କନକ ବ୍ୟୁରୋ: ଦିଲ୍ଲୀ ବିସ୍ଫୋରଣ ପରେ ସାରା ଦେଶରେ ଚାଲିଛି ଚଢ଼ାଉ । ବିସ୍ଫୋରଣ ପଛରେ ଅଲ୍-ଫଲାହ ୟୁନିଭର୍ସିଟିର କ’ଣ ରହିଛି ସମ୍ପର୍କ, ୟୁନିଭର୍ସିଟି ଟ୍ରଷ୍ଟରୁ ଆତଙ୍କୀ କାର୍ଯ୍ୟକଳାପ ପାଇଁ ଖର୍ଚ୍ଚ ହୋଇଥିଲା କି ପାଣ୍ଠି, ଏହାକୁ ନେଇ ଆଜି ଚାଲିଛି ଚଢ଼ାଉ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଏନେଇ ଅଲ୍-ଫଲାହ ୟୁନିଭର୍ସିଟି ଓ ଏହା ସମ୍ପର୍କିତ ୨୫ଟି ସ୍ଥାନରେ ଚଢ଼ାଉ କରୁଛି । ଭୋର୍ ୫ଟାରୁ ଆରମ୍ଭ ହୋଇଛି ଇଡିର ଚଢ଼ାଉ । ଦିଲ୍ଲୀ ସମେତ ଅନ୍ୟ ସ୍ଥାନରେ ଏହି ରେଡ୍ କରାଯାଉଛି ।
ଦିଲ୍ଲୀ ବିସ୍ଫୋରଣର ଆତଙ୍କୀ ପାଣ୍ଠି ଲିଙ୍କ୍
୨୫ଟି ସ୍ଥାନରେ ଇଡିର ଚଢ଼ାଉ
ଦିଲ୍ଲୀ କାର୍ ବିସ୍ଫୋରଣ ଓ ଫରିଦାବାଦ ଆତଙ୍କୀ ଡ୍ୟୁଲର ତଦନ୍ତ ଜୋରଦାର୍
ଅଲ-ଫଲାହ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ପାଣ୍ଠି ନେଟୱର୍କର ତଦନ୍ତ
ବିଶ୍ୱବିଦ୍ୟାଳୟ ସହ ଜଡ଼ିତ ୨୫ଟି ସ୍ଥାନରେ ଇଡିର ଚଢ଼ାଉ
ଭୋର୍ ୫ଟାରୁ ଚଢ଼ାଉ ଜାରି ରହିଛି
ବିଶ୍ୱବିଦ୍ୟାଳୟର ଟ୍ରଷ୍ଟି ଏବଂ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଟାର୍ଗେଟ୍
ଅନେକ ସନ୍ଦିଗ୍ଧ ବ୍ୟକ୍ତିଙ୍କର ବିଶ୍ୱବିଦ୍ୟାଳୟ ସହିତ ସିଧାସଳଖ ସମ୍ପର୍କ ଥିବା ସୂଚନା
ବିଶ୍ୱବିଦ୍ୟାଳୟ ପ୍ରଶାସନ ବିରୋଧରେ ସମନ୍ ଜାରି ହୋଇସାରିଛି
ଇଡି ତଦନ୍ତର କେନ୍ଦ୍ରବିନ୍ଦୁ ଆତଙ୍କ ପାଣ୍ଠି ନେଟୱର୍କ
ଦିଲ୍ଲୀ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ଉମର; ଡିଏନ୍ଏ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ
ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । ଏନଆଇଏ ଆଉ ଜଣେ ଆତଙ୍କୀଙ୍କୁ ଧରିଛି । ଏହି ଆତଙ୍କୀ ଟେରର ମଡେଲ ଉପରେ ଦେଇଛି ବିସ୍ଫୋରକ ବୟାନ । ହମାସ୍ ଷ୍ଟାଇଲ୍ ଭାରତରେ କରିଥାନ୍ତେ ଆକ୍ରମଣ । ଆତଙ୍କୀ ପ୍ରସ୍ତୁତ କରୁଥିଲେ ଡ୍ରୋନ୍ ଓ ଛୋଟ ରକେଟ୍ । ସିରିଏଲ ବ୍ଲାଷ୍ଟ ପରି ବଡ଼ ଯୋଜନା କରିଥିଲେ ଆତଙ୍କୀ । ଏନଆଇଏ ତଦନ୍ତ ଆଗକୁ ବଢ଼ିବା ସହିତ ଚାଞ୍ଚଲ୍ୟକର ଖୁଲାସା ସାମ୍ନାକୁ ଆସୁଛି। ଦିଲ୍ଲୀରେ ହୋଇଥିବା ଆତ୍ମଘାତୀ ଆକ୍ରମଣ ଘଟଣାରେ ତଦନ୍ତକାରୀ ଦଳ ଆଉ ଜଣେ କାଶ୍ମୀର ଯୁବକଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଦ୍ୱିତୀୟ ସନ୍ଦିଗ୍ଧ ବ୍ୟକ୍ତି ହେଉଛନ୍ତି ଜାସିର ବିଲାଲ ୱାନି, ଓରଫ ଡାନିସ୍। ସେ ଜମ୍ମୁ - କାଶ୍ମୀରର ଅନନ୍ତନାଗ ଜିଲ୍ଲା କାଜିଗୁଣ୍ଡର ବାସିନ୍ଦା ।
Delhi Blast : ଦିଲ୍ଲୀ ବିସ୍ଫୋରଣ ଘଟଣା : କୁଆଡେ ଗଲା ଲାଲ୍ EcoSport କାର୍
ଏନଆଇଏ କହିଛି, ଡାନିସ୍ ଆତ୍ମଘାତୀ ବିସ୍ଫୋରଣକାରୀ ଉମରର ଘନିଷ୍ଠ ସହଯୋଗୀ । ଏନଆଇଏ ଦଳ କାଶ୍ମୀରରେ ମାମଲାର ତଦନ୍ତ କରୁଥିବା ସମୟରେ ଦାନିଶକୁ ଶ୍ରୀନଗରରେ ଗିରଫ କରାଯାଇଥିଲା।ଏନଆଇଏ କହିଛି, ଡାନିସ୍, ଡ୍ରୋନରେ ଆବଶ୍ୟକୀୟ ପରିବର୍ତ୍ତନ ଏବଂ ରକେଟ୍ ନିର୍ମାଣ କରିବାକୁ ଚେଷ୍ଟା କରୁଥିଲା। ସେ ସିରିଜ୍ ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲା । ଏଥିପାଇଁ ସେ ବୈଷୟିକ ତାଲିମ ପାଇଥିଲା । ତଦନ୍ତକାରୀ ସଂସ୍ଥା କହିଛି, ଡ୍ରୋନଗୁଡ଼ିକରେ କ୍ୟାମେରା ଏବଂ ବ୍ୟାଟେରି ଖଞ୍ଜା ହେଉଥିଲା । ଏହି ଡ୍ରୋନଗୁଡ଼ିକରେ ଶକ୍ତିଶାଳୀ ବୋମା ଲଗାଯିବାର ଥିଲା । ଏଗୁଡ଼ିକୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବିସ୍ଫୋରଣ କରିବା ପାଇଁ ବ୍ୟବହାର କରାଯାଇଥାନ୍ତା ।
ହମାସ୍ ଏବଂ ଆଇଏସ୍ ଭଳି ଆତଙ୍କବାଦୀ ଗୋଷ୍ଠୀ ସିରିଆ, ଇରାକ, ଇସ୍ରାଏଲ ଏବଂ ଆଫଗାନିସ୍ତାନରେ ସମାନ ଧରଣର ଆକ୍ରମଣ କରୁଛନ୍ତି । ଭାରତରେ ଏହି ମଡେଲକୁ ଅନୁକରଣ କରିବା ପାଇଁ ପ୍ରୟାସ କରିଥିଲେ ଆତଙ୍କୀ । ଏହି ଆକ୍ରମଣ ହମାସ୍ ଶୈଳୀରେ ଯୋଜନାବଦ୍ଧ ଥିଲା। ଡ୍ରୋନ୍ ଆକ୍ରମଣ ଏକ ବିପଦପୂର୍ଣ୍ଣ ପଦ୍ଧତି। ବିଶେଷଜ୍ଞଙ୍କ ମତରେ, ଏହି ଯୋଜନାରେ ଡ୍ରୋନକୁ ଦୂରରୁ ନିୟନ୍ତ୍ରଣ କରି ସିଧାସଳଖ ଟାର୍ଗେଟ୍ ଉପରେ ଖସାଇ ଦିଆଯାଏ। ଏହା କମ୍ ସମୟ ମଧ୍ୟରେ ଅଧିକ କ୍ଷତି ପହଞ୍ଚାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/18/lal-quila-blast-2025-11-18-14-51-28.jpg)