ଦେଶର ଉନ୍ନତିରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥାଏ । ଯୁବଗୋଷ୍ଠୀ ସମାଜର ମେରୁଦଣ୍ଡ । ସେମାନେ ଆସନ୍ତାକାଲିର ନୁହଁ, ଆଜିର ନାଗରିକ। ଯୁବଗୋଷ୍ଠୀ ହିଁ ରାଷ୍ଟ୍ରରେ ଆଣିପାରିବେ ବିପ୍ଳବ, ହୋଇପାରିବେ ପରିବର୍ତ୍ତନର ସୂତ୍ରଧର। ଯେଉଁ ରାଷ୍ଟ୍ରରେ ଯୁବବର୍ଗ ଯେତେ କର୍ମତତ୍ପର, ଉଦ୍ୟମୀ ଆଉ ପରିଶ୍ରମୀ ସେ ଦେଶ ସେହି ହାରରେ ଉନ୍ନତ। ଭାରତରେ ଯୁବଗୋଷ୍ଠୀଙ୍କ ସଂଖ୍ୟା ସାରା ବିଶ୍ୱରେ ଆଗୁଆ। ତେବେ ଆଗାମୀ ସମୟରେ ଭାରତର ଦିଶା କିପରି ହେବା, ଏନେଇ ସିଧା ସିଧା ମୋଦିଙ୍କ ସହ କଥା ହେବେ ଯୁବଗୋଷ୍ଠୀ । ଦେଶର ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ଯୁବଗୋଷ୍ଠୀଙ୍କ ସିଧାସଳଖ କଥାହେବେ ମୋଦି । ଦେଶର ବିକାଶ ଠାରୁ ଆରମ୍ଭ କରି ପଲିସି ଓ ବିଭିନ୍ନ ଆଇଡ଼ିଆ ଉପରେ ବିଚାର କରିବା ପାଇଁ ମୋଦି ଡିଜିଟାଲ ଟାଉନ୍ ହଲ ଆୟୋଜିତ କରିବା ପାଇଁ ଯାଉଛନ୍ତି ।
ଡିଜିଟାଲ ଟାଉନ୍ ହଲରେ ଆସନ୍ତା ମାସ ପ୍ରଧାନମନ୍ତ୍ରୀ ମୋଦି ୮ରୁ ୧୦ ହଜାର ଯୁବଗୋଷ୍ଠୀଙ୍କ ସହ କଥା ହେବେ । ଅନଲାଇନ୍ ଗଭର୍ଣ୍ଣାନ୍ସ କ୍ୱିଜ ଜରିଆରେ ସେମାନଙ୍କୁ ଚୟନ କରାଯିବ । ମାଇଗଭ.ଇନ୍ ପ୍ଲାଟଫର୍ମରେ ଥିବା କ୍ୱିଜରେ ଯୁବଗୋଷ୍ଠୀ ଭାଗ ନେଇପାରିବେ । ପାଖାପାଖି ୨୦ ଲକ୍ଷ ଯୁବା ଏଥିରେ ଭାଗନେବେ ବୋଲି ସରକାର ଆଶା କରିଛନ୍ତି ।
ମାଇଗଭର ସିଇଓ କହିଛନ୍ତି, ଏହି କ୍ୱିଜରେ ମୋଟ୍ ୨୦ଟି ପ୍ରଶ୍ନର ଉତ୍ତର ଦେବା ପାଇଁ ପଡ଼ିବ । ଏଥିପାଇଁ ମାତ୍ର ୨୦୦ ସେକେଣ୍ଡର ସମୟ ଦିଆଯିବ । କ୍ୱିଜର ସମସ୍ତ ପ୍ରଶ୍ନର ଉତ୍ତର ଦେଉଥିବା ତଥା କମ ସମୟ ମଧ୍ୟରେ ଉତ୍ତର ଦେଉଥିବା ପ୍ରତିଯୋଗିଙ୍କୁ ମୋଦିଙ୍କ ସହ କଥାବାର୍ତ୍ତା ହେବାର ସୁଯୋଗ ମିଳିବ । ମୋଦି ସରକାରଙ୍କ ବିଭିନ୍ନ ଯୋଜନା ସହ ଜଡ଼ିତ ପ୍ରଶ୍ନ ରହିବ କ୍ୱିଜରେ । ୨୬ ମେରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇସାରିଛି । କ୍ୱିଜର ଲକ୍ଷ୍ୟ ଲୋକଙ୍କୁ ସରକାରୀ ଯୋଜନା ଓ ଏହି ପ୍ରତିଯୋଗତିତା ସହ ଯୋଡ଼ିବା । ସୂତ୍ର ଅନୁସାରେ ମୋଦି ସରକାର ଆଗାମୀ ନିର୍ବାଚନ ନେଇ ଏପରି ଏକ ପଦକ୍ଷେପ ନେଇଛନ୍ତି । ଏହି କ୍ୱିଜ ଜରିଆରେ ୧.୮ କୋଟି ଯୁବ ମତଦାତାଙ୍କ ନିକଟତର ହୋଇପାରିବ ମୋଦି । ଯାହା ୨୦୧୯ ଲୋକସଭା ନିର୍ବାଚନ ଜିତିବା ପାଇଁ ସହାୟକ ହୋଇପାରେ । ନିର୍ବାଚନରେ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ମୋଦି ରଣନୀତି ପ୍ରସ୍ତୁତ କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ମେ ୨୬ରେ ମୋଦି ସରକାର ୪ ବର୍ଷ ପୂରଣ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/modi-1510067023.jpg)
/kanak/media/post_attachments/wp-content/uploads/2018/05/narendramodi-kQeG-621x414LiveMint.jpg)