ଟିଏମସିର ଧାରଣା ଓ ବିରୋଧ ପ୍ରଦର୍ଶନରେ ଉଠିଲା ପଡ଼ିଲା ରାଜଧାନୀ ଦିଲ୍ଲୀ: କୋଲକାତା ଆଇପ୍ୟାକ୍ ଅଫିସରେ ଇଡି ଚଢ଼ାଉର ପ୍ରତିବାଦ

Advertisment

ଆଜି ଏହି ଘଟଣାକୁ ନେଇ ଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନ ଏବଂ ଅଫିସ୍ ବାହାରେ ପ୍ରତିବାଦ କରିଛି ଟିଏମସି । ଟିଏମସି ସାଂସଦ ମହୁଆ ମୈତ୍ର, ଡେରେକ୍ ଓ ବ୍ରାଏନଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ ।

ଆଜି ଏହି ଘଟଣାକୁ ନେଇ ଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନ ଏବଂ ଅଫିସ୍ ବାହାରେ ପ୍ରତିବାଦ କରିଛି ଟିଏମସି । ଟିଏମସି ସାଂସଦ ମହୁଆ ମୈତ୍ର, ଡେରେକ୍ ଓ ବ୍ରାଏନଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ ।

TMC

TMC Photograph: (KanakNews)

କନକ ବ୍ୟୁରୋ: ମମତା ବାନାର୍ଜୀଙ୍କ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇ-ପାକରେ ଚଢାଉକୁ ନେଇ ବଢୁଛି ବିବାଦ । ଆଜି ଏହି ଘଟଣାକୁ ନେଇ ଦିଲ୍ଲୀରେ ଅମିତ ଶାହାଙ୍କ ବାସଭବନ ଏବଂ ଅଫିସ୍ ବାହାରେ ପ୍ରତିବାଦ କରିଛି ଟିଏମସି । ଟିଏମସି ସାଂସଦ ମହୁଆ ମୈତ୍ର, ଡେରେକ୍ ଓ ବ୍ରାଏନଙ୍କୁ ଉଠାଇ ନେଇଛି ଦିଲ୍ଲୀ ପୁଲିସ । ଟିଏମସି ସାଂସଦମାନେ ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ପଶ୍ଚିବବଙ୍ଗ ମୋଦୀ-ଶାହାଙ୍କ ନୀଚ ରାଜନୀତିକୁ ପ୍ରତ୍ୟାଖ୍ୟାନ କରୁଥିବା ପ୍ଲାକାର୍ଡ ଧରି ପ୍ରତିବାଦ କରିଛନ୍ତି । ଇଡିର କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ବୋଲି ଟିଏମସି କହିଛି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ଭୟ ଦେଖାଇବାର ଉଦ୍ଦେଶ୍ୟରେ ଏପରି ରେଡ କରାଯାଇଥିବା ଅଭିଯୋଗ କରିଛନ୍ତି ଟିଏମସି ସାଂସଦ । ଇଡି ଟିଏମସିର ରଣନୀତି ଏବଂ ପ୍ରାର୍ଥୀ ତାଲିକା ନେଇଯାଇଛନ୍ତି ବୋଲି ଅଭିଯୋଗ କରିଛି ଟିଏମସି । ସେପଟେ ହାଇକୋର୍ଟରେ ପହଞ୍ଚିଛି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଇଡି ବିବାଦ । ଦୋଷୀଙ୍କୁ ଘଣ୍ଟ ଘୋଡାଇବାକୁ ମମତା ତଦନ୍ତକୁ ବାଧା ଦେଉଥିବା ଅଭିଯୋଗ ଆଣି ପଶ୍ଚିମବଙ୍ଗ ହାଇକୋର୍ଟରେ ଆବେଦନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପୂରା ବିବାଦ । କାହିଁକି ରେଡ୍ କରିଛି ଇଡି?

ସ୍ବର୍ଗଦ୍ବାର ସାମ୍ନାରେ ଗଡ଼ିଲା ମୁଣ୍ଡ, ସମ୍ପର୍କୀୟଙ୍କ ଶେଷକୃତ୍ୟ ସାରି ଫେରିବା ବେଳେ ବଚସାରୁ ଛୁରି ମାଡ଼

ହାଇକୋର୍ଟରେ ମମତା-ଇଡି ବିବାଦ
ଗୁରୁବାର ଆଇପ୍ୟାକ୍ ମୁଖ୍ୟ ପ୍ରତୀକ ଜୈନଙ୍କ ଘରେ ଓ ଅଫିସରେ ଇଡି ରେଡ୍
ଘଟଣାସ୍ଥଳରେ ରାଜ୍ୟ ପୁଲିସ୍ ପହଞ୍ଚିଥିଲା, ତା’ପରେ ମମତା ବାନାର୍ଜୀ ଆସିଥିଲେ

ଦିଲ୍ଲୀରେ କୋଲକାତା ତାତି 
-ଏହି ରେଡ୍‌କୁ  ବିଜେପି ଦ୍ୱାରା ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଇଥିବା ମମତାଙ୍କ ଅଭିଯୋଗ
- ଅଭିଯୋଗକୁ ଇଡି ଖଣ୍ଡନ କରି କହିଛି, ଏହି ରେଡ୍ ପ୍ରମାଣ ଆଧାରିତ
-କୌଣସି ରାଜନୈତିକ ସଂଗଠନକୁ ଟାର୍ଗେଟ୍ କରି ଏହି ରେଡ୍ କରାଯାଇ ନାହିଁ
-ଇଡି କହିଛି, କୌଣସି ଦଳୀୟ ଅଫିସରେ ସର୍ଚ୍ଚ ଅପରେସନ୍ ହୋଇନାହିଁ
-ଏହା କୌଣସି ନିର୍ବାଚନ ସହିତ ଜଡ଼ିତ ନୁହେଁ, ଏହା ମନି ଲଣ୍ଡରିଂ ମାମଲାର ଏକ ଅଂଶ
-ଇଡି ରେଡ୍ ସମୟରେ ମମତା ଆଇପ୍ୟାକ୍ ଅଫିସରୁ ତଥ୍ୟ ନେଇଯାଇଥିବା କହିଛି ଇଡି
-ଅଫିସରୁ ଏକ ଲ୍ୟାପଟପ୍, ଫୋନ୍ ଏବଂ ବହୁ ଦଲିଲ ନେଇଯାଇଥିବା କହିଛି ଇଡି
- ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ବେ ମମତା ବାନାର୍ଜୀ ତଦନ୍ତରେ ବାଧା ସୃଷ୍ଟି କରୁଛନ୍ତି
-କୋଇଲା ଚୋରାଚାଲାଣ ଓ ମନି ଲଣ୍ଡରିଂରେ ଜଡ଼ିତ ଲୋକଙ୍କୁ ସୁରକ୍ଷା ଦେଉଛନ୍ତି ମମତା: ଇଡି
- ଆଇପ୍ୟାକ୍ କମ୍ପାନି ପକ୍ଷରୁ ମଧ୍ୟ ହାଇକୋର୍ଟରେ ଅନ୍ୟ ଏକ ଆବେଦନ କରାଯାଇଛି
-ମମତା କହିଛନ୍ତି, ଇଡି ଅଧିକାରୀ ଆମର ଦଳୀୟ ଡାଟା, ଲ୍ୟାପଟପ୍, ଆଇଫୋନ୍ ନେଇଯାଇଛନ୍ତି
-ଦଳୀୟ ନିର୍ବାଚନ ରଣନୀତି ମଧ୍ୟ ଇଡି ନେଇଯାଇଥିବା ମମତା ଅଭିଯୋଗ କରିଛନ୍ତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe