କନକ ବ୍ୟୁରୋ : ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ପ୍ରାଥମିକ ପର୍ଯ୍ୟାୟରେ ଆସନ୍ତା ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ସବୁ ବିଭାଗୀୟ ଅଧିକାରୀଙ୍କଠାରୁ ପ୍ରସ୍ତାବ ମଗାଯାଇଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଓ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ପାଇଁ ବଜେଟରେ ପ୍ରାଥମିକତା ଦିଆଯିବ । ସେପଟେ ବିରୋଧୀ ରାଜ୍ୟ ସରକାରଙ୍କ ବଡ଼ ବଜେଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

Advertisment

୨୦୨୬-୨୭ ବାର୍ଷିକ ବଜେଟକୁ ନେଇ ରାଜ୍ୟ ସରକାର କରିବେ ମାନସ ମନ୍ଥନ । ଜାନୁଆରୀ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ସବୁ ବିଭାଗୀୟ ସଚିବଙ୍କ ସହିତ ନିଜ ନିଜ ବିଭାଗର ବ୍ୟୟ ଅକଟଳକୁ ନେଇ ଆଲୋଚନା କରିବେ ଉନ୍ନୟନ କମିଶନର । କେଉଁ ବିଭାଗର ବଜେଟ୍ କେତେ ରହିବ, ସେନେଇ ବିଭାଗୀୟ ମୁଖ୍ୟମାନେ ଦେବେ ଆକ୍ସନ ପ୍ଲାନ । ଏଥିସହ ସବୁ ବିଭାଗୀୟ ମୁଖ୍ୟଙ୍କୁ ଅନ୍ତତଃ ୫ଟି ନୂଆ ଯୋଜନାର ପ୍ରସ୍ତାବ ଦେବାକୁ କୁହାଯାଇଛି । ଯୋଜନା ଓ ସଂଯୋଜନ ବିଭାଗ ଏ ବାବଦରେ ସବୁ ବିଭାଗୀୟ ସଚିବଙ୍କୁ ଚିଠି କରିଛି ।

ଅଧିକ ପଢ଼ନ୍ତୁ : କାହିଁକି ଫେବ୍ରୁଆରି ୧ରେ ଆଗତ ହେଉଛି ବଜେଟ୍ ? କାରଣ ଆପଣ ଜାଣିଛନ୍ତି କି ?

ସରକାର ବଡ଼ ବଜେଟ୍‌ ପାଇଁ ଯୋଜନା କରୁଥିବା ବେଳେ ଖର୍ଚ୍ଚର ହିସାବ ମାଗିଛନ୍ତି ବିରୋଧୀ । ନିର୍ଦ୍ଧାରିତ ସମୟରେ ସରକାର ଟଙ୍କା ଖର୍ଚ୍ଚ କରିପାରୁନାହାନ୍ତି । ଯେଉଁଥିପାଇଁ ସବୁ ଜିଲ୍ଲାରେ ବିକାଶ କାମ ଠପ୍‌ ହୋଇଯାଇଥିବା ବିରୋଧୀ ଅଭିଯୋଗ କରିଛନ୍ତି । ଫେବୃଆରୀ ପହିଲାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ତେବେ ଗତ ବଜେଟ୍‌ଠାରୁ ଏଥର ବଜେଟ୍‌ର କଳେବର କେତେ ବଢୁଛି, ତାହା ଦେଖିବାର କଥା । ପୂର୍ବରୁ ସରକାର ବଜେଟ ନେଇ ଲୋକଙ୍କ ମତାମତ ଲୋଡ଼ିଥିଲେ ।