କନକ ବ୍ୟୁରୋ : ସରଳ ହେବ ଆୟକର ବ୍ୟବସ୍ଥା । ଏହି ନୂଆ ବ୍ୟବସ୍ଥା ଅନୁଯାୟୀ ଆୟକର ରିଟର୍ଣ୍ଣ ପ୍ରୋସେସିଂ ସମୟ ଗୋଟିଏ ଦିନରେ ହୋଇପାରିବ । ଯାହାଫଳରେ ରିଫଣ୍ଡ ମଧ୍ୟ ଶୀଘ୍ର ମିଳିପାରିବ । ବର୍ତ୍ତମାନ ଆୟକର ରିଟର୍ଣ୍ଣିଂ ପ୍ରୋସେସିଂ ୬୩ ଦିନ ରହିଛି । ଇ ଫାଇଲିଂ ଓ ସେଂଟ୍ରାଲାଇଜଡ ପ୍ରୋସେସିଂ ସେଂଟର ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଆୟକର ବିଭାଗର ସବୁ କାମ ସ୍ୱୟଂଚାଳିତ ହୋଇଯିବ । ବିଭାଗର ବିନା କୌଣସି ହସ୍ତକ୍ଷେପରେ ଆୟକର ରିଟର୍ଣ୍ଣିଂ ପ୍ରୋସେସିଂ ହୋଇପାରିବ । ଏଥିସହ ଟିକସଦାତାଙ୍କ ବ୍ୟାଙ୍କ ଖାତାରେ ରିଫଣ୍ଡ ଅର୍ଥ ସିଧା ସଳଖ ଜମା ବି ହୋଇପାରିବ ।

Advertisment

publive-image image courtesy - blog.scconline.com

ଗତକାଲି କେନ୍ଦ୍ର କ୍ୟାବିନେଟ ବୈଠକ ଆୟକର ବ୍ୟବସ୍ଥାକୁ ବିକଶିତ କରିବା ପାଇଁ ୪୨୪୨ କୋଟି ଟଙ୍କାର ପ୍ରକଳ୍ପକୁ ମଂଜୁର କରିଛନ୍ତି । ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଆଇଟି କଂପାନୀ ଇନଫୋସିସକୁ ଚୟନ କରାଯାଇଛି । ୧୮ମାସ ଭିତରେ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏହାପରେ ୩ ମାସ ପରୀକ୍ଷଣ କରାଯିବା ପରେ ନୂତନ ବ୍ୟବସ୍ଥାକୁ ପୂର୍ଣ୍ଣକ୍ଷମତାର ସହ ଲାଗୁ କରାଯିବ ବୋଲି ସୂଚନା ମିଳିଛି । ଏହି ବ୍ୟବସ୍ଥା ଲାଗୁ ହେଲେ ଟିକସ ପୈଠ ନେଇ ଟିକସଦାତା ଅଧିକ ସଚେତନ ହୋଇପାରିବେ ବୋଲି କୁହାଯାଉଛି ।