କନକ ବ୍ୟୁରୋ: ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ଖୋଦ୍ ରାଜଧାନୀରେ ନାରୀ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି । ସେପଟେ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି ରାଜ୍ୟ ମହିଳା କମିସନ ଓ ଶିଶୁ ଅଧିକାର ସୁରକ୍ଷା କମିସନ ।
- ଛାତି ଥରାଇଲା ‘ଧଉଳି’ କାଣ୍ଡ!
- ନଦୀ ପଠାରେ ଗଣଦୁଷ୍କର୍ମ!
- ନାବାଳିକାଙ୍କୁ ବି ଛାଡ଼ିଲେନି ନରପିଶାଚ!
- ରାଜଧାନୀରେ ଲଜ୍ଜା, ରାଜ୍ୟରେ ଚାଞ୍ଚଲ୍ୟ
ତେବେ ମିଳିଥିବା ସୂଚନା ଅନୁସାରେ ନିଛାଟିଆ ବାଙ୍କୁଆଳ ନଦୀ ପଠାରେ ୧୦ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାବେଳେ ଜଘନ୍ୟ କାଣ୍ଡ ଭିଆଇଥିଲେ ସୈତାନ। ଧଉଳି ବୁଲି ଫେରିବା ବେଳେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଅଟକାଇ ଟଙ୍କା ମାଗିଥିଲେ ୫ ଦୁର୍ବୃତ୍ତ। ଟଙ୍କା ନଦେବାରୁ ଅତର୍କିତ ଆକ୍ରମଣ କରିବା ସହ, ଉଭୟଙ୍କୁ ଭିଡ଼ି ନେଇଥିଲେ ନଈପଠାକୁ । ପୁରୁଷ ବନ୍ଧୁଙ୍କ ମୁଣ୍ଡକୁ ପଥରରେ ଛେଚିଥିଲେ ଅତି ନୃଶଂସ ଭାବରେ । ନାବାଳିକା ଜଣକ ବଞ୍ଚାଅ ବଞ୍ଚାଅ ଚିତ୍କାର କରିବା ସହ ଗୋଡ଼ ଧରି ନେହୁରା ହୋଇଥିଲେ । ହେଲେ ଶାନ୍ତ ପଡ଼ିନଥିଲେ ସଇତାନ। ବର୍ବରତାର ସୀମା ଟପି, ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ । ମୋବାଇଲରେ ଫଟୋ ଓ ଭିଡିଓ ନେଇଥିଲେ । ମୁହଁ ଖୋଲିଲେ ଭାଇରାଲ୍ କରିଦେବାକୁ ଧମକ ଦେଇଥିଲେ ।
ଆହୁରି ପଢ଼ନ୍ତୁ : ଜୀବନ ନେଉଛି ମାଞ୍ଜା ସୂତା; ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଲାଗୁନି ଅଙ୍କୁଶ
ତେବେ ଘରକୁ ଫେରି ମାଆଙ୍କୁ ସବୁ କଥା କହିବା ପରେ, ୧୧ ତାରିଖରେ ଧଉଳି ଥାନାରେ ହୋଇଛି ଏତଲା । ଅଭିଯୋଗ ଆଧାରରେ ପୀଡ଼ିତା ଓ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିବା ସହ, ୨ ଅଭିଯୁକ୍ତ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ଓରଫ୍ କାଳୁ ପାତ୍ର ଓ ବାଙ୍କୀ ଅଞ୍ଚଳର ବିଭୁ ମିଶ୍ରଙ୍କୁ ଗିରଫ କରିଛି ପୁଲିସ । ଅନ୍ୟ ୩ ଜଣ ଫେରାର୍ ଅଛନ୍ତି ।
ଗଣଦୁଷ୍କର୍ମର ସପ୍ତାହେ ପରେ ସାମ୍ନାକୁ ଆସିଛି ଘଟଣା। ଏଥିରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି ରାଜ୍ୟ ମହିଳା କମିସନ । କମିସନ ସଦସ୍ୟା ଘଟଣାସ୍ଥଳ ଅନୁଧ୍ୟାନ କରିବା ସହ, ଏହାକୁ ଅତି ଗୁରୁତ୍ୱର ସହ ନେବାକୁ ଧଉଳି ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା କମିସନ ଅଧ୍ୟକ୍ଷା ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଛନ୍ତି । ତେଣୁ ପ୍ରଶ୍ନ ଉଠୁଛି, କୁଆଡ଼େ ଗଲେ ଆଉ ୩ ଦୁର୍ବୃତ୍ତ? କେବେ ଜବତ ହେବ ଫଟୋ ଓ ଭିଡିଓ ଥିବା ମୋବାଇଲ? ଭିଡ଼ିଓ ଭାଇରାଲ୍ ହେବା ଆଶଙ୍କାରେ ଏବେ ବି ପୀଡ଼ିତାଙ୍କ ପରିବାରର ନିଦ ହଜି ଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/12/16/dhauli-gang-rape-2025-12-16-19-15-55.jpg)