କନକ ବ୍ୟୁରୋ : ଦକ୍ଷିଣ ଏସିଆର ରାଜନୀତିରେ ବଡ଼ ପରିବର୍ତ୍ତନ । ନିକଟତର ହେଉଛନ୍ତି ପାକିସ୍ତାନ ଓ ବାଂଲାଦେଶ । ବାଂଲାଦେଶରେ ଶେଖ ହାସିନା ସରକାରଙ୍କ ପତନ ପରେ ଦକ୍ଷିଣ ଏସିଆର ଭୂ-ରାଜନୀତିରେ ଏକ ନୂତନ ମୋଡ଼ ଆସିଛି । ଯାହା ଭାରତ ପାଇଁ ଆଦୌ ଶୁଭ ନୁହେଁ , ଦୀର୍ଘ ଦିନର ଶୀତଳ ସମ୍ପର୍କ ପରେ ପାକିସ୍ତାନ ଓ ବାଂଲାଦେଶ ଏବେ ପରସ୍ପରର ଅତି ନିକଟତର ହେବାରେ ଲାଗିଛନ୍ତି । ନିକଟରେ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ମହମ୍ମଦ ୟୁନୁସ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ହୋଇଥିବା ସକରାତ୍ମକ ଆଲୋଚନା ଏହାର ସ୍ପଷ୍ଟ ପ୍ରମାଣ ଥିଲା । ଶନିବାର ହେଲେ କାଲି ପାକିସ୍ତାନର ବୈଦେଶିକ ବିଭାଗ ବର୍ଷର ଶେଷ ମିଡିଆ ବ୍ରିଫିଂ କରୁଥିବା ବେଳେ ବାଂଲାଦେଶକୁ ନେଇ ବଡ ବୟାନ ଦେଇଛନ୍ତି ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶକ୍ ଡାର ।
ଇଶକ୍ ଡାର ସିଧା ମାନିଛନ୍ତି ଯେ ହସିନାଙ୍କ ସରକାର ଥିବା ବେଳେ ପାକିସ୍ତାନ ସହ ସମ୍ପର୍କ ଭଲ ନଥିଲା କାରଣ ହସିନାଙ୍କ ସରକାର ଆଣ୍ଟି - ପାକିସ୍ତାନର କଥା କୁହେ । ହେଲେ ଏବେ ସମ୍ପର୍କ ବହୁତ୍ ଭଲ ଅଛି ଆଉ ସବୁଠାରୁ ବଡ଼ କଥା, ହେଲେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଆତଙ୍କବାଦୀ ସହ ଲିଙ୍କ୍ରେ ଥିବା ଜମାତ୍-ଏ-ଇସ୍ଲାମୀ ଦଳକୁ ପ୍ରଶଂସା କରିଛନ୍ତି, ଏ ହେଉଛି ସେଇ ଗୋଷ୍ଠୀ ଯାହାକୁ ଆତଙ୍କବାଦୀ ଲିଙ୍କ୍ରେ ହସିନା ବ୍ୟାନ୍ କରିଥିଲେ । ଏମିତି କି ବାଂଲାଦେଶକୁ ଆକ୍ଟିଭ କରିବ ପାକିସ୍ତାନ, କାରଣ ବୈଦେଶିକ ମନ୍ତ୍ରୀ କହିଲେ ପାକିସ୍ତାନ-ବାଂଲାଦେଶ ଭାଇ ଭାଇ ।
ଅଧିକ ପଢ଼ନ୍ତୁ---ସବୁ ବିପଦର ମୁକାବିଲା କରିବାକୁ ନୌସେନା ପ୍ରସ୍ତୁତ ; ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଉଭୟ ଦେଶ ମଧ୍ୟରେ ସିଧାସଳଖ ସାମୁଦ୍ରିକ ବାଣିଜ୍ୟ ଆରମ୍ଭ ହୋଇଥିବାବେଳେ, ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ସହଯୋଗ ବୃଦ୍ଧି ପାଇଁ ଚୁକ୍ତିନାମା ସ୍ୱାକ୍ଷରିତ ହେବାକୁ ଯାଉଛି । ଭାରତ ବିରୋଧୀ ମନୋଭାବ ବଢୁଥିବା ସମୟରେ ପାକିସ୍ତାନ ଏହି ସୁଯୋଗର ଫାଇଦା ଉଠାଇ ବାଂଲାଦେଶ ସହ ଏକ ଶକ୍ତିଶାଳୀ ମେଣ୍ଟ ଗଠନ କରିବାକୁ ଚାହୁଛି । ଗୁଇନ୍ଦା ସୂଚନା ଅନୁଯାୟୀ, ISI ବାଂଲାଦେଶ ମାଧ୍ୟମରେ ଭାରତର ପୂର୍ବ ସୀମାରେ ଅଶାନ୍ତି ସୃଷ୍ଟି କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ଏହି ବଦଳୁଥିବା ସମ୍ପର୍କ ଏବେ ଭାରତ ପାଇଁ ଏକ ବଡ଼ ସୁରକ୍ଷା ଚିନ୍ତାର କାରଣ ପାଲଟିଛି ।
ପାକିସ୍ତାନ କାହିଁକି ବାଂଲାଦେଶ ସହ ନିକଟତର ହେବାକୁ ଚାହୁଁଛି?
ବାଂଲାଦେଶ ସହ ସାମରିକ ଚୁକ୍ତି କରି ପାକିସ୍ତାନ ନିଜର ସାମରିକ ଉପସ୍ଥିତି ଜାହିର କରିବାକୁ ଚାହୁଛି । ବାଂଲାଦେଶର ବଢ଼ୁଥିବା ଅର୍ଥନୀତିରୁ ଫାଇଦା ଉଠାଇବା ପାଇଁ ପାକିସ୍ତାନ ସିଧାସଳଖ ବାଣିଜ୍ୟିକ କାରବାର ଓ ରପ୍ତାନି ବଢ଼ାଇବାକୁ ଲକ୍ଷ୍ୟ ରଖିଛି । ବାଂଲାଦେଶ ମାଟିକୁ ବ୍ୟବହାର କରି ଭାରତର ପୂର୍ବୋତ୍ତର ରାଜ୍ୟଗୁଡ଼ିକରେ ବିଦ୍ରୋହ ଓ ଅଶାନ୍ତି ସୃଷ୍ଟି କରିବା ପାଇଁ ISI ସୁଯୋଗ ଭାବେ ଦେଖୁଛି । ୧୯୭୧ ଯୁଦ୍ଧର ତିକ୍ତତାକୁ ଦୂର କରି ବାଂଲାଦେଶରେ ଭାରତର ପ୍ରଭାବକୁ ସମ୍ପୂର୍ଣ୍ଣ ରୂପେ ଶେଷ କରିବାକୁ ପାକିସ୍ତାନ ପ୍ରୟାସ କରୁଛି । ସାର୍କ ପରି ସଂଗଠନରେ ଭାରତର ଆଧିପତ୍ୟକୁ ପ୍ରତିହତ କରିବା ପାଇଁ ବାଂଲାଦେଶର ସମର୍ଥନ ପାକିସ୍ତାନ ପାଇଁ ଜରୁରୀ । ଚୀନ ମଧ୍ୟ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ବଢୁଥିବା ନିକଟତାକୁ ପରୋକ୍ଷରେ ସମର୍ଥନ କରୁଛି, ଯାହା ଭାରତ ପାଇଁ ବିପଦ ଦ୍ୱିଗୁଣିତ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/29/pakistan-bangladesh-2025-12-29-16-35-07.jpg)