କନକ ବ୍ୟୁରୋ : ଯୁବରାଜ ଯୁଗ ଶେଷ । କ୍ରିକେଟକୁ ଅଲବିଦା କହିଲେ ଯୁବରାଜ୍ । କ୍ରିକେଟରୁ ସନ୍ୟାସ ନେଲେ କ୍ରିକେଟର ଯୁବରାଜ ସିଂହ । ସେ ଏକ ପ୍ରେସମିଟ୍ କରି କଲେ ଅବସର ବିଷୟରେ ଘୋଷଣା କରିଛନ୍ତି । ଘୋଷଣା ସମୟରେ କହିଛନ୍ତି ସେ ତାଙ୍କ ବାପାଙ୍କ ସ୍ୱପ୍ନକୁ ପୂରଣ କରିଛନ୍ତି । କେବେ ବି ହାର ମାନି ନାହାଁନ୍ତି । ତେବେ ଅବସର ଘୋଷଣା ସମୟରେ ଯୁବରାଜ ଭାବୁକ ହୋଇପଡିଥିବା ଦେଖିବାକୁ ମିଳିଛି । ୨୦୧୧ ବିଶ୍ୱକପ୍ ତାଙ୍କ ପାଇଁ ସ୍ୱପ୍ନ ଥିଲା ବୋଲି କହିଛନ୍ତି ।
ଭାରତକୁ ୨୦୦୭ ଟି-୨୦ ୱାଲ୍ଡ କପ ଓ ୨୦୧୧ କ୍ରିକେଟ ୱାଲ୍ଡକପରେ ହୀରୋ ସାଜିଥିବା ଯୁବରାଜ ସିଂ ଆଜି ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି । ଯୁବରାଜ ସିଂ ମୁମ୍ବାଇର ସାଉଥ୍ ହୋଟେଲରେ କନଫରେନ୍ସ କରୁଛନ୍ତି । ଏଠାରେ ଆନ୍ତର୍ଜାତୀୟ କ୍ରିକେଟରୁ ଅଲବିଦା କହିଥିବା କଥା ଘୋଷଣା କରିଛନ୍ତି । ସେ ମୋଟ୍ ୩୦୪ଟି ଦିନିକିଆ , ୪୦ଟି ଟେଷ୍ଟ ଓ ୫୮ଟି ଟି-୨୦ ମ୍ୟାଚ ଖେଳିଥିଲେ ।
ସୂଚନା ଅନୁସାରେ ଯୁବରାଜ ସିଂ ଅନ୍ତରାଷ୍ଟ୍ରୀୟ କ୍ରିକେଟରୁ ସନ୍ୟାସ ନେବା ପରେ ଆଇସିସି ମାନ୍ୟତା ପ୍ରାପ୍ତ ବିଦେଶୀ ଟି-୨୦ ଲିଗରେ ଖେଳିବା ପାଇଁ ଚାହୁଁଛନ୍ତି । ଯୁବରାଜ ଟି-୨୦ ଲିଗରେ ଫ୍ରିଲାନ୍ସ କ୍ରିକେଟର ରୂପରେ ଖେଳିବାର ସମ୍ଭାବନା ରହିଛି । ଯୁବରାଜ ସିଂ ୨୦୧୯ ୱାଲ୍ଡକପ୍ ଖେଳିବା ପାଇଁ ଚାହୁଁଥିଲେ । ହେଲେ ଖରାପ ଫର୍ମ ଓ ଫିଟନେସ୍ କାରଣରୁ ତାଙ୍କ ବିଶ୍ୱକପ୍ ଖେଳିବା ସ୍ୱପ୍ନ ଅଧୁରା ରହିଗଲା ।