ମହଙ୍ଗା ପଡିଲା ସୋସିଆଲ ମିଡିଆରେ କରୋନା ନେଇ ମିଛ ପ୍ରଚାର : ତାଳଚେରର ଯୁବକ ଗିରଫ,କରୋନାରେ ଅନୁଗୁଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ନେଇ ଫେସବୁକ ଆକାଉଣ୍ଟରେ କରିଥିଲେ ଉଲ୍ଲେଖ

1,120

କନକ ବ୍ୟୁରୋ : ମହଙ୍ଗା ପଡିଲା ସୋସିଆଲ ମିଡିଆରେ କରୋନା ଗୁଜବ । ମିଛ ଖବର ଭାଇରାଲ ଅଭିଯୋଗରେ ତାଳଚେରର ଜଣେ ଯୁବକଙ୍କୁ ଗିରଫ କରାଯାଇଛି । ତାଳଚେର ଜଣେ ଯୁବକ ତାଙ୍କ ଫେସବୁକ ଆକାଉଂଟରେ ଅନୁଗୁଳର ଜଣେ ଯୁବକ କରୋନାରେ ପ୍ରାଣ ହରାଇଥିବା ଲେଖିଥିଲେ । ଏହାକୁ ନେଇ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ତାଙ୍କୁ ସଠିକ ତଥ୍ୟ ଦେବାକୁ କହିଥିଲେ ।

ହେଲେ ସଂପୃକ୍ତ ଯୁବକ ଜଣକ ଏନେଇ କୌଣସି ସଠିକ ତଥ୍ୟ ଦେଇପାରିନଥିବା ବେଳେ ଘଟଣାରେ କୌଣସି ସତ୍ୟାସତ୍ୟ ନଥିବା ଜଣାପଡିଥିଲା । ଏହା ପରେ ମିଛ ଗୁଜବ ପ୍ରଚାର କରୁଥିବା ଅଭିଯେଗରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

ସେପଟେ ବିଦେଶ ଫେରନ୍ତାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ । ବିଦେଶରୁ ଫେରିଥିଲେ ପହଞ୍ଚିବାର ୨୪ ଘଂଟା ମଧ୍ୟରେ ବାଧ୍ୟତାମୂଳକ ଭାବେ ଟ୍ରୋଲ ଫ୍ରି ନମ୍ବର ୧୦୪ କିମ୍ବା ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବାକୁ ଅପିଲ କରିଛନ୍ତି ନବୀନ । ଆପଣଙ୍କ ସହଯୋଗ ହିଁ ନିଜ ପରିବାର ଓ ଓଡିଶାକୁ ସୁରକ୍ଷିତ ରଖିବ ।