କନକ ବ୍ୟୁରୋ : ସୁନା ଜିନିଷ ସଫେଇ କରିବା ବାହାନାରେ ଲୁଟ୍ ଉଦ୍ୟମ । ଲୁଟ ଉଦ୍ୟମ କରିବାବେେଳେ ଧରା ପଡି ଛେଚା ଖାଇଲେ ୨ ଯୁବକ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ସାନବାରସିଂ ଗାଁରେ । ସୂଚନା ଅନୁଯାୟୀ ଆଜି ଦିନ ପ୍ରାୟ ଗୋଟଏ ସମୟରେ ୨ଜଣ ଯୁବକ ଏହି ଗାଁର ଜଣଙ୍କ ଘରକୁ ଯାଇ ନିଜକୁ ବଣିଆର ପରିଚୟ ଦେଇ ସୁନା ଜିିନିଷ ସଫା କରିବାକୁ କହିଥିଲେ । ଏମାନଙ୍କ କଥାକୁ ବିଶ୍ୱାସ କରି ସେହି ଘରର ଲୋକ ୨ ଯୁବକଙ୍କୁ ସୁନା ଜିିନିଷ ସଫା କରିବାକୁ ଦେଇଥିଲେ ।
ତେବେ ସଫା କରୁଥିବା ସମୟରେ ସୁନା ଜିନିଷ ଅଦଳବଦଳ କରୁଥିବା ଜାଣିପାରି ଘରଲୋକ ଗାଁଲୋକଙ୍କ ଡାକିଥିଲେ । ତାପରେ ଉଭୟଙ୍କୁ ବାନ୍ଧି ପକାଇବା ସହ ନିସ୍ତୁକ ଛେଚିଥିଲେ । ଖବର ପାଇଁ ବଡମ୍ବା ଥାନା ପୋଲିସ ପହଁଚି ଘଟଣାସ୍ଥଳରୁ ୨ ଯୁବକଙ୍କୁ ଉଦ୍ଧାର କରି ଥାନାକୁ ନେଇଛି । ଦୁଇ ଜଣଙ୍କ ଘର ବିହାରରେ ବୋଲି ଯୁବକମାନେ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/01/thief.jpg)