ଢ଼େଙ୍କାନାଳ ଯୁବ ବିଜୁ ଜନତା ଦଳ ସଭାପତିଙ୍କ ହତ୍ୟା ମାମଲା ! ୪ଜଣଙ୍କୁ ଗିରଫ କଲା ପୁଲିସ୍

40

କନକ ବ୍ୟୁରୋ : ଢ଼େଙ୍କାନାଳ ଯୁବ ବିଜୁଜନତା ଦଳ ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟା ମାମଲାରେ ୪ଜଣଙ୍କୁ ଗିରଫ କରିଛି ପୁଲିସ୍ । ହତ୍ୟା ଘଟଣାର ଦୀର୍ଘ ୯ଦିନ ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ଢ଼େଙ୍କାନାଳ ପୁଲିସ୍ ସକ୍ଷମ ହୋଇଥିବା ସୂଚନା ଦେଇଛନ୍ତି ଢ଼େଙ୍କାନାଳ ଏସପି । ଗତ ମାସ ୨୬ତାରିଖରେ ଢ଼େଙ୍କାନାଳ ଗାନ୍ଧିମନ୍ଦିର ଛକ ନିକଟରେ ଯଶୋବନ୍ତଙ୍କ ଗାଡି ଉପରକୁ ବୋମା ଓ ଗୁଳିମାଡ କରି ହତ୍ୟା କରିଥିଲେ ଦୁର୍ବୃତ୍ତ ।

ସୂଚନାଯୋଗ୍ୟ ମାର୍ଚ୍ଚ ୨୬ ତାରିଖରେ ଗୁଳିମାଡ କରି ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କୁ ହତ୍ୟା କରାଯାଇଥିଲା । କାମାକ୍ଷାନଗର ଗାନ୍ଧିମନ୍ଦିର ନିକଟରେ ପ୍ରଥମେ ବୋମାମାଡ କରିବା ପରେ ୯ରାଉଣ୍ଡ ଗୁଳି ମାଡ କରିଥିଲେ ଦୁର୍ବୃତ୍ତ । ତେବେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତରବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଯଶୋବନ୍ତଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା । ମାର୍ଚ୍ଚ ୨୬ ସକାଳେ ଶ୍ରୀ ପରିଡ଼ା କାମାକ୍ଷାନଗର ଗାନ୍ଧୀ ମନ୍ଦିର ନିକଟରେ ନିଜ କାରରୁ ଯାଉଥିବାବେଳ ସେଠାରେ ଯଶୋବନ୍ତ ପରିଡାଙ୍କ ଉପରକୁ ଗୁଳି ମାଡ କରିଥିଲେ ଦୁର୍ବୃତ୍ତ । ଶ୍ରୀ ପରିଡ଼ାଙ୍କ ଛାତି ଓ ମୁଣ୍ଡରେ ଗୁଳି ବାଜିଥିଲା । ପରେ ପରେ ଦୁର୍ବୃତ୍ତ ଜଣକ ବ୍ଲାଙ୍କ ଫାୟାରି କରି ସେଠାରେ ଆତଙ୍କ ସୃଷ୍ଟି କରିବା ସହିତ ଖସିଯିବାକୁ ଚେଷ୍ଟା କରିଥିଲା । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଅନ୍ୟ ଦୁଇଜଣ ଆହତ ହୋଇଥିଲେ।