crime Photograph: (Kanak News)
କନକ ବ୍ୟୁରୋ: ଅନୁଗୁଳରେ ଥାନା ଅଧିକାରୀଙ୍କୁ ରାତି ଅଧରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ । ପୁଲିସ ଏ ସମ୍ପର୍କରେ ଏକ ମାମଲା ରୁଜୁ କରି ଘଟଣାର ଛାନ୍ଭିନ ଆରମ୍ଭ କରିଛି । ଅନୁଗୁଳ ସାଇବର ଥାନା ଅଧିକାରୀ ଇନ୍ସପେକ୍ଟର ଖଲେଶ୍ବର ସେଠୀ ଗତ ୧୮ ତାରିଖ ରାତି ପ୍ରାୟ ସାଢ଼େ ୧୧ଟା ବେଳକୁ ଡ୍ୟୁଟି ସାରି ଥାନାରୁ ଫେରୁଥିଲେ । ଏହି ସମୟରେ ବୁଢ଼ୀ ଠାକୁରାଣୀ ଛକ ନିକଟରେ ଏକ ବସ୍ ତାଙ୍କ ଉପରକୁ ମାଡ଼ି ଆସିଥିଲା । ତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରିବାକୁ ଡ୍ରାଇଭର୍ ଉଦ୍ୟମ କରିଥିବା ବେଳେ ଖଲେଶ୍ୱର ରାସ୍ତା କଡ଼କୁ ଚାଲିଯିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।
କଟକଣା ସତ୍ତ୍ବେ ରାଜନୈତିକ ଦଳକୁ ଟଙ୍କାବର୍ଷା, ନିର୍ବାଚନୀ ବଣ୍ଡ୍ ରଦ୍ଦ ସତ୍ତ୍ବେ ବର୍ଷକରେ ୩ ଗୁଣା ବଢିଲା ପାଣ୍ଠି
ଏହାପରେ ଡ୍ରାଇଭର୍ ଓ ତାଙ୍କର ଅନ୍ୟ ଦୁଇ ସହଯୋଗୀ ଗାଡ଼ିରୁ ଓହ୍ଲାଇ ତାଙ୍କୁ ଗାଳି ଗୁଲଜ କରିବା ସହିତ ଜାତିକୁ ନେଇ ଆକ୍ଷେପ କରିଥିଲେ । ପରେ ଥାନା ଅଧିକାରୀ ଅନୁଗୁଳ ଥାନାକୁ ଏ ସଂପର୍କରେ ଜଣାଇବାରୁ ଜଣେ ଅଧିକାରୀ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଥାନାରେ ଏତଲା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Follow Us