ଝାଡ଼ଖଣ୍ଡର ଧାନବାଦରେ କୋଇଲା ଖଣିରୁ ବିଷାକ୍ତ ଗ୍ୟାସ୍ ଲିକ, ୨ ମୃତ

Advertisment

ବିସିସିଏଲ୍‌ର ଗୋଣ୍ଡୁଡ଼ିହ ଖଣ୍ତିରେ କୋଇଲା ସହ ମିଶି ରହିଥିବା ମିଥେନ୍ ଓ କାର୍ବନ ମନୋକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ୍ ନିକଟସ୍ଥ ବସ୍ତି ଫୁଲି-ହିରାକ୍ ରୋଡ୍ ଅଞ୍ଚଳରେ ମେଣ୍ଟଙ୍ଗଡ଼ିହ ବସ୍ତିରେ ପଶିଯାଇଥିଲା । ଫଳରେ ସେଠାରେ ରହୁଥିବା ଦୁଇ ଯୁବକ ରାଜେଶ କୁମାର ଓ ସଞ୍ଜୟ କୁମାରଙ୍କର ମୃତ୍ୟୁ ହୋଇଛି ।

Toxic Gas Leak

Toxic Gas Leak Photograph: (Kanak News)

କନକ ବ୍ୟୁରୋ : ଝାଡ଼ଖଣ୍ଡର ଧାନବାଦ ଜିଲ୍ଲା ଅନ୍ତର୍ଗତ ଭୁଲି ବ୍ଲକ୍ ଅଞ୍ଚଳରେ ଭାରତ କୋକିଂ କୋଲ୍ ଲିମିଟେଡ୍‌ର ଗୋଣ୍ଡୁଡିହ୍ କୋଏଲିୟାରିରୁ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣା ପରେ ଧାନବାଦ୍ ଜିଲ୍ଲାପାଳ ବରବର କୁମାର ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦନ୍ତ ଭୁଲି ଏସଡିଜେଏମ୍ ଅନମୋଲ କୁମାର ସିଂହଙ୍କ ନେତୃତ୍ୱରେ ହେବ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି ।

ଅଧିକ ପଢ଼ନ୍ତୁ : ଆରବିଆଇ ନେଲା ବଡ଼ ନିଷ୍ପତ୍ତି : କମିବ ଆପଣଙ୍କ ଇଏମଆଇ

ବିସିସିଏଲ୍‌ର ଗୋଣ୍ଡୁଡ଼ିହ ଖଣ୍ତିରେ କୋଇଲା ସହ ମିଶି ରହିଥିବା ମିଥେନ୍ ଓ କାର୍ବନ ମନୋକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ଲିକ୍ ହୋଇଥିଲା । ଏହି ଗ୍ୟାସ୍ ନିକଟସ୍ଥ ବସ୍ତି ଫୁଲି-ହିରାକ୍ ରୋଡ୍ ଅଞ୍ଚଳରେ ମେଣ୍ଟଙ୍ଗଡ଼ିହ ବସ୍ତିରେ ପଶିଯାଇଥିଲା । ଫଳରେ ସେଠାରେ ରହୁଥିବା ଦୁଇ ଯୁବକ ରାଜେଶ କୁମାର ଓ ସଞ୍ଜୟ କୁମାରଙ୍କର ମୃତ୍ୟୁ ହୋଇଛି । ଖଣିରୁ ଅନେକ ସମୟରେ ବିଷାକ୍ତ ଗ୍ୟାସ୍ ବାହାରୁଛି । ଏହାକୁ ରୋକିବା ପାଇଁ ବିସିସିଏଲ୍ କୌଣସି ସୁରକ୍ଷା ବ୍ୟବସ୍ଥା ନେଉନାହିଁ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏଭଳି ଗ୍ୟାସ୍ ଲିକ୍ ଘଟଣା ଘଟିଥିଲା । ଧାନବାଦ୍ ଏସ.ପି ଆର ରାମକୁମାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe