କନକ ବ୍ୟୁରୋ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ହତ୍ୟା ଓ ମାନବତା ବିରୋଧୀ ଅପରାଧ ମାମଲାରେ ଆଜି ଆନ୍ତର୍ଜାତିକ ଅପରାଧ ଟ୍ରିବ୍ୟୁନାଲ୍ ରାୟ ପ୍ରକାଶର ତାରିଖ ଘୋଷଣା କରିଛନ୍ତି । ନଭେମ୍ବର ୧୭ ତାରିଖରେ ହସିନାଙ୍କ ଉପରେ ରାୟ ଦେବେ ଟ୍ରିବ୍ୟୁନାଲ୍ । ଘୋଷଣା ପୂର୍ବରୁ ହିଁ ସମଗ୍ର ବାଂଲାଦେଶରେ ରାଜନୈତିକ ଉତ୍ତେଜନା ବଢ଼ିବାରେ ଲାଗିଛି ।
ଅଧିକ ପଢନ୍ତୁ : ରୁଷ୍ଠାରୁ ଭାରତର ତେଲ କିଣା ବନ୍ଦ, ଏଥର ଟାରିଫ କମାଇବ ଆମେରିକା !
ଗତ କିଛି ଦିନ ଧରି ରାଜଧାନୀ ଢାକା ଏବଂ ଆଖପାଖ ସହରମାନଙ୍କରେ ବିକ୍ଷୋଭକାରୀ ନିଆଁ ଲଗାଇଛନ୍ତି ଓ ବୋମା ବିସ୍ଫୋରଣ ଭଳି ହିଂସାକାଣ୍ଡ ଘଟାଇଛନ୍ତି । ଶେଖ ହାସିନାଙ୍କ ପୂର୍ବତନ ଦଳ ଆୱାମୀ ଲିଗ୍ ପକ୍ଷରୁ ଦେଶବ୍ୟାପୀ 'ଲକ୍ଡାଉନ୍' ପାଳନ ପାଇଁ ଡାକରା ଦେଇଛି । ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଢାକା ସମେତ ସାରା ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପୋଲିସ୍, ସେନା ଓ ବର୍ଡର ଗାର୍ଡଙ୍କୁ ମୁତୟନ କରାଯାଇଛି। ପ୍ରସିକ୍ୟୁସନ୍ ପକ୍ଷରୁ ଶେଖ ହାସିନାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ବାଂଲାଦେଶର ରାଜନୀତି କେଉଁ ମୋଡ଼ ନେବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।
ଅଧିକ ପଢନ୍ତୁ : ଦିଲ୍ଲୀ ବିସ୍ଫୋରଣ ଘଟାଇଥିଲା ଆତଙ୍କୀ ଉମର; ଡିଏନ୍ଏ ପରୀକ୍ଷାରୁ ସାମ୍ନାକୁ ଆସିଲା ସତ
ସେପଟେ ଭାରତୀୟ ଗଣମାଧ୍ୟମକୁ ହସିନା ପ୍ରତିକ୍ରିୟା ଦେଇ କହିଛନ୍ତି, ଢାକାରେ ଛାତ୍ରମାନଙ୍କର ଶାନ୍ତିପୂର୍ଣ୍ଣ ପ୍ରତିବାଦ ହଠାତ୍ ହିଂସାତ୍ମକ ହୋଇଗଲା, କୋଟା ବ୍ୟବସ୍ଥା ବିରୁଦ୍ଧରେ ଛାତ୍ରମାନଙ୍କ ଦ୍ୱାରା ପ୍ରତିବାଦ ନୁହେଁ ବରଂ ଚରମପନ୍ଥୀ ଗୋଷ୍ଠୀମାନେ ଉସୁକାଇଥିଲେ । ଭାରତ ଆମର ପ୍ରକୃତ ବନ୍ଧୁ । ମୁଁ ଭାରତ ଏବଂ ଏହାର ଲୋକଙ୍କ ପ୍ରତି କୃତଜ୍ଞ । ଆୱାମି ଲିଗ୍ କୌଣସି ଗୋଟିଏ ପରିବାରର ଦଳ ନୁହେଁ, ବରଂ ଏହା ବାଂଲାଦେଶର ଲୋକଙ୍କ ସ୍ୱର । ମୁଁ ଭାରତ ଏବଂ ଆଞ୍ଚଳିକ ଦେଶମାନଙ୍କୁ ୟୁନୁସଙ୍କୁ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ଦାବି ଜାରି ରଖିବାକୁ ନିବେଦନ କରୁଛି । ବାଂଲାଦେଶକୁ ରକ୍ଷା କରିବାର ଏହା ହିଁ ଏକମାତ୍ର ଉପାୟ । ଶେଖ ହସିନା ତାଙ୍କ ବିରୋଧରେ ଥିବା ଅଭିଯୋଗଗୁଡ଼ିକୁ ମନଗଢ଼ା ବୋଲି କହିଛନ୍ତି ଏବଂ ତାଙ୍କ ବିରୋଧରେ ଥିବା ସମ୍ପୂର୍ଣ୍ଣ ମାମଲାକୁ ଏକ ରାଜନୈତିକ ଷଡ଼ଯନ୍ତ୍ର । ହସିନା ଅଭିଯୋଗ କରିଛନ୍ତି ଯେ ତାଙ୍କ ମାମଲା ଶୁଣାଉଥିବା ଟ୍ରିବ୍ୟୁନାଲ ନିରପେକ୍ଷ ନୁହେଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/13/bangladesh-2025-11-13-21-25-32.jpg)