ଅଯୋଧ୍ୟାର ସରଯୁ ନଦୀ କୂଳରେ ତିଆରି ହେବ ଭଗବାନ ରାମଙ୍କ ୧୦୦ ମିଟର ଉଚ୍ଚର ମୂର୍ତ୍ତି ! ଯୋଗୀ ସରକାରଙ୍କ ଯୋଜନା

57

ଯୋଗୀ ଆଦିତ୍ୟନାଥ ସରକାର ଅଯୋଧ୍ୟାର ସରଯୁ ନଦୀ କୂଳରେ ଭଗବାନ ରାମଙ୍କ ଏକ ବଡ଼ ପ୍ରତିମା ତିଆରି କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ‘ନବ୍ୟ ଅଯୋଧ୍ୟା’ ଯୋଜନା ଅନୁସାରେ ଧାର୍ମିକ ପର୍ଯ୍ୟଟନକୁ ଉତ୍ସ।।ହିତ କରିବା ପାଇଁ ରାଜ୍ୟପାଳଙ୍କୁ ରାଜ୍ୟ ସରକାର ଏକ ପ୍ରସ୍ତାବ ଦେଇଛନ୍ତି । ଇଣ୍ଡିଆନ ଏକ୍ସପ୍ରେସର ଖବର ଅନୁସାରେ ମୂର୍ତ୍ତିର ଉଚ୍ଚତା ୧୦୦ ମିଟର ହେବ ବୋଲି ଯୋଜନା ହେଉଛି । କିନ୍ତୁ ଏପର୍ଯ୍ୟନ୍ତ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ଏହି ପ୍ରସ୍ତାବ ସହ ଅଯୋଧ୍ୟାରେ ୧୮ ଅକ୍ଟୋବରରେ ହେବାକୁ ଥିବା ଦୀପାବଳି ସମାରୋହ ବିଷୟରେ ମଧ୍ୟ ଆଉ କିଛି ଅନ୍ୟ ପ୍ରସ୍ତାବ ଆସିଥିଲା । ତେବେ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଅଲଫୋନ୍ସ ଓ ସାଂସ୍କୃତିକ ମନ୍ତ୍ରୀ ମହେଶ ଶର୍ମା ଅଂଶ ଗ୍ରଂହଣ କରିବେ ଏବଂ ଏନେଇ ସବିଶେଷ ଆଲୋଚନା ହେବ । ରାଜ୍ୟ ସରକାରଙ୍କ କହିବା ଅନୁସାରେ ଏନଜିଟିରୁ ଅନୁମତି ମିଳିବା ପରେ ସରଜୁ ଘାଟରେ ଭଗବାନ ରାମଙ୍କ ପ୍ରତିମା ସ୍ଥାପନ କରାଯିବ ।

ତେବେ ଏବେ ପର୍ଯ୍ୟନ୍ତ ଅନୁମତି ପାଇଁ ଏନଜିଟିକୁ ଚିଠି ପଠାଯାଇନାହିଁ । ଏହି ପ୍ରସ୍ତାବରେ ରାମକଥା ଗ୍ୟାଲେରୀ ତିଆରି କରିବାର ମଧ୍ୟ ପ୍ରସ୍ତାବ ରହିଛି, ଯାହା ନଦୀ ଘାଟରେ ହିଁ ତିଆରି କରାଯିବ । ଏହା ବ୍ୟତୀତ ଦିଗମ୍ବର ଅଖାଡ଼ା ଅଡ଼ିଟୋରିୟମ ତିଆରି ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଅଯୋଧ୍ୟାର ସାମୂହିକ ବିକାଶ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ୧୯୫.୮୯ କୋଟିର ଡିଟେଲ ପ୍ରୋଜକ୍ଟ ରିପୋର୍ଟ (ଡିପିଆର) ପଠାଇଦେଇଛନ୍ତି । ମନ୍ତ୍ରାଳୟ ଯେଉଁଠି ୧୩୩.୭୦ କୋଟି ଟଙ୍କାର ରାଜ୍ୟକୁ ଦେଇ ସାରିଛି ।

ଅନ୍ୟପଟେ ଅଯୋଧ୍ୟାରେ ଦୀପାବଳି ଦିନ ୧.୭୧ ଲକ୍ଷ ମାଟି ଦ୍ୱୀପ ଲଗାଯିବାର ଯୋଜନା କରାଯାଇଛି । ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ଦୀପାବଳିରେ ହେବାକୁ ଥିବା କାର୍ଯ୍ୟକ୍ରମରେ ବିକାଶମୂଳକ କାର୍ଯ୍ୟକ୍ରମର ମୂଳଦୁଆ ରଖିବେ । ଦୀପାବଳିର ପାଇଁ ଥାଇଲାଂଡ ଓ ଇଣ୍ଡୋନେସିଆରୁ କଳାକାର ଡକାଯାଇଛି, ଯେଉଁମାନେ ରାମଲୀଲା ନାଟକ ମଂଚସ୍ଥ କରିବେ ।