ତାଲାବନ୍ଦ ବେଳେ ବାହାରକୁ ଆସି ହଟହଟା : ନକଲି ସାର୍ଟିଫିକେଟ ଦେଖାଇ ଫସିଲେ ଯୁବକ, ଧରାପଡିବାରୁ ଦେଲେ ଫାଇନ

Advertisment
ତାଲାବନ୍ଦ ବେଳେ ବାହାରକୁ ଆସି ହଟହଟା : ନକଲି ସାର୍ଟିଫିକେଟ ଦେଖାଇ ଫସିଲେ ଯୁବକ, ଧରାପଡିବାରୁ ଦେଲେ ଫାଇନ

କନକ ବ୍ୟୁରୋ : ତାଲାବନ୍ଦ ବେଳେ ଯୁବକଙ୍କୁ ମହଙ୍ଗା ପଡିଛି ବାହାରକୁ ଆସିବା । ରାଜଧାନୀରେ ଯୁବକ ଜଣକ ତାଲାବନ୍ଦ କଟକଣା ଭିତରେ ଆସିଥିରେ ବାହାରକୁ । ଏପରି ସମୟରେ ରାଜଧାନୀରେ ଧରାପଡିଥିଲେ କମିଶନରେଟ୍ ପୋଲିସ ହାତରେ । ପୋଲିସ ଯେତେବେଳେ ଯୁବକଙ୍କୁ ବାହାରକୁ ଆସିବାର କାରଣ ପଚାରିଥିଲା ଯୁବକ ଜଣକ ଦେଖାଇଥିଲେ ଏକ ପ୍ରମାଣପତ୍ର ।

ତେବେ ଏହି ପ୍ରମାଣପତ୍ରଟି ନକଲି ବୋଲି ଜଣାପଡିବାରୁ ହଟହଟା ହେବାକୁ ପଡିଥିଲା ଯୁବକ ଜଣକୁ । ଶେଷରେ ପୋଲିସ ତାଙ୍କୁ ୫ ଶହ ଟଙ୍କା ଜରିମାନା କାଟିଥିଲା ପୋଲିସ । ଆଜି ଦେଶରେ ତାଲାବନ୍ଦ ଲାଗୁ ହୋଇଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରିଛି । ବିନା କାରଣରେ ବାହାରକୁ ଆସୁଥିବା ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ କଠୋର ନୀତି ଆପଣାଉଛି ପୋଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe