କନକ ବ୍ୟୁରୋ: ଦୁର୍ନୀତିରେ ବୁଡ଼ିଛି ପାକିସ୍ତାନ । ଆମେରିକା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି -ସିଆଇଏର ପୂର୍ବତନ ଅଫିସରଙ୍କ ବିସ୍ଫୋରକ ବୟାନ । ପାକିସ୍ତାନକୁ ଆମେରିକା ସାହାଯ୍ୟ ଦେଉଥିବା ନେଇ କଲେ ଦାବି । ଆମେରିକା ଟଙ୍କାରେ ହିଁ ପାକିସ୍ତାନ ଯୁଦ୍ଧାସ୍ତ୍ର କିଣିଛି । ମୁସାରଫ୍ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ରକୁ ଆମେରିକାକୁ ହସ୍ତାନ୍ତର କରିଥିଲେ ବୋଲି ଦାବି କରିଛନ୍ତି ପୂର୍ବତନ ସିଆଇଏ ଅଧିକାରୀ ଜନ୍ କିରିଆକୋ । ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ୍ ମୁଶାରଫ୍ଙ୍କୁ ଆମେରିକା ଲକ୍ଷ ଲକ୍ଷ ଡଲାର ଯୋଗାଇ କିଣି ନେଇଥିଲା । ପାକିସ୍ତାନ ଦୁର୍ନୀତିରେ ପୋତି ହୋଇରହିଛି ।
ମୁହାଁମୁହିଁ ହେବେ ଋଷ-ଆମେରିକା! ପୁଟିନ୍-ଟ୍ରମ୍ପଙ୍କ ମଧ୍ୟରେ ହେବ ମୁକାବିଲା?
ପାକ୍ ନେତାମାନେ ବିଦେଶରେ ଆରାମରେ ରହୁଥିବା ବେଳେ ଦେଶର ନାଗରିକ କଷ୍ଟ ପାଉଛନ୍ତି ବୋଲି କହିଛନ୍ତି ଜନ୍ । କିରିଆକୋ କହିଛନ୍ତି ଯେ ମୁସାରଫ୍ ସରକାରଙ୍କ ସହ ଆମେରିକାର ବହୁତ ଭଲ ସମ୍ପର୍କ ଥିଲା । ଆମେରିକା ଏକଛତ୍ରବାଦୀ ଶାସକଙ୍କ କାମକୁ ଭଲ ପାଏ । ସେତେବେଳେ ଜନମତ ବିଷୟରେ ଚିନ୍ତା କରିବାକୁ ପଡ଼େନାହିଁ । ୱାସିଂଟନ ଏହାର ସୁଯୋଗ ନେଇ ପାକିସ୍ତାନକୁ ଆର୍ଥିକ ସହାୟତା କରିଥିଲା ଓ ପାକିସ୍ତାନର ପରମାଣୁ ଅସ୍ତ୍ରଶସ୍ତ୍ର ଭଣ୍ତାରକୁ କିଣି ନେଇଥିଲା । କିରିଆକୋ ଦାବି କରିଛନ୍ତି ଯେ ଆମେରିକାକୁ ମୁସାରଫ ପାକିସ୍ତାନର ପରମାଣୁ ଅସ୍ତ୍ରାଗାରର ନିୟନ୍ତ୍ରଣ ନେବାକୁ ଅନୁମତି ଦେଇଥିଲେ । ୨୦୦୨ରେ ପାକିସ୍ତାନର ପରମାଣୁ ଅସ୍ତ୍ରାଗାରକୁ ପେଣ୍ଟାଗନ ନିୟନ୍ତ୍ରଣ କରୁଥିଲା । ଭାରତ ବିରୋଧୀ କାର୍ଯ୍ୟ ପାଇଁ ମୁସାରଫ୍ ଲଗାତାର ଆମେରିକାର ସାହାଯ୍ୟ ନେଇଥିଲେ ବୋଲି କିରିଆକୁ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/25/p03g4d80-2025-10-25-14-27-31.jpg)