କନକ ବ୍ୟୁରୋ: ଭାରତରେ ନୂତନ ଆମେରିକୀୟ ରାଜଦୂତ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସର୍ଜିଓ ଗୋର ବଡ଼ ବୟାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ବନ୍ଧୁତାକୁ ସେ 'ବାସ୍ତବ' ବୋଲି  କହିବା ସହ ଦୁଇ ଦେଶ ମଧ୍ୟରେ ଟ୍ରେଡ୍ ଡିଲ୍ ବା ବାଣିଜ୍ୟ ଚୁକ୍ତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଥିବା ସମ୍ପର୍କ କେବଳ କୂଟନୈତିକ ନୁହେଁ, ବରଂ ଏହା ଏକ ଗଭୀର ବ୍ୟକ୍ତିଗତ ବନ୍ଧୁତା ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରଦୂତ । ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ପାଇଁ ଆସନ୍ତାକାଲି ପୁଣିଥରେ ଆଲୋଚନା ଆରମ୍ଭ ହେବାକୁ ଯାଉଛି ।

Advertisment

ବିଧାନସଭାରେ ବଢ଼ିବ କି ବିଧାୟକଙ୍କ ସିଟ୍ ସଂଖ୍ୟା? ମନ୍ତ୍ରୀଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା

ଭାରତ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ହୋଇଥିବାରୁ ଏହା ଆମେରିକା ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗିଦାରୀ
ଦୁଇ ବର୍ଷ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ପୁଣିଥରେ ଭାରତ ଗସ୍ତ କରିପାରନ୍ତି ବୋଲି ଗୋର ସଙ୍କେତ ଦେଇଛନ୍ତି
ରୁଷଠାରୁ ତେଲ କିଣାକୁ ନେଇ ଉପୁଜିଥିବା ଶୁଳ୍କ ବିବାଦ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ସନ୍ତୁଳିତ କରିବାକୁ ଚେଷ୍ଟା କରାଯାଉଛି
ବାଣିଜ୍ୟ ବ୍ୟତୀତ ପ୍ରତିରକ୍ଷା, ଆତଙ୍କବାଦ, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସମ୍ପର୍କକୁ ଆହୁରି ମଜବୁତ କରାଯିବ
ଭାରତକୁ ପାକ୍ସ ସିଲିକା ପରି ଗୁରୁତ୍ୱପୂର୍ଣ୍ଣ ବୈଶ୍ୱିକ ପଦକ୍ଷେପରେ ସମ୍ପୂର୍ଣ୍ଣ ସଦସ୍ୟ ଭାବେ ସାମିଲ କରିବା ପାଇଁ ଆମେରିକାର ନିମନ୍ତ୍ରଣ