Sheikh Hasina Verdict Today : ଶେଖ୍‌ ହସିନାଙ୍କୁ ଦିଆଯିବ କି ଦଣ୍ଡ ?

ରାୟର ଗୋଟିଏ ଦିନ ପୂର୍ବରୁ, ହସିନାଙ୍କ ଦଳ, ଆୱାମୀ ଲିଗ୍, ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରିଛି । ଏହି ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗ୍‌ର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି

Sheikh Hasina

Sheikh Hasina Photograph: (Kanak News)

କନକ ବ୍ୟୁରୋ: ବାଂଲାଦେଶରେ ରାଜନୈତିକ ଉତ୍ତେଜନା ଏବେ ଚରମ ସୀମାରେ ପହଞ୍ଚିଛି । ଅନ୍ତରାଷ୍ଟ୍ରୀୟ ଅପରାଧ ଟ୍ରିବ୍ୟୁନାଲ୍ (ICT) ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ରାୟ ଦେବାକୁ ଯାଉଛନ୍ତି । ରାୟର ଗୋଟିଏ ଦିନ ପୂର୍ବରୁ, ହସିନାଙ୍କ ଦଳ, ଆୱାମୀ ଲିଗ୍, ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରିଛି । ଏହି ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗ୍‌ର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ଏବଂ ସୁରକ୍ଷ। ବ୍ୟବସ୍ଥା ବଢ଼ାଇଦିଆଯାଇଛି ।

ଆହୁରି ପଢ଼ନ୍ତୁ : ଅଶାନ୍ତ ବାଂଲାଦେଶ, ଢାକାରେ ଲକ୍‌ଡାଉନ୍ :  ଆସନ୍ତା ୧୭ ତାରିଖରେ ଆସିବ ଶେଖ ହସିନା ବିରୋଧରେ ମାମଲାର ରାୟ

ଏହାରି ଭିତରେ ଶେଖ୍ ହସିନାଙ୍କ ଏକ ଅଡିଓ କ୍ଲିପ୍‌ ସାମନାକୁ ଆସିଛି । ଯେଉଁଥିରେ ସେ ତାଙ୍କ ସମର୍ଥକମାନଙ୍କୁ ରାସ୍ତାରେ କରୁଥିବା ବିରୋଧ ପ୍ରଦର୍ଶନକୁ ଆହୁରି ତୀବ୍ର କରିବାକୁ ଅନୁରୋଧ କରାଯାଉଛି । ବାର୍ତ୍ତାର କିଛି ସମୟ ପରେ, ଢାକାରେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (IED) ବିସ୍ଫୋରଣ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ସୂଚନା ମିଳିଛି । ମିଳିଥିବା ସୂଚନା ମୁତାବକ, ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ସୈୟଦା ରିଜୱାନା ହାସନଙ୍କ ଘର ବାହାରେ ଦୁଇଟି ବିସ୍ଫୋରଣ ହୋଇଥିବା ବେଳେ କରୱାନ୍ ବଜାର ଅଞ୍ଚଳରେ ଆଉ ଏକ ବିସ୍ଫୋରଣ ହୋଇଛି । ସୌଭାଗ୍ୟବଶତଃ, ଏହି ବି‌ସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି।

ହିଂସା ବୃଦ୍ଧି କଲେ ଗୁଳିମାଡ଼ ?

ଉତ୍ତେଜନା ରୋକିବା ପାଇଁ, ଢାକା ପୁଲିସ କମିସନର ଶେଖ ମହମ୍ମଦ ସଜ୍ଜାଦ ଅଲ୍ଲୀ ପୁଲିସ୍‌ ଅଧିକାରୀମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପୁଲିସ ଉପରେ ଆକ୍ରମଣ କରୁଥିବା କିମ୍ବା ହିଂସାକୁ ଉସୁକାଉଥିବା ଯେକୌଣସି ବ୍ୟକ୍ତିଙ୍କ ଉପରେ ଗୁଳି ଚାଳନା କରାଯିବ । କୋର୍ଟଙ୍କ ରାୟ ଆସିବା ପୂର୍ବରୁ ଢାକାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି ।

ଆହୁରି ପଢ଼ନ୍ତୁ : ଅଶାନ୍ତ ବାଂଲାଦେଶ, ଢାକାରେ ଲକ୍‌ଡାଉନ୍ :  ଆସନ୍ତା ୧୭ ତାରିଖରେ ଆସିବ ଶେଖ ହସିନା ବିରୋଧରେ ମାମଲାର ରାୟ

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ବାଂଲାଦେଶର ଅନ୍ତରୀଣ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସହ ୯୬ ଜଣଙ୍କ ପାସପୋର୍ଟ ରଦ୍ଦ କରିଥିଲେ । ସ୍ଥାନୀୟ ବାଂଲାଦେଶୀ ଗଣମାଧ୍ୟମ ଅନୁସାରେ, ଜୁଲାଇରେ ଆନ୍ଦୋଳନ ସମୟରେ ମୃତ୍ୟୁ ଏବଂ ଦେଶ ଛାଡିବା ଘଟଣାରେ ସମ୍ପୃକ୍ତି ଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏହାବ୍ୟତୀତ ହସିନା ଓ ଅନ୍ୟ ୧୧ ଜଣଙ୍କ ବିରୋଧରେ ଅନ୍ତର୍ଜାତୀୟ ଅପରାଧ ଟ୍ରିବ୍ୟୁନାଲ (ଆଇସିଟି) ଗିରଫ ପରୱାନା ଜାରି କରିଥିଲେ । 

ହସିନାଙ୍କ ସମେତ ସମସ୍ତ ଅଭିଯୁକ୍ତ ପକ୍ଷଙ୍କୁ ଗିରଫ ଓ ହାଜର କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ । ଆଇସିଟିର ଅଧ୍ୟକ୍ଷ ଜଷ୍ଟିସ ମହମ୍ମଦ ଗୋଲମ ମୁର୍ତୁଜା ମୋଜୁମଦାର ଏକ ୱାରେଣ୍ଟ ଜାରି କରି ଏହାର ତଦନ୍ତ ଉପରେ ଗୁରୁତ୍ୱରୋପ କରିଥିଲେ । ଅଭିଯୁକ୍ତମାନଙ୍କୁ ଗିରଫ କରି ଟ୍ରିବ୍ୟୁନାଲରେ ହାଜର କରିବା ପାଇଁ ପୁଲିସ ମହାନିରୀକ୍ଷକଙ୍କୁ ଦାୟିତ୍ୱ ଦିଆଯାଇଥିଲା । ଅଗଷ୍ଟ ୨୦୨୪ରେ ଆୱାମୀ ଲିଗ୍ ନେତୃତ୍ବାଧୀନ ସରକାର ପତନ ପରେ ହସିନା ସରକାର ବିରୋଧୀ ଆନ୍ଦୋଳନ ମଧ୍ୟରେ ଭାରତ ପଳାଇ ଆସିଥିଲେ, ଜୁଲାଇ ଓ ଅଗଷ୍ଟ ମାସରେ ହୋଇଥିବା ଆନ୍ଦୋଳନ ସମୟରେ ଗଣହତ୍ୟା ଓ ମାନବିକତା ବିରୋଧୀ ଅପରାଧ ଅଭିଯୋଗ ତାଙ୍କ ବିରୋଧରେ ଆଇନଗତ ତଦନ୍ତକୁ ଜୋରଦାର କରିଥିଲା ବାଂଲାଦେଶର ଅନ୍ତରୀଣ ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe