ମରିନି ମାନବିକତା ! ଗୁରୁତର ମାଙ୍କଡ଼କୁ କୋଳରେ ଧରି ମେଡ଼ିକାଲ ମେଡ଼ିକାଲ ବୁଲିଲେ ଯୁବକ, ବଞ୍ଚିଗଲା ମାଙ୍କଡ଼ର ଜୀବନ

33

ଏବେବି ବଂଚିଛି ମାନବିକତା ବିପଦ ସମୟରେ ହିଁ ଜାଣିହୁଏ କିଏ ପ୍ରକୃତ ବନ୍ଧୁ । ଆଜିର ଦୁନିଆରେ ସମ୍ବେଦନଶୀଳ ହୀନତା ମଣିଷ ଭିତରେ ମାନବିକତାକୁ ମାରିଦେଉଛି । ମଣିଷ ସବୁ କ୍ରୁରତାର ସୀମା ଲଂଗିଯାଉଛି ଆଉ ସଇତାନ, ରାକ୍ଷସ ପରି ବ୍ୟବହାର କରୁଛି । ହତ୍ୟା, ବଳାତ୍କାର, ଗଣବଳାତ୍କାର ଆଜିକା ସମୟରେ ଯେପରି ଖୁବ ସାଧାରଣ କଥା ହୋଇଗଲାଣି । କିନ୍ତୁ ମାନବିକତା ଏବେ ବି କେଉଁଠି ନାଁ କେଉଁଠି ବଞ୍ଚିଛି ମାନବିକତା । ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଇଛନ୍ତି ନ୍ୟୁ ଗୁଆହାଟୀ ଅଂଚଳର ମୋନି ଦାସ ।

ସୋସିଆଲ ମିଡ଼ିଆରେ ଆସାମର ଏକ ଭିଡ଼ିଓ ଭାଇରାଲ ହେଉଛି । ଭିଡ଼ିଓରେ ଜଣେ ଯୁବକ ଏକ ମାଙ୍କଡ଼କୁ ଧରି ମେଡ଼ିକାର ଚକ୍କର କାଟୁଥିବାର ଦେଖିବା ପାଇଁ ମିଳିଛି । ଏହି ଭିଡ଼ିଓ ନ୍ୟୁ ଗୁଆହାଟୀ ଅଂଚଳର ବୋଲି ଜଣାପଡ଼ିଛି । ଜଣେ ଯୁବକ ଆହତ ମାଙ୍କଡ଼କୁ ବଂଚାଇବା ପାଇଁ ନିଜର ପୁରା ତାକତ ଲଗାଇଦେଇଥିଲେ । ଉକ୍ତ ଯୁବଙ୍କ ନାମ ହେଲା ମୋନି ଦାସ । ଯିଏ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି ।

ପ୍ରକୃତକଥା ହେଲା ରାସ୍ତା କଡ଼ରେ ଏକ ମାଙ୍କଡ଼ ଆହତ ଅବସ୍ଥାରେ ପଡ଼ିଥିଲା । ସମସ୍ତେ ସେହି ରାସ୍ତା ଦେଇ ଯିବାଆସିବା କରୁଥିଲେ ସତ ହେଲେ କେହି ବି ଦୟା ଦେଖାଇଥିଲେ । ଏକ କାର ଦୁର୍ଘଟଣାରେ ମାଙ୍କଡ଼ ଗୁରୁତର ହୋଇପଡ଼ିଥିଲା । ତେବେ ମୋନି ମାଙ୍କଡ଼କୁ ଦେଖି ତାକୁ ମେଡ଼ିକାଲ ଧରି ପହଞ୍ଚିଥିଲେ । ମୋନି ଦାସ ମାଙ୍କଡ଼କୁ ସଡ଼କୁରୁ ଉଠାଇ ନିଜ କୋଳରେ ବସାଇ ପଶୁ ଚିକିତ୍ସାଳୟକୁ ନେଇଯାଇଥିଲେ । ତେବେ ସେ ଯାଇଥିବା ଡାକ୍ତରଖାନରେ ନଥିଲେ ଡାକ୍ତର । ଏପରିସ୍ଥଳେ ମାଙ୍କଡ଼ର ଅବସ୍ଥା ଗମ୍ଭୀର ହେବାରେ ଲାଗିଲା । ମୋନି ଦାସ ବିନା କୌଣସି ସମୟ ନଷ୍ଟ କରି ଆଉ ଏକ ମେଡ଼ିକାଲକୁ ମାଙ୍କଡ଼ଟିକୁ ନେଇ ଯାଇଥଲ । ତେବେ ଠିିକ ସମୟରେ ମୋନି ମାଙ୍କଡ଼ଟିକୁ ମେଡ଼ିକାଲରେ ପହଞ୍ଚାଇଥିବାରୁ ତା’ ଜୀବନ ବଂଚଳଗଲା । ସୂଚନା ଅନୁସାରେ ମାଙ୍କଡ଼ଟି ଏବେ ସୁସ୍ଥ ଅଛି ।