କନକବ୍ୟୁରୋ : ଲେଡି କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣା, କ୍ୟାପିଟାଲ ଥାନା ପୁଲିସ୍ କୋର୍ଟରେ ଦାଖଲ କଲା ୭୦୦ ପୃଷ୍ଠାର ଚାର୍ଜସିଟ୍ । ଏହି ଚାର୍ଜସିଟରେ ଉଭୟଙ୍କ ପରିଚୟ ଠାରୁ ହତ୍ୟା ପର୍ଯ୍ୟନ୍ତ ରହିଛି ସମସ୍ତ ପ୍ରମାଣ । ମୁଖ୍ୟ ଅଭିଯୁକ୍ତ ଦୀପକ ରାଉତଙ୍କ ସମେତ ଅନ୍ୟ ଦୁଇ ଅଭିଯୁକ୍ତଙ୍କ ନାଁରେ ସାକ୍ଷ୍ୟ ପ୍ରଦାନ କରିଛନ୍ତି ୪୨ଜଣ ସାକ୍ଷୀ । ଦଫା ୧୦୩(୧), ୨୩୮ ଓ ୬୧(୨) ବିଏନ୍ଏସରେ ଧାରା ଅନୁଯାୟୀ ଚାର୍ଜସିଟ୍ ଦାଖଲ କରାଯାଇଛି ।
ଅଧିକ ପଢନ୍ତୁ ... 'ମୁଁ ବଞ୍ଚିବାକୁ ଚାହୁଛି ମା’, କିନ୍ତୁ କାମ ଚାପରେ ଅତିଷ୍ଟ ହୋଇପଡ଼ିଲିଣି'
ମୁଖ୍ୟ ଅଭିଯୁକ୍ତ ତଥା ଶୁଭମିତ୍ରାଙ୍କ ପୁରୁଷ ବନ୍ଧୁ ରାଉତ, ମାଉସୀ ପୁଅ ଭାଇ ବିନୋଦ ବିହାରୀ ଭୂୟାଁ ଓ ଜଟିଆ ଓ ସମ୍ଭୁ ମହନ୍ତକୁ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଦର୍ଶାଇଛି । ଆନୁଷ୍ଠାନିକ ବିବାହ କରିବାକୁ ଶୁଭମିତ୍ରା ଧାର ଦେଇଥିବା ଟଙ୍କା ମାଗିବା ହିଁ ହତ୍ୟାର ମୁଖ୍ୟ କାରଣ ବୋଲି ଚାର୍ଜସିଟରେ ଦର୍ଶାଯାଇଛି । ଏଥିସହିତ ଶୁଭମିତ୍ରାଙ୍କ ମୃତ୍ୟୁପରେ ଟଙ୍କା ହାତେଇବାକୁ ଦୀପକ କୋଟିଏ ୨୫ ଲକ୍ଷ ଟଙ୍କାର ବୀମା କରିଥିଲା ବୋଲି ପୋଲିସ ତଦନ୍ତରେ ଉଲ୍ଲେଖ ରହିଛି । ପରିଚୟ ଠାରୁ ଆରମ୍ଭ କରି ଶୁଭମିତ୍ରାଙ୍କୁ ହତ୍ୟା କରିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରମାଣକୁ ଏକାଠି କରି ତଦନ୍ତକାରୀ ଅଧିକାରୀ ତଥା ଇନ୍ସପେକ୍ଟର ବିପିନ ବିହାରୀ ହୋତା ପ୍ରାୟ ୭୦୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛନ୍ତି ।
--
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/02/5-2025-12-02-08-28-44.jpg)