ଦେଶର ବେତନ ଭୋଗୀ କର୍ମଚାରୀମାନଙ୍କ ପାଇଁ ଏକ ଜରୁରୀ ଘୋଷଣା ସହ ସତର୍କ ସୂଚନା ଜାରି କରିଛି ଆୟକର ବିଭାଗ । ବୁଧବାର ଆୟକର ବିଭାଗ ପକ୍ଷରୁ ଜାରି କରା ଯାଇଥିବା ସତର୍କ ସୂଚନାରେ କୁହାଯାଇଛି ଯେ ଯଦି ଏଣିକି କୌଣସି ବେତନ ଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍ ସମୟରେ ନିଜ ଆୟ ସଂପର୍କରେ ଭୁଲ୍ ତଥ୍ୟ ପ୍ରଦାନ କରନ୍ତି କିମ୍ବା ରିଟର୍ଣ୍ଣ ଫାଇଲ୍ ଫର୍ମରେ ଆୟକର ଛାଡ଼ ପାଇଁ କୌଣସି ପ୍ରକାରର ମିଥ୍ୟା ବା ଭୁଲ ଘୋଷଣା କରନ୍ତି, ତେବେ ତାହାକୁ ଏକ ଦଣ୍ଡନୀୟ ଅପରାଧ ରୂପେ ବିବେଚନା କରାଯିବ । ଖାଲି ଏତିକି ନୁହେଁ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ଼ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ତାଙ୍କ ନିଯୁକ୍ତିଦାତା ବା କମ୍ପାନିଙ୍କୁ ସୁପାରିସ କରିବ ଆୟକର ବିଭାଗ । ଏପରିକି ତାଙ୍କୁ ନିଯୁକ୍ତି ରହିତ କରିବାକୁ ମଧ୍ୟ ପରାମର୍ଶ ଦେଇପାରେ ଆୟକର ବିଭାଗ ।
ତେଣୁ, ଯେଉଁମାନେ ଆୟକର ରିଟର୍ଣ୍ଣ ଫାଇଲ ସମୟରେ ଟିକସ ସୁବିଧା ହାସଲ କରିବାକୁ ମିଥ୍ୟା ତଥ୍ୟ ପ୍ରଦାନ କରୁଛନ୍ତି, ସେମାନେ ଏଣିକି ଏଥିରୁ ନିବୃତ ରୁହନ୍ତୁ ବୋଲି ବୁଧବାର ଜାରି କରିଥିବା ସତର୍କ ସୂଚନାରେ କହିଛି ଆୟକର ବିଭାଗ । ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ସରକାରୀ ପରିଚାଳନାଧୀନ କମ୍ପନିରେ କାର୍ଯ୍ୟରତ କେତେକ କର୍ମଚାରୀ ଏପ୍ରକାର ପନ୍ଥା ଆପଣାଉଥିବା ଦେଖିବାକୁ ମିଳିବା ପରେ ଆୟକର ବିଭାଗ ଏପ୍ରକାରର ପଦକ୍ଷେପ ଗ୍ରହଣ କରିଛି ବୋଲି କହିଛନ୍ତି ଜନୈକ ବରିଷ୍ଠ ଅଧିକାରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/66-2.jpg)