ଛତିଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ; ୩ ମାଓବାଦୀ ନିପାତ

Advertisment

ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଡିଆରଜି ଟିମ୍ । ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ।

ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଡିଆରଜି ଟିମ୍ । ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି ।

Maoists

Maoists Photograph: (Kanak News)

କନକ ବ୍ୟୁରୋ : ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ସଫା । ଉଭୟ ପକ୍ଷଙ୍କ ମଧ୍ୟରେ ଏବେ ବି ଜାରି ରହିଛି ଗୁଳି ବିନିମୟ । ସୁକମା ଗୋଲାପଲ୍ଲୀ ଥାନା ଅନ୍ତର୍ଗତ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଆକ୍ସନ ମୋଡକୁ ଆସିଥିଲା ଡିଆରଜି ଟିମ୍ । ଏହି ସମୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ବେଳେ ୩ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । ଏବେ ବି ଜଙ୍ଗଲ ଭିତରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ମାଓବାଦୀଙ୍କୁ ଖୋଜୁଛନ୍ତି ସୁରକ୍ଷାକର୍ମୀ ।

ନିକଟରେ ସୁନ୍ଦରଗଡ଼ ଓ ଝାଡ଼ଖଣ୍ଡ ସରଣ୍ଡା ଜଙ୍ଗଲରୁ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି ଏନଆଇଏ । ପଥର ଖଣିକୁ ବିସ୍ଫୋରକ ପଠାଇବା ସମୟରେ ୪ ହଜାର କେଜି ବିସ୍ଫୋରକ ଲୁଟ୍ ଘଟଣାରେ ୧୧ ଅଭିଯୁକ୍ତଙ୍କ ବିରୁଦ୍ଧରେ ଆରୋପ ପତ୍ର ଦାଖଲ କରିଛି । ଏହି ୧୧ ଜଣଙ୍କ ବିରୋଧରେ ୟୁଏ(ପି) ଆକ୍ଟ, ବିଏନ୍‌ଏସ୍, ଆର୍ମ୍ସ ଆକ୍ଟ ର ବିଭିନ୍ନ ଧାରରେ ମାମଲା ରୁଜୁ କରାଯାଇଛି ।

ଅଧିକ ପଢ଼ନ୍ତୁ : ମାଓବାଦୀଙ୍କୁ ଘାରିଲାଣି ଏନ୍‌କାଉଣ୍ଟର ଭୟ ; ଆତ୍ମସମର୍ପଣ ପାଇଁ ଫେବ୍ରୁଆରି ୧୫ ଯାଏଁ ମାଗିଲେ ସମୟ

ଏହି ୧୧ ମାଓବାଦୀ ଅପରାଧୀକ ଷଡ଼୍‌ଯନ୍ତ୍ର, ପ୍ରସ୍ତୁତି ଓ କାର୍ଯ୍ୟକରଣରେ ସକ୍ରିୟ ଭାବେ ଜଡିତ ଥିଲବା ତଦନ୍ତବେଳେ ଏନଆଇଏ ପ୍ରମାଣ ପାଇଛି । ୨୦ କିଲୋର ମୋଟ୍ ୨୦୦ ପ୍ୟାକେଟ୍ ଲୁଟ୍ ହୋଇଥିଲା । ୨୭ ମେ, ୨୦୨୫ରେ ବିସ୍ଫୋରକଗୁଡିକୁ ଇଟମା ବିସ୍ଫୋରକ ଷ୍ଟେସନ୍‌ରୁ ବାଙ୍କୋ ପାଥର ଖଣିକୁ ନିଆଯାଉଥିଲା । ସେତେବେଳେ ୧୦,୧୫ ଜଣ ଶସ୍ତ୍ରଧାରୀ ମାଓବାଦୀ ଗାଡିକୁ ଓ ଚାଳକଙ୍କୁ ଜବରଦସ୍ତି ଅପହରଣ କରି ନେଇଥିଲେ । ଘଟଣାରେ ପୁଲିସ ଓ ବିଏସଏଫ୍ ଜବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe