ଲୁଣପାଣିର ୫ ଗୁଣକାରୀ ଲାଭ ବିଷୟରେ ଜାଣନ୍ତୁ ?

37

ଲୁଣ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବହୁତ ଜରୁରୀ । ଲୁଣକୁ ମସଲା ମାନଙ୍କର ଚୁମ୍ବକ କୁହାଯାଏ । କାରଣ ଏହା ଅନ୍ୟ ସବୁ ମସାଲା ସହ ମିଶି ଖାଦ୍ୟର ସ୍ୱାଦ ବଢ଼ାଏ । ଲୁଣ ଆମ ଶରୀର ପାଇଁ ମଧ୍ୟ ଚୁମ୍ବକ ପରି କାମ ଦିଏ । କାରଣ ଏହା ତ୍ୱଚାର ଲୋମ ଛିଦ୍ରକୁ ଖୋଲିବା ପାଇଁ ସଫା ହେବା ସହ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରନ୍ତି । ତେବେ ଆସନ୍ତୁ ଜାଣିବା ସାଧାରଣ ଦେଖାଯାଉଥିବା ଲୁଣ ଆମ ତ୍ୱଚା ଓ ଶାରୀରିକ ସମ୍ବନ୍ଧିତ ରୋଗରୁ କିପରି ରକ୍ଷା କରେ ?

୧.ମିନେରାଲ୍ସ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଓ ପୋଟାସିୟମରେ ଭରପୁର ଲୁଣ ତ୍ୱାଚା ପାଇଁ ସବୁ ପରିସ୍ଥିିତିରେ ଭଲ କାମ କରେ । ଏହା ତ୍ୱଚା ଜରିଆରେ ବ୍ରଣ ସୃଷ୍ଟି କରୁଥିବା ବ୍ୟାକ୍ଟେରିଆକୁ ବାହାର କରିବାରେ ସାହାଯ୍ୟ କରେ ।

୨. ଲୁଣରେ ପ୍ରାକୃତିକ ରୂପରେ ମଏଶ୍ଚର ଶୁଖାଇବାର କ୍ଷମତା ଥାଏ । ଏଥିପାଇଁ ଲୁଣ ତ୍ୱଚାରୁ ବାହାରୁଥିବା ତେଲକୁ ଶୁଥାଇଦିଏ ।

୩.ଲୁଣ ପାଣି କୁଳି କରିବା ଦ୍ୱାରା ମୁହଁର ଖରାପ ବ୍ୟାକ୍ଟେରିଆ ସଫା ହେବା ସହ ମୁହଁର ଦୁର୍ଗନ୍ଧ ମଧ୍ୟ ଦୂର ହୁଏ । ସମୂଦ୍ର ଲୁଣକୁ ଉଷୁମ ପାଣିରେ ମିଶାଇ କୁଳି କରିବା ଦ୍ୱାରା ମୁହଁ ସମ୍ମନ୍ଧୀୟ ସବୁ ରୋଗରୁ ମୁକ୍ତି ମିଳେ ।

୪.ଲୁଣରେ ଥିବା ମିନେରାଲ୍ସ କାରଣରୁ ତ୍ୱଚାର ଛିଦ୍ର ଭିତରୁ ସଫା ହେବା ସହ ଲୋମ ଛିଦ୍ର ଭଲରେ ଖୋଲିଯାଏ ।

୫.ଟାଣି ହୋଇଥିବା ମାଂସପେଶୀ ପାଇଁ ଲୁଣ ଏକ ପ୍ରାକୃତିକ ଔଷଧ ରୂପେ କାମ କରେ ।

ଏହାସହ ପଢ଼ନ୍ତୁ – ଔଷଧୀୟ ଗୁଣରେ ଭରପୁର ପଣସ ମଞ୍ଜି . . . . . .