ବିଜେପିର ଅଭୂତପୁର୍ବ ସଫଳତାକୁ ନେଇ ଖୁସି ବ୍ୟକ୍ତ କଲେ ଯୋଗଗୁରୁ ରାମଦେବ ! ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

19

କନକ ବ୍ୟୁରୋ : ଯୋଗଗୁରୁ ବାବା ରାମଦେବ ମଧ୍ୟ ବିଜେପିର ଅଭୂତପୁର୍ବ ସଫଳତାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ବାବା ରାମଦେବ କହିଛନ୍ତି ଯେ ବିଜେପିର ବିଜୟ ଉତ୍ତରପ୍ରଦେଶରେ ଚାଲିଥିବା ପରିବାରବାଦ ରାଜନୀତିକୁ ଅନ୍ଧାରକୁ ଠେଲିଦେଇଛି ।

ୟୁପି ନିର୍ବାଚନରେ ବିଜେପିର ବିଜୟୀକୁ ମହାବିଜୟ ବୋଲି କହିଛନ୍ତି ଯୋଗଗୁରୁ ବାବା ରାମଦେବ । ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ବିଜେପି ଭାରତକୁ ଏକ ବିକାଶଶୀଳ ଦେଶ ଭାବେ ଗଢିତୋଳିବ ବୋଲି ରାମଦେବ କହିଛନ୍ତି ।