Sheikh Hasina Photograph: (Kanak News)
କନକ ବ୍ୟୁରୋ: ବାଂଲାଦେଶରେ ହିଂସା ନେଇ ମଧ୍ୟବର୍ତ୍ତୀ ସରକାରଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦାୟୀ କରିଛନ୍ତି । ମଧ୍ୟବର୍ତ୍ତୀ ସରକାର ଦେଶରେ ଆଇନଶୃଙ୍ଖଳା ରକ୍ଷା କରିବାରେ ବିଫଳ ହୋଇଥିବା ହସିନା ଅଭିଯୋଗ କରିଛନ୍ତି । ବାଂଲାଦେଶରେ ଛାତ୍ରନେତା ସରିଫ୍ ଓସମାନ ହାଦିଙ୍କୁ ହତ୍ୟାର ପ୍ରତିବାଦରେ ହାଦିଙ୍କ ସମର୍ଥକମାନେ ଦେଶରେ ବ୍ୟାପକ ହିଂସା ଘଟାଇଛନ୍ତି । ବ୍ୟାପକ ଭଙ୍ଗାରୁଜା ଓ ଜଳାପୋଡ଼ା ହୋଇଛି । ହିଂସାକୁ ନିୟନ୍ତ୍ରଣ କରାଯାଇପାରୁନାହିଁ । ଆନ୍ଦୋଳନକାରୀ ହିନ୍ଦୁଙ୍କୁ ଟାର୍ଗେଟ୍ କରୁଛନ୍ତି । ଭାରତୀୟ ଦୂତାବାସ ଉପରେ ମଧ୍ୟ ଆକ୍ରମଣ ହୋଇଛି । ଏହାକୁ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ-ଆରଏସଏସ୍ ମୁଖ୍ୟ ମୋହନ ଭାଗବତ ମଧ୍ୟ ନିନ୍ଦା କରିଛନ୍ତି । ବାଂଲାଦେଶରେ ଥିବା ହିନ୍ଦୁମାନେ ଏକତା ରକ୍ଷା କରିବା ପାଇଁ ଆହ୍ବାନ ଦେଇଛନ୍ତି ମୋହନ ଭାଗବତ ।
ଧୁରନ୍ଧରରେ ଝଡ ସୃଷ୍ଟି କରିବା ପରେ ‘ବର୍ଡର -୨’ରେ ନଜର ଆସିବେ ଅକ୍ଷୟ ଖାନ୍ନା, ୨୮ ବର୍ଷ ପରେ ଏକାଠି ହେବେ ସନ୍ନି ଏବଂ ଅକ୍ଷୟ
ବାଂଲାଦେଶ ସରକାରଙ୍କୁ ନିନ୍ଦା
କଡ଼ା ନିନ୍ଦା କଲେ ଶେଖ୍ ହସିନା
ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା
‘ସରକାର ଆଇନଶୃଙ୍ଖଳା ରକ୍ଷାରେ ଅକ୍ଷମ’
ବାଂଲାଦେଶରେ ଥିବା ହିନ୍ଦୁଙ୍କୁ ଆହ୍ବାନ
ଆହ୍ବାନ ଦେଲେ ଆରଏସଏସ୍ ମୁଖ୍ୟ
ହିନ୍ଦୁମାନେ ଏକଜୁଟ୍ ରହିବା ପାଇଁ ଭାଗବତଙ୍କ ଆହ୍ବାନ
Follow Us