ହମାସ୍ ଶୈଳୀ ଆକ୍ରମଣରେ ଦୋହଲିଥାନ୍ତା ଦିଲ୍ଲୀ; ଲାଲକିଲ୍ଲା ଉପରେ ହୋଇଥାନ୍ତା ରକେଟ୍ ମାଡ଼

ହମାସ୍ ଶୈଳୀ ଆକ୍ରମଣରେ ଥରିଥାନ୍ତା ଦିଲ୍ଲୀ । ନିହତ ଆତଙ୍କୀ ଉମରର ଘନିଷ୍ଠ ସହଯୋଗୀ ଡାନିସ୍ । ବୈଷୟିକ ଜ୍ଞାନକୌଶଳରେ ବେଶ୍ ପାରଙ୍ଗମ ଥିଲା ।ଡ୍ରୋନ୍‌କୁ ବଦଳାଇ ଆହୁରି ଅତ୍ୟାଧୁନିକ କରୁଥିଲା । ଶକ୍ତିଶାଳୀ ରକେଟ୍ ତିଆରି କରୁଥିଲା । ରକେଟ୍ ଜରିଆରେ ବଡ଼ ଆତଙ୍କୀ ହମଲା କରିଥାନ୍ତା ।

Delhi Blast Case

Delhi Blast Case Photograph: (Kanak News)

କନକ ବ୍ୟୁରୋ : ଦିଲ୍ଲୀରେ କରାଯାଇଥାନ୍ତା ହମାସ୍ ଶୈଳୀରେ ଆକ୍ରମଣ । କେବଳ ସେତିକି ନୁହେଁ, ଆତ୍ମଘାତୀ ଡ୍ରୋନ୍ ଓ ରକେଟ୍ ମଧ୍ୟ ତିଆରି କରୁଥିଲା ଆତଙ୍କୀ ଡାକ୍ତର । ଦିଲ୍ଲୀର ବିଭିନ୍ନ ସ୍ଥାନକୁ ବିସ୍ଫୋରଣରେ ଉଡ଼ାଇବାକୁ ବଡ଼ ଷଡ଼ଯନ୍ତ୍ର ରଚିଥିଲା । ଏହି ସବୁ ଚାଞ୍ଚଲ୍ୟକର ତଥ୍ୟ ଉଗାରିଛି ନିହତ ଆତଙ୍କୀ ଡାକ୍ତର ଉମର ଉନ ନବିର ସହଯୋଗୀ ଡାନିସ ଓରଫ ଯଶିର ବିଲାଲ ୱାନି । ସେପଟେ ବିସ୍ଫୋରଣ ପୂର୍ବରୁ ଉମରର ଏକ ଭିଡିଓ ସାମ୍ନାକୁ ଆସିଛି ।

ଶ୍ରୀନଗରରୁ ଗିରଫ ଆତଙ୍କୀ ଉମର ନବୀର ଘନିଷ୍ଠ ସହଯୋଗୀ ଡାନିସ୍ ଓରଫ ଯଶିର ବିଲାଲ ୱାନିକୁ ଜେରା ସମୟରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଜମ୍ମୁ-କାଶ୍ମୀର ଓ ଫରିଦାବାଦରେ ବସି ବିସ୍ଫୋରଣରେ କେମିତି ଦିଲ୍ଲୀକୁ ଥରହର କରାଯିବ, ସେନେଇ ବଡ଼ ଷଡ଼ଯନ୍ତ୍ର ରଚିଥିଲା ଆତଙ୍କୀ ଡାକ୍ତର । ନିହତ ଉମର ନବିର ଡାହଣ ହାତ ଡାନିସ୍ ପ୍ରସ୍ତୁତ କରିଥିଲା ବଡ଼ ଆକ୍ରମଣ ବ୍ଲୁପ୍ରିଣ୍ଟ ।

ଅଧିକ ପଢ଼ନ୍ତୁ : ଲାଲକିଲ୍ଲା ବିସ୍ଫୋରଣ ଘଟଣା, ମାଷ୍ଟର ମାଇଣ୍ଡ ଉମରର ଆଉ ଏକ ଭିଡିଓ ଭାଇରାଲ

ହମାସ୍ ଶୈଳୀ ଆକ୍ରମଣରେ ଥରିଥାନ୍ତା ଦିଲ୍ଲୀ । ନିହତ ଆତଙ୍କୀ ଉମରର ଘନିଷ୍ଠ ସହଯୋଗୀ ଡାନିସ୍ । ବୈଷୟିକ ଜ୍ଞାନକୌଶଳରେ ବେଶ୍ ପାରଙ୍ଗମ ଥିଲା ।ଡ୍ରୋନ୍‌କୁ ବଦଳାଇ ଆହୁରି ଅତ୍ୟାଧୁନିକ କରୁଥିଲା । ଶକ୍ତିଶାଳୀ ରକେଟ୍ ତିଆରି କରୁଥିଲା । ରକେଟ୍ ଜରିଆରେ ବଡ଼ ଆତଙ୍କୀ ହମଲା କରିଥାନ୍ତା । ସୁରକ୍ଷା ସ୍ଥଳରେ ରକେଟ୍‌ ମାଡ଼ ଯୋଜନା ଥିଲା । ଲାଲକିଲ୍ଲାକୁ ଡ୍ରୋନ୍‌ରେ ଟାର୍ଗେଟ୍ କରିଥାନ୍ତେ । ଭିଡ଼ବହୁଳ ସ୍ଥାନରେ ଆକ୍ରମଣ କରିଥାନ୍ତେ ଆତଙ୍କୀ । ଉମର ଓ ଡାନିସ୍ କାଶ୍ମୀରର ଗୋଟିଏ ମସଜିଦରେ ପ୍ରଥମେ ଭେଟିଥିଲେ । ଉମର ବେଶ୍ କୌଶଳକ୍ରମେ ଡାନିସକୁ ନିଜ ଜାଲରେ ଫସାଇଥିଲା । ବ୍ରେନୱାସ୍ କରି ଆତ୍ମଘାତୀ ହମଲା ପାଇଁ ପ୍ରସ୍ତୁତ ରହିବାକୁ କହିଥିଲା । ଆତଙ୍କବାଦୀ ହମଲାରେ ବୈଷୟିକ ସହାୟତା ଯୋଗାଉଥିଲା ଡାନିସ୍ ।

ସେପଟେ ଏନଆଇଏ ଟିମ୍ ଡାନିସକୁ ଦିଲ୍ଲୀ ଆଣିଛି । ବିଦେଶରୁ ଟେରର ଫଣ୍ଡିଂ ହେଉଥିବା ଆଶଙ୍କାରେ ଅଲଫଲହା ବିଶ୍ୱବିଦ୍ୟାଳୟ ସହ ୨୫ ଠିକଣାରେ ଚଢ଼ାଉ କରିଛନ୍ତି ତଦନ୍ତକାରୀ ସଂସ୍ଥା ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସ୍ପଷ୍ଟ ଇଂରାଜୀ କହୁଥିବା ଏହି ଯୁବକ ଆଉ କେହି ନୁହେଁ, ଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଉମର ଉନ ନବି । ଉମର ବିସ୍ଫୋରଣ ପୂର୍ବରୁ ନିଜେ ଏହି ଭିଡିଓ କରିଥିଲା । ଉମରର ଚିନ୍ତାଧାରା, ଯୋଜନା ଏବଂ ମୌଳବାଦୀଙ୍କ ପରି ଥିଲା ବୋଲି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ଯେଉଁଭଳି ଭାବେ ଉମର କଥା ହେଉଛି, ସେଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ଦିଲ୍ଲୀକୁ ବଡ଼ ଧରଣର ଆକ୍ରମଣରେ ଦୋହଲାଇବା ପାଇଁ ଦୀର୍ଘ ସମୟ ଧରି ରଚାଯାଇଥିଲା ବଡ଼ ଷଡ଼ଯନ୍ତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe