କନକ ବ୍ୟୁରୋ: ଦିଲ୍ଲୀ ଦଙ୍ଗା ମାମଲାରେ ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ  ସର୍ଜିଲ ଇମାମଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି ମିଳିଲା ନାହିଁ । ଉଉୟଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ବର୍ଷକ ମଧ୍ୟରେ ଖାଲିଦ ଏବଂ ଇମାମ ଆଉ ଜାମିନ ଆବେଦନ କରିପାରିବେ ନାହିଁ । ବର୍ଷକ ପରେ ଜାମିନ ଆବେଦନ କରିପାରିବେ ବୋଲି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ଅରବିନ୍ଦ କୁମାର ଓ ଜଷ୍ଟିସ ଏନ.ଭି ଅଞ୍ଜାରିଆଙ୍କ ଖଣ୍ଡପୀଠ  କହିଛନ୍ତି । ତେବେ ଅନ୍ୟ ୫ ଅଭିଯୁକ୍ତ- ଗୁଲଫିଶା ଫାତିମା, ମୀରାନ ହାଇଦର, ଶିଫା ଉର୍ ରେହମାନ, ମହମ୍ମଦ ସଲିମ ଖାନ୍ ଓ ସାଦାବ ଅହମ୍ମଦଙ୍କୁ ଜାମିନ ମିଳିଛି । ଅଭିଯୋଗର ଗୁରୁତ୍ବକୁ ଦେଖି ଉମର ଖାଲିଦ ଓ  ସର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି ।  ଦିଲ୍ଲୀ ଦଙ୍ଗା ମାମଲାରେ ୨୦୨୦ ଜାନୁଆରି ୨୮ ଓ ଉମର ଖଲିଦ  ସେପ୍ଟେମ୍ୱର ୧୩ରୁ  ଜେଲରେ ଅଛନ୍ତି । ୨୦୨୦ ଦିଲ୍ଲୀରେ ଦଙ୍ଗା ଘଟି ୫୩  ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୭ ଶହରୁ ଅଧିକ ଲୋକ ଆହତ ହୋଇଥିଲେ । ଦଙ୍ଗାର ମାଷ୍ଟରମାଇଣ୍ଡ ଭାବେ ଉମର ଖାଲିଦ ଓ ସର୍ଜିଲ ଇମାମଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି । ଗତ ସେପ୍ଟେସମ୍ବର ୨ ତାରିଖରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିଲା । ଏହାପରେ ସେମାନେ ସୁପ୍ରିମକୋର୍ଟ ଯାଇଥିଲେ । ସୁପ୍ରିମକୋର୍ଟ ଗତ ଡିସେମ୍ୱର  ୧୦ ତାରିଖରେ ରାୟ ସଂରକ୍ଷିତ ରଖିଥିଲେ । ଆଜି ଅନ୍ୟ ୫ ଜଣଙ୍କୁ ସୁପ୍ରିମକୋର୍ଟ ଜାମିନ ଦେଇଥିବା ବେଳେ ଉମର ଖାଲିଦ ଓ ସର୍ଜିଲ ଇମାମଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ।  ଉମାର ଖାଲିଦଙ୍କୁ ମୁକ୍ତ କରିବା ପାଇଁ ଆମେରିକାର ୮ ଜଣ ସାଂସଦ ଭାରତକୁ ଚିଠି ଲେଖି ଅନୁରୋଧ କରିଥିଲେ । 

Advertisment

ସର୍ବବୃହତ ସ୍ୱଦେଶୀ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ; ତଟରକ୍ଷୀ ବାହିନୀରେ ସାମିଲ ହେଲା ‘ସମୁଦ୍ର ପ୍ରତାପ’;

ଦିଲ୍ଲୀ ଦଙ୍ଗା ମାମଲା
ଆସିଲା ‘ସୁପ୍ରିମ୍’ ରାୟ

ହତାଶ ହେଲେ ଉମର ଖାଲିଦ ଓ ସର୍ଜିଲ ଇମାମ
ଉଭୟଙ୍କ ଜାମିନ ଆବେଦନ ଖାରଜ କଲେ ସର୍ବୋଚ୍ଚ ଅଦାଲତ
ବର୍ଷକ ମଧ୍ୟରେ ଉଭୟ ଆଉ ଜାମିନ ଆବେଦନ କରିପାରିବେ ନାହିଁ
ଅନ୍ୟ ୫ ଅଭିଯୁକ୍ତଙ୍କ ଜାମିନ ଆବେଦନ ମଞ୍ଜୁର କଲେ ସୁପ୍ରିମ୍‌କୋର୍ଟ 
ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରିଥିଲେ
ସୁପ୍ରିମ୍‌କୋର୍ଟରେ ଜାମିନ ଆବେଦନ କରିଥିଲେ ସମସ୍ତ ଅଭିଯୁକ୍ତ
ଅଭିଯୋଗର ଗୁରୁତ୍ୱ ଦେଖି ଖାଲିଦ ଓ ସର୍ଜିଲଙ୍କ ଜାମିନ ଆବେଦନ ଖାରଜ  
୨୦୨୦ ଦିଲ୍ଲୀରେ ଦଙ୍ଗାରେ ୫୩ ଜଣଙ୍କ ମୃତ୍ୟୁ ହୋଇଥିଲା, ୭ ଶହରୁ ଅଧିକ ଆହତ 
୨୦୨୦ରୁ ଉମର ଖାଲିଦ ଓ ସର୍ଜିଲ ଇମାମ ଜେଲ୍‌ରେ ଅଛନ୍ତି