କନକ ବ୍ୟୁରୋ: କୋର୍ଟରେ ହାଜର ହେଲେ ଭେନେଜୁଏଲା ରାଷ୍ଟ୍ରପତି । ସୋମବାର ବ୍ରୁକଲିନ ଜେଲ୍ରୁ କଡ଼ା ସୁରକ୍ଷା ବଳୟରେ ନିକୋଲାସ୍ ମାଦୁରୋଙ୍କୁ ନ୍ୟୁୟର୍କସ୍ଥିତ ମ୍ୟାନହାଟନ ଫେଡେରାଲ୍ କୋର୍ଟରେ ହାଜର କଲା ଆମେରିକା । ମାଦୁରୋଙ୍କ ସହ ତାଙ୍କ ପତ୍ନୀଙ୍କୁ ମଧ୍ୟ ସଶସ୍ତ୍ର ସୁରକ୍ଷାକର୍ମୀମାନେ ହେଲିକପ୍ଟରରେ କୋର୍ଟକୁ ହାଜର କରିବା ପାଇଁ ନେଇଥିଲେ । ଉଭୟ କଏଦୀ ପୋଷାକରେ ଥିବା ବେଳେ, ମାଦୁରୋ ଛୋଟେଇ ଛୋଟଇ ଚାଲୁଥିବା ଦେଖିବାକୁ ମିଳିଥିଲା । ହାଜର ହେବା ପୂର୍ବରୁ କୋର୍ଟ ଆଖପାଖରେ ବ୍ୟାରିକେଡିଂ କରାଯିବା ସହ କଡ଼ା ପାଟ୍ରୋଲିଂ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ତାଙ୍କ ବିରୋଧରେ ଡ୍ରଗ୍ସ ମାଫିଆଙ୍କ ଭଳି ସଂଗୀନ ଆରୋପ ଲଗାଇଛି ଆମେରିକା । ନିଶା କାରବାର ପାଇଁ ଆତଙ୍କବାଦ ଷଡ଼ଯନ୍ତ୍ର, କୋକେନ୍ ଆମଦାନୀ ଷଡ଼ଯନ୍ତ୍ର, ମେସିନ୍ଗନ୍ ଓ ଧ୍ୱଂସକାରୀ ଯନ୍ତ୍ର ରଖିବା, ଆମେରିକା ବିରୋଧରେ ଉପଯୋଗ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବା ଇତ୍ୟାଦି ମାମଲାରେ ବିଚାର ଚାଲିବ । ସୂଚନା ଅନୁସାରେ, ୯୨ ବର୍ଷୀୟ ବିଚାରପତିଙ୍କ ହାତରେ ମାଦୁରୋଙ୍କ ଭାଗ୍ୟ ।
ରାଜ୍ୟକୁ ପୁଣି ଫେରିଲା ଶୀତ, ଆଗାମୀ ୪ଦିନ ଯାଏ ରହିବ ପ୍ରଭାବ: ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି
- ମାଦୁରୋଙ୍କ ମାମଲାର ଶୁଣାଣି କରିବେ ୯୨ ବର୍ଷୀୟ ବିଚାରପତି
- ଫେଡେରାଲ୍ କୋର୍ଟର ବରିଷ୍ଠ ଜଜ୍ ଆଲ୍ଭିନ୍ ହେଲରଷ୍ଟିନଙ୍କୁ ଦାୟିତ୍ୱ
- କୋର୍ଟରେ ଶୁଣାଣିର ଅଧ୍ୟକ୍ଷତା କରିବେ ଇହୁଦୀ ବିଚାରପତି ଆଲ୍ଭିନ
- ୧୯୯୮ରେ ତାଙ୍କୁ ବିଚାରପତି ନିଯୁକ୍ତ କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ୍
- ୨୦୧୧ରୁ ନ୍ୟୁୟର୍କରେ ବରିଷ୍ଠ ବିଚାରପତି ଦାୟିତ୍ୱ ତୁଲାଉଛନ୍ତି ଆଲ୍ଭିନ୍
- ଆତଙ୍କବାଦ ଓ ରାଷ୍ଟ୍ରୀୟ ସୁରକ୍ଷା ସଂପର୍କିତ ମାମଲା ବିଚାରରେ ଦୀର୍ଘ ଅଭିଜ୍ଞତା
- ବହୁଚର୍ଚ୍ଚିତ ୯/୧୧ ଆତଙ୍କୀ ଆକ୍ରମଣ ମାମଲାରେ ଥିଲେ ବିଚାରପତି
- ଏହା ପୂର୍ବରୁ ଟ୍ରମ୍ପଙ୍କ ଏକ ଆବେଦନକୁ ଖାରଜ କରିଦେଇଥିଲେ ଆଲ୍ଭିନ୍
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/media_files/2026/01/06/venezuelan-president-2026-01-06-08-08-06.jpg)