ଦୁନିଆର ପ୍ରଥମ ସ୍ମାର୍ଟ ଟ୍ରେନ୍ ! ରେଳ ଧାରଣାରେ ନୁହେଁ ରାସ୍ତାରେ ଗଡ଼ିବ, ଜାଣନ୍ତୁ ଟ୍ରେନର ବିଶେଷତ୍ତ୍ୱ 

49

ଆଉ କିଛି ବର୍ଷ ପରେ ଭାରତରେ ମଧ୍ୟ ଗଡ଼ିବ ବୁଲେଟ୍ ଟ୍ରେନ୍ । ଆଜିକୁ ପ୍ରାୟ ଦେଢ଼ ମାସ ପୂର୍ବରୁ ଅହମଦାବାଦରେ ପ୍ରଧାନମନ୍ତ୍ରୀ ମୋଦି ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଭାରତରେ ପ୍ରଥମ ବୁଲେଟ ଟ୍ରେନର ଶିଳାନ୍ୟାସ କରିଥିଲେ । ବୁଲେଟ ଟ୍ରେନ ଚାଲିଲାପରେ ଭାରତରେ ସୃ୍ଷ୍ଟି ହେବ ଏକ ନୂତନ ଅଧ୍ୟାୟ । ୨୦୨୨ ପର୍ଯ୍ୟନ୍ତ ଭାରତବାସୀ ବୁଲେଟ ଟ୍ରେନର ସୁବିଧା ଉପଭୋଗ କରିପାରିବେ । ବେଗରେ ଅନ୍ୟ ଟ୍ରେନ ତୁଳନାରେ ବହୁତ ଅଧିକ ରହିବ । ଯାତ୍ରୀଙ୍କ ଯାତ୍ରା ଅଧିକ ସୁଗମ ହେବ । ସମସ୍ତେ ଜାଣନ୍ତି ଜାପାନ ବୁଲେଟ ଟ୍ରେନ ପାଇଁ ଅଧିକ ଜଣାଶୁଣା ।

 

 

 

 

 

 

ତେବେ ଚୀନ ଏବେ ଏମିତି ଟ୍ରେନ ତିଆରି ହେଉଛି , ଯାହା ବିନା ରେଳ ଧାରଣାରେ ଚାଲିବା ପାଇଁ ସକ୍ଷମ ହେବ । ଆପଣ ଭାବୁଥିବେ ବିନା ରେଳ ଧାରଣାରେ ଟ୍ରେନ କିପରି ଚାଲିବ । କିନ୍ତୁ ସବୁବେଳେ କିଛି ନୂଆ କରିବା ପାଇଁ ପ୍ରୟାସ କରୁଥିବା ଚୀନ୍ ଏବେ ସାଧାରଣ ରାସ୍ତାରେ ଚାଲିବା ଭଳି ଟ୍ରେନ ତିଆରି କରୁଛି । ଚୀନ ଏହି ଟ୍ରେନକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ।  ସୂଚନା ଅନୁସାରେ ଏହାକୁ ସ୍ମାର୍ଟଟ୍ରେନ୍ କୁହାଯାଉଛି । ଏହି ଟ୍ରେନ ସର୍ବପ୍ରଥମେ ପାଖାପାଖି ୪୦ ଲକ୍ଷ ଲୋକ ଥିବା ଅଂଚଳରେ ଚାଲିବ । ପରେ ଅନ୍ୟ ସହରରେ ମଧ୍ୟ ଏହି ସ୍ୱାର୍ଟଟ୍ରେନର ଚାଲିବ । ଆସନ୍ତୁ ଜାଣିବା ଟ୍ରେନରେ କ’ଣ ରହିଛି ସ୍ୱତନ୍ତ୍ରତା . . .

– ଟ୍ରେନର ଥରକେ ପାଖାପାଖି ୩୦୦ ଯାତ୍ରୀ ଯାତ୍ରା କରିପାରିବେ ।

– ଘଣ୍ଟାକୁ ୭୦ କିଲୋମିଟର ବେଗରେ ଚାଲିବ ଏହି ସ୍ମାର୍ଟଟ୍ରେନ୍ ।

 – ଏହାକୁ ବସ ପରି ତିଆରି ହୋଇଛି, କିନ୍ତୁ ବସରୁ ଅଧିକ ଯାତ୍ରୀ ନେବାର କ୍ଷମତା ରହିଛି ।

– ଟ୍ରେନରେ ୩ଟି କୋଚ୍ ଦିଆଯାଇଛି 

– ୧ କିଲୋମିଟର ଯାତ୍ରା କଲେ ୧୭ରୁ ୨୩ ମିଲିୟନ ୟୁରୋ ଦେବାକୁ ପଡ଼ିବ ।

– ଟ୍ରେନ ଚଳାଇବା ପାଇଁ ରାସ୍ତାରେ ହିଁ ସେନ୍ସର ଲଗାଯିବ  ।