ଘରେ ବସି ବସି ବନ୍ଧୁ ଓ ସମ୍ପର୍କୀୟଙ୍କୁ ପଠାଇପାରିବେ ଟଙ୍କା ! ଜାଣନ୍ତୁ କେଉଁଟା ସବୁଠାରୁ ସରଳ ଉପାୟ, ଆପଣ ବି ବ୍ୟବହାର କରନ୍ତୁ . .

38

ଡିଜିଟାଲ ଇଣ୍ଡିଆ ଯୁଗରେ ଟଙ୍କା ନେଣଦେଶ ବେଶ ସରଳ ହୋଇପାରିଛି । ଏବେ ବିନା ବ୍ୟାଙ୍କ ଯାଇ ମଧ୍ୟ ଅନେକ ବ୍ୟାଙ୍କ ସମ୍ମନ୍ଧିତ କାମ ଘରେ ହୋଇପାରୁଛି । ଟଙ୍କା ପଠାଇବା ଏଥିରୁ ଗୋଟିଏ । ଘରେ ବସି ବସି ଆପଣ ଅନ୍ୟ ପାଖକୁ ଟଙ୍କା ପଠାଇପାରିବେ । ଏହି କଥା କିନ୍ତୁ ଅନେକ ଲୋକ ଜାଣିନଥିବେ । ତେବେ ଆସନ୍ତୁ ଜାଣିବା ଘରେ ବସି ବସି କିପରି ବନ୍ଧୁବାନ୍ଧବ ତଥା ନିକଟ ସମ୍ପର୍କୀୟଙ୍କୁ ଟଙ୍କା ପଠାଇ ପାରିବେ । ତେବେ ଏଥିପାଇଁ ଅଛି ଅନେକ ଉପାୟ । ଆପଣ ଟଙ୍କା ପଇଠ ପାଇଁ ନେଟ୍ ବ୍ୟାଙ୍କିଂ ସାହାରା ନେଇପାରିବେ ।

ମୋବାଇଲ ବ୍ୟାଙ୍କିଂ ମଧ୍ୟ ଏହି କାମରେ ଆପଣଙ୍କୁ ସାହାଯ୍ୟ କରିବ । ଅନ୍ୟପଟେ କିଛି ଲୋକପ୍ରିୟ ମୋବାଇଲ ଆପ୍ ମଧ୍ୟ ଏଥିପାଇଁ ଆପଣଙ୍କୁ ସ।।ହଯ୍ୟ କରିବ । ଏହି ଆପ୍ ଗୁଡ଼ିକ ମଧ୍ୟରେ ଭାରତ ଇଂଟରଫେସ୍ ଫର ମନି (ଭିମ), ଫୋନ୍ ପେ, ପେଟିଏମ୍, ତେଜ, ମୋବିକ୍ୱିକ୍ ଓ ଚିଲର ପରି ନାମ ସାମିଲ ଅଛନ୍ତି । ଇଂଟରନେଟ୍ ବ୍ୟାଙ୍କିଂ ମାଧ୍ୟମରେ ଯଦି ଟଙ୍କା ପଠାନ୍ତି, ତେବେ ଆପଣଙ୍କୁ ୩ଟି ବିକଳ୍ପ ମଳିବ । ଏନଇଏଫଟଇ, ଆରଟିଜିଏସ୍ ଓ ଆଇଏମପିଏସ୍ ଆଦି ଏହି ବିକଳ୍ପରେ ସାମିଲ ଅଛନ୍ତି । ଗୋଟିଏ ଖାତାରୁ ଅନ୍ୟ ଖାତାକୁ ଟଙ୍କା ପଠାଇବା ପାଇଁ ସବୁଠାରୁ ପ୍ରଚଳିତ ବିକଳ୍ପ ହେଲା ଏନଇଏଫଟି ।

ଏନଇଏଫଟି ମାଧ୍ୟମରେ ଟଙ୍କା ପଠାଇଲେ ଆପଣଙ୍କୁ ମାତ୍ର ୨.୫୦ ରୁ ୨୫ ଙ୍କା ମଧ୍ୟରେ ଶୁଳ୍କ କଟିଥାଏ । ତେବେ ଏହି ରାଶି ଆପଣଙ୍କୁ ନେଣଦେଶ ରାଶି ଉପରେ ନିର୍ଭର କରେ । ପଠାଉଯାଉଥିବା ରାଶିଉପରେ କିଛି ସର୍ଭିସ ଟାକ୍ସ ମଧ୍ୟ ଲାଗେ । ଆରଟିଜିଏସ୍ ବଡ଼ ନେଣଦେଶ ପାଇଁ ପ୍ରୟୋଗ କରାଯାଏ । ଆପଣ ୨ ଲକ୍ଷ ଟଙ୍କାରୁ କିମ୍ବା ଅଧିକ ନେଣଦେଶ ଉପରେ ଆରଟିଜିଏ ବିକଳ୍ପ ଚୟନ କରାଯାଏ । ଏନଇଏଫଟି ଓ ଆରଟିଜିଏସ୍ ବ୍ୟତୀତ ଆଇଏମପିଏସ୍ ମାଧ୍ୟମରେ ମଧ୍ୟ ଟଙ୍କା ନେଣଦେଣ ହୁଏ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ବିକଳ୍ପ ଜରିଆରେ ପଠାଯାଉଥିବା ଟଙ୍କା କିଛି ସମୟ ଭିତରେ ହିଁ ପହଞ୍ଚିଯାଏ । ପ୍ରତ୍ୟେକ ବ୍ୟାଙ୍କ ଆଇଏମପିଏସ ନାମରେ ନିଜ ନିଜ ହିସାବରେ ଶୁଳ୍କ ଆଦାୟ କରନ୍ତି, ଯେଉଁଠି ଜିଏସଟି ମଧ୍ୟ ଲାଗେ ।

man sells son and buy mobile

ଅନ୍ୟପଟେ ଗୁଗଲ ପ୍ଲେଷ୍ଟୋରେ ଅନେକ ମୋବାଇଲ ଆପ୍ ରହିଛି, ଯାହା ସାହଯ୍ୟର ଏକ ବିକଳ୍ପ ଉପରେ ଅପାଣ ତୁରନ୍ତ ଟଙ୍କା ପଠାଯାଇପାରିବ । ଆଉ ସବୁଠାରୁ ବଡ଼ କଥା ହେଲା ଏହି ଆପ ଜରିଆରେ ଟଙ୍କା ପଠାଇବା ଦ୍ୱାରା କୌଣସି ଶୁଳ୍କ ଲାଗେ ନାହିଁ । ନେଟ ବ୍ୟାଙ୍କିଂ ଠାରୁ ଆରମ୍ଭ କରି ମୋବାଇଲ ଆପ୍ ଜରିଆରେ ଟଙ୍କା ପଠାଇବା ଦ୍ୱାରା ଆପଣଙ୍କ ବ୍ୟକ୍ତିର ନାମ, ତାଙ୍କର ବ୍ୟାଙ୍କ ଖାତା ନମ୍ବର ଓ ଆଇଏଫସି କୋଡ଼ ଦରକାର ହୁଏ । ଏହି ସୂଚନା ପୂରଣ କରି ଆପଣ ଘରେ ବସି ବସି ନିଜ ବନ୍ଧୁ ପରିଜନଙ୍କୁ ସହଜରେ ଟଙ୍କା ପଠାଇପାରିବେ ।