କନକ ବ୍ୟୁରୋ : ତାଲାବନ୍ଦ ବେଳେ ଯୁବକଙ୍କୁ ମହଙ୍ଗା ପଡିଛି ବାହାରକୁ ଆସିବା । ରାଜଧାନୀରେ ଯୁବକ ଜଣକ ତାଲାବନ୍ଦ କଟକଣା ଭିତରେ ଆସିଥିରେ ବାହାରକୁ । ଏପରି ସମୟରେ ରାଜଧାନୀରେ ଧରାପଡିଥିଲେ କମିଶନରେଟ୍ ପୋଲିସ ହାତରେ । ପୋଲିସ ଯେତେବେଳେ ଯୁବକଙ୍କୁ ବାହାରକୁ ଆସିବାର କାରଣ ପଚାରିଥିଲା ଯୁବକ ଜଣକ ଦେଖାଇଥିଲେ ଏକ ପ୍ରମାଣପତ୍ର ।
ତେବେ ଏହି ପ୍ରମାଣପତ୍ରଟି ନକଲି ବୋଲି ଜଣାପଡିବାରୁ ହଟହଟା ହେବାକୁ ପଡିଥିଲା ଯୁବକ ଜଣକୁ । ଶେଷରେ ପୋଲିସ ତାଙ୍କୁ ୫ ଶହ ଟଙ୍କା ଜରିମାନା କାଟିଥିଲା ପୋଲିସ । ଆଜି ଦେଶରେ ତାଲାବନ୍ଦ ଲାଗୁ ହୋଇଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚେକିଂକୁ କଡାକଡି କରିଛି । ବିନା କାରଣରେ ବାହାରକୁ ଆସୁଥିବା ଲୋକଙ୍କୁ ସଚେତନ କରିବା ସହ ଆବଶ୍ୟକ ସ୍ଥଳେ କଠୋର ନୀତି ଆପଣାଉଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/14-10.jpg)