କନକ ବ୍ୟୁରୋ : ବସିଲା ବୈଠକ, କିନ୍ତୁ ବାହାରିଲାନି ଆଶାନୁରୂପ ନିଷ୍କର୍ଷ । ଫ୍ଲୋରିଡାରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲେ ବି ଯୁଦ୍ଧ ବନ୍ଦ ନେଇ ଏବେବି ବାଟ ଫିଟିପାରିନି ।
ଫ୍ଲୋରିଡା ବୈଠକ ସରିବା ପରେ ଆମେରିକା ଓ ୟୁକ୍ରେନ ରାଷ୍ଟ୍ରପତି ମିଳିତ ସାମ୍ବାଦିକରେ ବିସ୍ତୁତ ସୂଚନା ଦେଇଛନ୍ତି । ଦୁଇଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା । ସମସ୍ତ ଦିଗ ଉପରେ ବିସ୍ତୁତ ଚର୍ଚ୍ଚା । ଆମେରିକାର ୨୦ ସୂତ୍ରୀ ଶାନ୍ତି ଯୋଜନାରେ ୟୁକ୍ରେନ ସହମତ । ଆମେରିକା-ୟୁକ୍ରେନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ୧୦୦% ସହମତ । ସାମରିକ ଦିଗ ଉପରେ ଚର୍ଚ୍ଚା । ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା । ୟୁକ୍ରେନ ଶାନ୍ତି ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଶାନ୍ତି ବୁଝାମଣାକୁ ୟୁକ୍ରେନ ସଂସଦରେ ଆଗତ କରିବ ୟୁକ୍ରେନ ।
ଅଧିକ ପଢ଼ନ୍ତୁ : ପାକିସ୍ତାନ ବାଂଲାଦେଶ ଭାଇ-ଭାଇ ; ଭାରତକୁ ଘେରିବାକୁ ବାଂଲାର ସାହାରା
ତେବେ ଡୋନବାସ୍ ପ୍ରସଙ୍ଗକୁ ନେଇ ସବୁ କିଛି ଅଟକି ରହିଛି । ଉଭୟ ଟ୍ରମ୍ପ୍ ଏବଂ ଜେଲେନସ୍କିଙ୍କ ଆଲୋଚନାରେ ଡୋନବାସ୍ ଅଞ୍ଚଳ ବଡ଼ ପ୍ରସଙ୍ଗ ଥିଲା । ଏହି ଅଞ୍ଚଳକୁ ଉଭୟ ରୁଷ ଓ ୟୁକ୍ରେନ ନିଜର ବୋଲି ଦାବି କରୁଛନ୍ତି । କୌଣସି ପରିସ୍ଥିତିରେ ଋଷ ସାଲିସ କରିବା ମୁଡରେ ନାହିଁ । ରୁଷର ଦାବି ୟୁକ୍ରେନ୍ ଖୁବଶୀଘ୍ର ଡୋନବାସ୍ ଅଞ୍ଚଳରୁ ସୈନ୍ୟ ପ୍ରତ୍ୟାହାର କରୁ । ୟୁରୋପୀୟ ନେତା ଡୋନବାସ୍ ପ୍ରସଙ୍ଗରେ ଦୂରେଇ ରହନ୍ତୁ ।
ରୁଷ-ୟୁକ୍ରେନ ଯୁଦ୍ଧ ୪ ବର୍ଷରେ ପହଞ୍ଚିବାକୁ ଯାଉଛି । ଏହାକୁ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛି ଆମେରିକା । ଏହି କ୍ରମରେ ରବିବାର ଫ୍ଲୋରିଡାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ୟୁକ୍ରେନ ରାଷ୍ଟ୍ରପତି ଭେଟିବା ପରେ ଯଦିଓ କୌଣସି ନିର୍ଣ୍ଣାୟକ ନିଷ୍କର୍ଷ ବାହାରିନି, ତଥାପି ବୈଠକ ଫଳପ୍ରଦ ବୋଲି ଆମେରିକା ଦାବି କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/29/trump-zelensky-florida-meeting-2025-12-29-23-14-59.jpg)