କନକ ବ୍ୟୁରୋ : ୟୁକ୍ରେନ ଯୁଦ୍ଧ ଆମେରିକା ଓ ଋଷ ଭିତରେ ଝଗଡ଼ା ବଢ଼ାଇବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ପ୍ରସଙ୍ଗରେ ଏବେ ସିଧାସଳଖ ପୁଟିନଙ୍କୁ ଟାର୍ଗେଟ୍ କରିଛନ୍ତି । ଟ୍ରମ୍ପ୍ ସରକାର ଋଷର ଦୁଇଟି ବଡ଼ ତୈଳ କମ୍ପାନି ଉପରେ ପ୍ରତିବନ୍ଧକ ଲଗାଇଛି । ଆମେରିକାର ଏଭଳି ପଦକ୍ଷେପକୁ ନେଇ ପୁଟିନ ବି ପ୍ରତିକ୍ରିୟା ରଖିଛନ୍ତି । ପୁଟିନଙ୍କ ପ୍ରତିକ୍ରିୟା ପରେ ଏବେ ଟ୍ରମ୍ପ୍ ସିଧାସଳଖ ଋଷକୁ ଧମକ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ୬ ମାସ ପରେ ଋଷ ଜାଣି ପୁଟିନଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ କିଭଳି ନିଜ ଦେଶ ଉପରେ ପ୍ରଭାବ ପକାଉଛି । ଏହା ଟ୍ରମ୍ପ ଦ୍ୱାରା ଋଷକୁ ଦିଆଯାଇଥିବା ସିଧାସଳଖ ଧମକ । କହିରଖୁ କି, ଋଷର ବଡ଼ ବଡ଼ ତୈଳ କମ୍ପାନି ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ଏହା ଭାରତର ତୈଳ ଆମଦାନୀ ଉପରେ ପ୍ରଭାବ ପକାଇପାରେ । 

Advertisment

ଦରଦାମ ବୃଦ୍ଧିକୁ ନେଇ କାଙ୍ଗାଳ ସ୍ଥିତିରେ ପାକିସ୍ତାନ: ଆକାଶଛୁଆଁ ହେଲା ଟମାଟୋ ଦର

ଆମେରିକା ରାଷ୍ଟ୍ରପତି ଋଷ ଉପରେ ଶକ୍ତି ପ୍ରତିବନ୍ଧକ ଲଗାଇବା ପରେ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଏହି ପ୍ରତିବନ୍ଧକର ବାସ୍ତବ ପ୍ରଭାବ ଆସନ୍ତା ୬ ମାସ ମଧ୍ୟରେ ଦେଖିବାକୁ ମିଳିବ । ପୁଟିନଙ୍କ ପ୍ରତିକ୍ରିୟା ପରେ ୨୩ ତାରିଖରେ ହ୍ୱାଇଟ ହାଉସରୁ ଟ୍ରମ୍ପ କହିଛନ୍ତି କି, ଯଦି ଟ୍ରମ୍ପ ଭାବୁଛନ୍ତି ଏହି ପ୍ରତିବନ୍ଧକ ପରେ ଋଷ ଅର୍ଥ ବ୍ୟବସ୍ଥା ଉପରେ ପ୍ରଭାବ ପଡ଼ିବ ନାହିଁ, ତ ଠିକ୍ ଅଛି, କ'ଣ ପ୍ରଭାବ ପଡିବ ତାହା ୬ ମାସ ପରେ ମୁଁ ଜଣାଇଦେବି ।  ଋଷର ଦୁଇଟି ତୈଳ କମ୍ପାନି ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପଛରେ ୟୁକ୍ରେନ ଯୁଦ୍ଧ ନେଇ ଋଷ ଉପରେ ଚାପ  ପକାଇବା ଉଦ୍ଦେଶ୍ୟ ବୋଲି କୁହାଯାଉଛି । ପ୍ରତିବନ୍ଧକ ପରେ ଅନ୍ତର୍ରାଷ୍ଟ୍ରୀୟ ବଜାରରେ ଅଶୌଦ୍ଧିତ ତୈଳର ମୂଲ୍ୟ ୫ ପ୍ରତିଶତ ବୃଦ୍ଧି ପାଇଛି ।

‘ଅବକୀ ବାର୍ ମୋଦୀ ସରକାର’ର ସ୍ରଷ୍ଟାଙ୍କ ବିୟୋଗ: ବିଜ୍ଞାପନ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

ଟ୍ରମ୍ପଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଏହା ପ୍ରଥମ ଯେତେବେଳେ ୱାସିଂଟନରୁ ୟୁକ୍ରେନ ଯୁଦ୍ଧକୁ ନେଇ ଋଷ ଉପରେ ସିଧା ଆର୍ଥିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହାପୂର୍ବରୁ ଟ୍ରମ୍ପ କୂଟନୈତିକ ଆଲୋଚନା ମାଧ୍ୟମରେ ଋଷ ଓ ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଚେଷ୍ଟା କରିଥିଲେ । 

କମୁଛି ସୁନା ଓ ରୁପା ଦର: ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରାୟ ୯ରୁ ୧୬ ପ୍ରତିଶତ ହ୍ରାସ

ଋଷର ଦୁଇଟି ବଡ଼ ତୈଳ କମ୍ପାନି ଉପରେ ଆମେରିକା ପ୍ରତିବନ୍ଧକ ଲଗାଇବା ପରେ ଏହାର ପ୍ରଭାବ ଭାରତ ଉପରେ ପଡ଼ିପାରେ । ଭାରତ ଏବେ ଋଷର ଭାରୀମାତ୍ରାରେ ଅଶୌଦ୍ଧିତ ତୈଳ ଆମଦାନୀ କରୁଛି । ଟ୍ରମ୍ପ ବି ଅନେକ ଥର ଭାରତକୁ ଋଷ ଠାରୁ ତୈଳ ନକିଣିବାକୁ ଧମକ ଦେଇଛି । ଏହାସହ କିଛିଦିନ ଭିତରେ ଭାରତ ଋଷ ଠାରୁ ଆଉ ତୈଳ କିଣିବ ନାହିଁ ବୋଲି କହିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ପ୍ରତିଶ୍ରୁତି ଦେଇଥିବା କଥା ଦାବି କରିଛନ୍ତି ।