେ ହେଲା ଶସ୍ତା?

ଏହାସହିତ ପୁଲିସ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କୁ ୧୯୩୦  ନମ୍ବର ଡାଏଲ୍ କରି କିମ୍ବା www.cybercrime.gov.in  ମାଧ୍ୟମରେ, ନଚେତ୍ ନିକଟତମ ପୁଲିସ ଷ୍ଟେସନରେ ରିପୋର୍ଟ କରି ଅନଲାଇନ୍ ହାରାସମେଣ୍ଟ କିମ୍ବା ଯେକୌଣସି ସାଇବର ଅପରାଧ ସମ୍ପର୍କରେ ରିପୋର୍ଟ କରିବାକୁ ପରାମର୍ଶ ଦେଇଥିଲେ ।

କେମ୍ବ୍ରିଜ ସ୍କୁଲର ଶିକ୍ଷକମାନେ କହିଛନ୍ତି ଯେ ସାଇବର ସୁରକ୍ଷା ଉପରେ ଏପରି ସଚେତନତା ଶିବିର ସମୟର ଆବଶ୍ୟକତା, କାରଣ ଛାତ୍ରଛାତ୍ରୀମାନେ ସାଇବର ଅପରାଧର ଶିକାର ହେଉଛନ୍ତି । ଏହାର ପିଲାଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଉପରେ ପଡୁଛି । ସୂଚନାଯୋଗ୍ୟ ଯେ, ସ୍କୁଲର ପ୍ରାୟ ୬୦୦ ଛାତ୍ରଛାତ୍ରୀ ଏହି ସଚେତନତା ଶିବିରରେ ଅଂଶଗ୍ରହଣ କରିଥିଲେ ।