କ’ଣ ପୁଣି ଆକାଶଛୁଆଁ ହେବ କି ପିଆଜ ଦର ? ମହାରାଷ୍ଟ୍ରରୁ ଆସିଲା ଚିନ୍ତାଜନକ ଖବର

ମେ’ ମାସରେ ବର୍ଷା ହେବା ଯୋଗୁଁ ଅନେକ ଫସଲ ଖରାପ ହୋଇଛି । ଦେଶର ସବୁଠାରୁ ବଡ଼ ପିଆଜ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ରରେ ଲଗାଣ ବର୍ଷା ହେବା କାରଣରୁ କୋଟି କୋଟି ଟଙ୍କାର ପିଆଜ ଫସଲ ଖରାପ ହୋଇଯାଇଛି ।

Onion

Onion Photograph: (Kanak News)

ଦକ୍ଷିଣ ଏବଂ ମଧ୍ୟ ଭାରତରେ ଚଳିତବର୍ଷ ପ୍ରବଳ ବର୍ଷା ହୋଇଛି । ମେ’ ମାସରେ ବର୍ଷା ହେବା ଯୋଗୁଁ ଅନେକ ଫସଲ ଖରାପ ହୋଇଛି । ଦେଶର ସବୁଠାରୁ ବଡ଼ ପିଆଜ ଉତ୍ପାଦକ ରାଜ୍ୟ ମହାରାଷ୍ଟ୍ରରେ ଲଗାଣ ବର୍ଷା ହେବା କାରଣରୁ କୋଟି କୋଟି ଟଙ୍କାର ପିଆଜ ଫସଲ ଖରାପ ହୋଇଯାଇଛି । ଯେଉଁ କାରଣରୁ ଗତ ମାସରେ ପିଆଜ ଚାଷ କରୁଥିବା ଏକ ସଂଗଠନ ବର୍ଷାରେ ହୋଇଥିବା କ୍ଷତି ଯୋଗୁଁ ପ୍ରତି ଏକର ପିଛା ୧ ଲକ୍ଷ ଟଙ୍କା ସହାୟତା ଦେବା ପାଇଁ ସରକାରଙ୍କୁ ଦାବି କରିଥିଲେ । ତେବେ ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ପିଆଜ ଫସଲ ଖରାପ ହେବା କାରଣରୁ ଆଗାମୀ ଦିନରେ କ’ଣ ପିଆଜର ଦର ଉପରେ ଏହାର ପ୍ରଭାବ ପଡ଼ିବ ? କ’ଣ ପୁଣିଥରେ ଆକାଶଛୁଆଁ ହେବ ପିଆଜ ଦର ? 

Onion-market
Onion-market Photograph: (google)

ମେ’ ୨୯ ତାରିଖରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କୁ ଲେଖାଯାଇଥିବା ପତ୍ରରେ କୁହାଯାଇଛି ଯେ ମେ’ ମାସରେ ପ୍ରବଳ ବର୍ଷା ଯୋଗୁଁ ଜଲଗାଓଁ, ଧୁଲେ, ନାସିକ, ଅହିଲ୍ୟାନଗର, ଛତ୍ରପତି ସମ୍ଭାଜୀନଗର, ପୁଣେ, ସୋଲାପୁର, ବିଡ, ଧାରାଶିବ, ସାଙ୍ଗଲି, ବୁଲଢାଣା, ଅକୋଲା, ପରଭଣି ଏବଂ ଜାଲନା ଭଳି ପିଆଜ ଉତ୍ପାଦନ କରୁଥିବା ଜିଲ୍ଲାରେ କ୍ଷତି ହୋଇଛି । ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ୧ ଲକ୍ଷ ଟଙ୍କାର ସହାୟତା ରାଶି ଦେବାକୁ ଚିଠିରେ ନିବେଦନ କରାଯାଇଥିଲା । ତେବେ ପିଆଜ ଚାଷ ଖରାପ ହେବା କାରଣରୁ ଆଗାମୀ ଦିନରେ ପିଆଜ ଦର ବୃଦ୍ଧି ହେବାର ଆଶଙ୍କା କରାଯାଉଛି । ଯାହାର ଉଦାହରଣ ଆଗାମୀ ବର୍ଷରେ ମଧ୍ୟ ଦେଖିବାକୁ ମିଳିଥିଲା ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe