ରୋଜଗାର ଦେଉଛି ବାୟୋଫ୍ଲକ୍ ମାଛ ଚାଷ । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ସଙ୍କଟ ସମୟରେ ଚାକିରି ଛାଡ଼ି ଚାଷ ପ୍ରେମରେ ଯୁବ ଇଞ୍ଜିନିୟର

827

କନକ ବ୍ୟୁରୋ : ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଲା ବାୟୋଫ୍ଲକ୍ ମାଛ ଚାଷ । କରୋନା କଟକଣା ଭିତରେ ୟୁଟ୍ୟୁବର ସହାୟତା ନେଇ ଜୈବିକ ପ୍ରଣାଳୀରେ ମାଛ ଚାଷ କରୁଛନ୍ତି ଯାଜପୁର ଜିଲ୍ଲାର ଉଚ୍ଚଶିକ୍ଷିତ ଯୁବକ । ସ୍ୱଳ୍ପ ସମୟ ଓ ଅଳ୍ପ ଜାଗାରେ ମାଛଚାଷ କରି ଯୁବଗୋଷ୍ଠୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଇଞ୍ଜିନିୟରିଂ ପାସ୍ କରିଥିବା ଚିତରଞ୍ଜନ । ସଙ୍କଟ ସମୟରେ ଅନ୍ୟକୁ ରୋଜଗାର ଦେବା ସହ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି ।

ତାଲାବନ୍ଦରେ ରୋଜଗାର ଉତ୍ତମ ମାଧ୍ୟମ ପାଲଟିଛି ବାୟୋଫ୍ଲକ୍ ମାଛ ଚାଷ । କରୋନା ସଙ୍କଟରେ ଯୁବପୀଢ଼ିଙ୍କୁ ଯୁବ ଇଞ୍ଜିନିୟରଙ୍କ ଆତ୍ମନିର୍ଭରଶୀଳ କରିବାର ବାର୍ତ୍ତା । ଲକଡାଉନ୍ କଟକଣା ଯୋଗୁଁ ଲୋକେ କର୍ମସଂସ୍ଥାନ ହରାଉଥିବା ବେଳେ ଯାଜପୁର ଜାରକା ଅଞ୍ଚଳର ଯୁବ ଇଞ୍ଜିନିୟର ସତ୍ୟପ୍ରକାଶ ପତି ଆରମ୍ଭ କରିଛନ୍ତି ବାୟୋଫ୍ଲକ ପ୍ରଣାଳୀରେ ମାଛ ଚାଷ । ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ସତ୍ୟପ୍ରକାଶ ଚାକିରି ପଛରେ ନଗୋଡାଇ ଅନ୍ୟମାନଙ୍କୁ ନିଯୁକ୍ତି ଦେଇ ନିଜେ ଭଲ ଦୁଇପଇସା ରୋଜଗାର କରିବା ଲକ୍ଷ୍ୟରେ ମାଛ ଚାଷ କରିଛନ୍ତି । ବାୟୋଫ୍ଲକ ପ୍ରଦ୍ଧତିରେ ୫ ଲକ୍ଷ ବ୍ୟୟରେ ୪ଟି କୁଣ୍ଡ କରି ୩ଟି ପ୍ରଜାତିର ମାଛ ଯାଆଁଳ ନେଇ ଚାଷ ଆରମ୍ଭ କରିଛନ୍ତି ସତ୍ୟପ୍ର୍ରକାଶ । ଆଉ କୁଣ୍ଡରେ ଛାଡ଼ିଛନ୍ତି ଦେଶୀ କୋଉ, ଭିଏତନାମ କୋଉ, ତିଲାପିଆ ପ୍ରଜାତିର ମାଛ ଜାଆଁଳ ।

ତେବେ ଏଥିପାଇଁ ତାଙ୍କୁ ଓ ତାଙ୍କର ସହଯୋଗୀଙ୍କୁ ଦିନକୁ ୬ରୁ ୭ଘଂଟା ପରିଶ୍ରମ କରି କରିବାକୁ ପଡ଼ୁଛି । ସମୁଦାୟ ୟୁନିଟକୁ ସୂର୍ଯ୍ୟକିରଣର ପ୍ରଭାବମୁକ୍ତ କରିବା ପାଇଁ ଗ୍ରୀନହାଉସ ଇଫେକ୍ଟ ମାଧ୍ୟମରେ କୁଣ୍ଡ ଗୁଡ଼ିକୁ ଘୋଡ଼ାଇ ରଖାଯାଇଛି । ଆସନ୍ତା ତିନିମାସ ମଧ୍ୟରେ ପ୍ରଥମ ଉତ୍ପାଦିତ ମାଛକୁ ବିକ୍ରୀ କରିବାକୁ ସେ ଲକ୍ଷ ରଖିଛନ୍ତି । ମାଛମାନେ ଶିଉଳି ଖାଇବାକୁ ପସନ୍ଦ କରୁଥିବାରୁ ଏକ କୁଣ୍ଡରେ ଶିଉଳି ପ୍ରସ୍ତୁତି କରାଯାଇଛି ।

କରୋନା କଟକଣା ଭିତରେ ସତ୍ୟପ୍ରକାଶଙ୍କ ଏହି ବାୟୋଫ୍ଲକ ମାଛଚାଷ ତାଙ୍କୁ ଆତ୍ମନିର୍ଭରଶୀଳ କରାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଏପରି ଉଦ୍ୟୋଗ ଜରିଆରେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରେରଣା ଯୋଗାଇବ ।