ପୁରୀର ଆଲୋକ ତ୍ରୀପାଠିଙ୍କ ଅଜବ ନିଶା : ପାଣିରେ ଭାସି ଭାସି ଘଂଟା ଘଂଟା ଧରି କରୁଛନ୍ତି ଯୋଗ

80

କନକ ବ୍ୟୁରୋ : ଦୁନିଆରେ ଏମିତି ଲୋକ ଅଛନ୍ତି ଯେଉଁମାନଙ୍କ ନିଶା ଅଜବର ପ୍ରକାରର । ନିଜର ନିଶା ପାଇଁ ସେମାନେ କିଛି ବି କରିପାରନ୍ତି । ଆଜି ଆମେ ପୁରୀରର ଏମିତି ଜଣେ ବ୍ୟକ୍ତିଙ୍କୁ ଭେଟିବା ଯାହାଙ୍କ ନିଶା ହେଲା ପାଣିରେ ଯୋଗ କରିବା । ପୁରୀର ଆଲୋକ କୁମାର ତ୍ରିପାଠୀ ପାଣିରେ ଘଂଟା ଘଂଟା ଧରି ଯୋଗ କରିପାରୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ପାଣିରେ ସକାଳୁ ସେ ୩ ଘଂଟା ଧରି ପଦ୍ମାସନ କରିବାର କ୍ଷମତା ରଖିଥାନ୍ତି ଆଲୋକ ତ୍ରିପାଠୀ । ଦୀର୍ଘଦିନ ଧରି ଆଲୋକ ଏଭଳି ଯୋଗାଭ୍ୟାସ କରୁଛନ୍ତିା ରାଜ୍ୟ ବାହାରକୁ ଯାଇ ସେ ବି ସେ ଯୋଗାସନ ତାଲିମ ଦେଇଥାନ୍ତି । ଆଲୋକ ଇଚ୍ଛା ସରକାର ଭିତିଭୂମି ପାଇଁ କିଛି ସହାୟତା କଲେ ଯୋଗକୁ ସେ ଅଧିକ ପ୍ରଚାର ଓ ପ୍ରସାର କରିପାରନ୍ତେ ।

ତେବେ ଏନେଇ ଆଲୋକ କହିଛନ୍ତି ପାଣି ଭିତରେ ଯୋଗ କରିବା ଏତେ କଷ୍ଟସାଧ୍ୟ ନୁହେଁ । ନିଶ୍ୱାସ ପ୍ରଶ୍ୱାସ ନିୟନ୍ତ୍ରଣ କରି ଏହି ପ୍ରକାର ଯୋଗ କରାଯାଏ । ଏପରି ଯୋଗ କରିବା ଦ୍ୱାରା ଡାଇବେଟିସ୍, ବ୍ଲଡ଼ପ୍ରେସର, କିଡ଼ିନୀ ଓ ଅନ୍ୟ ସାଧାରଣ ରୋଗ ଭଲ ହୋଇଯାଇଥାଏ । ରୋଗ ହେବାର ସମ୍ଭାବନା ମଧ୍ୟ କମିଯାଏ । ପାଣି ଭିତରେ ଯୋଗକଲେ ଶରୀରରେ ଫୁର୍ତ୍ତି ଆସେ । ପାଣିରେ ପଦ୍ମାସନ, ଧନୁରାସନ ଆଦି କରନ୍ତି ବୋଲି ସେ କହିଛନ୍ତି । ଏହାବ ବ୍ୟତୀତ ପାଣିରେ ଯୋଗ କରିବା ଦ୍ୱାରା ଚର୍ମରେ କୁଞ୍ଚନ ନଆସିବା ସହ ଆପଣ ଯୁବା ଦେଖାଯିବେ ।

ସୂଚନାଯୋଗ୍ୟ ଯୋଗ ଏକ ପ୍ରାଚୀନ ଭାରତୀୟ ପଦ୍ଧତି । ଯାହାଦ୍ୱାରା ଶରୀର, ମନ,ଆତ୍ମା ଏକ ସହ କାମ କରେ । ଯୋଗ ମାଧ୍ୟମରେ ଶରୀର, ମନ ଓ ମସ୍ତିସ୍କ ପୂର୍ଣ୍ଣ ରୂପେ କାର‌୍ୟ୍ୟ କରେ । ବ୍ୟସ୍ତବହୁଳ ଜୀବନରେ ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ ଲୋକମାନଙ୍କ ପାଖରେ ସମୟ ନାହିଁ । ଅଳ୍ପ କିଛି ସମୟ ଯୋଗ ବି ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆପଣଙ୍କ ଜୀବନରେ ଯେକୌଣସି ସମୟରେ ଯୋଗକୁ ସାମିଲ କରିପାରିବେ ।