କନକ ବ୍ୟୁରୋ : ଅଶାନ୍ତ ବାଂଲାଦେଶ । ଗୋଟିଏ ଦିନ ଶାନ୍ତ ରହିବା ପରେ ପୁଣି ହିଂସାରେ ଜଳିଛି ବାଂଲାଦେଶ । ଶନିବାର ରାତିରେ ଢାକା ସମେତ ବିଭିନ୍ନ ସହରରେ ହିଂସା କରିଛନ୍ତି ଉପଦ୍ରବୀ । ସେପଟେ ବାଂଲାଦେଶ ନ୍ୟାଶନାଲ ପାର୍ଟି ବା ବିଏନପି ନେତାଙ୍କ ଘର ଜାଳିପୋଡି ଦେବା ସହ ୭ବର୍ଷର ଝିଅକୁ ହତ୍ୟା କରିବାକୁ ପଛାଇନାହାନ୍ତି ଉପଦ୍ରବୀ । ସୂଚନା ଅନୁସାରେ ଲକ୍ଷ୍ମୀପୁର ସଦର ଉପ-ଜିଲ୍ଲାର ଭବାନୀଗଞ୍ଜ ୟୁନିଅନ ଅନ୍ତର୍ଗତ ପଶ୍ଚିମ ଚାର ମାନସା ଗାଁରେ ଏହି ଘଟଣା ଘଟିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ଦିନ ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ପୋଲିସ କହିଛି ଯେ ପୀଡିତ ବ୍ୟକ୍ତି ହେଉଛନ୍ତି ବେଲାଲ ହୋସେନ, ଜଣେ ବିଏନପି ନେତା ଏବଂ ବ୍ୟବସାୟୀ । ଡେଲି ଷ୍ଟାର ରିପୋର୍ଟ କରିଛି ଯେ ବେଲାଲ ହୋସେନ ହେଉଛନ୍ତି ଭବାନୀଗଞ୍ଜ ୟୁନିଅନ ବିଏନପିର ସହାୟକ ସଂଗଠନ ସମ୍ପାଦକ । ତାଙ୍କ ଘରେ ନିଆଁ ଲଗାଯିବା ପରେ ଘରେ ଥିବା ୪ଜଣ ସଦସ୍ୟଙ୍କ ଭିତରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭ବର୍ଷର ଝିଅର ମୃତ୍ୟୁ ହୋଇଛି । ନିକଟରେ ଛାତ୍ରନେତା ଓସମାନ ହାଦୀକୁ ଗୁଳି କରି ହତ୍ୟା କରାଯିବା ପରେ ଉଠୁଛି ପଡୁଛି ବାଂଲାଦେଶ । ୨ଦିନ ଧରି ଢ଼ାକା ସମେତ ବିଭିନ୍ନ ସହରରେ ହାଦୀର ସମର୍ଥକ ଉତ୍ପାତ କରିଥିବାବେଳେ ନେତାଙ୍କଠୁ ନେଇ ମିଡିଆ କାର୍ୟ୍ୟାଳୟକୁ ଜାଳିଥିଲେ ।
ଅଧିକ ପଢ଼ନ୍ତୁ : ବାଂଲାଦେଶରେ ତେଜୁଛି ଭାରତ ବିରୋଧୀ ହିଂସା: ଟାର୍ଗେଟ୍ରେ ଭାରତୀୟ ଦୂତାବାସ
ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ଦିନ ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ପୋଲିସ କହିଛି ଯେ ପୀଡିତ ବ୍ୟକ୍ତି ହେଉଛନ୍ତି ବେଲାଲ ହୋସେନ, ଜଣେ ବିଏନପି ନେତା ଏବଂ ବ୍ୟବସାୟୀ। ଡେଲି ଷ୍ଟାର ରିପୋର୍ଟ କରିଛି ଯେ ବେଲାଲ ହୋସେନ ହେଉଛନ୍ତି ଭବାନୀଗଞ୍ଜ ୟୁନିଅନ ବିଏନପିର ସହାୟକ ସଂଗଠନ ସମ୍ପାଦକ।ତାଙ୍କ ଘରେ ନିଆଁ ଲଗାଯିବା ପରେ ଘରେ ଥିବା ୪ଜଣ ସଦସ୍ୟଙ୍କ ଭିତରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ୭ବର୍ଷର ଝିଅର ମୃତ୍ୟୁ ହୋଇଛି । ନିକଟରେ ଛାତ୍ରନେତା ଓସମାନ ହାଦୀକୁ ଗୁଳି କରି ହତ୍ୟା କରାଯିବା ପରେ ଉଠୁଛି ପଡୁଛି ବାଂଲାଦେଶ ।
ଅଧିକ ପଢ଼ନ୍ତୁ : ବାଂଲାଦେଶରେ ଅସୁରକ୍ଷିତ ଭାରତୀୟ ହାଇକମିସନର; ଦୂତାବାସ ବାହାରେ ପ୍ରଦର୍ଶନ, ଢାକାକୁ ଭାରତର ତଲବ
୨ଦିନ ଧରି ଢ଼ାକା ସମେତ ବିଭିନ୍ନ ସହରରେ ହାଦୀର ସମର୍ଥକ ଉତ୍ପାତ କରିଥିବାବେଳେ ନେତାଙ୍କଠୁ ନେଇ ମିଡିଆ କାର୍ୟ୍ୟାଳୟକୁ ଜାଳିଥିଲେ । ଗତକାଲିର ଭୀଷଣ ହିସାଂ ଦେଖି ଆଜି ଢାକାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସମସ୍ତ ଗୁରୁତ୍ବପୂର୍ଣ୍ଣ ରାସ୍ତା ବନ୍ଦ ରଖାଯାଇଥିବା ବେଳେ ଡ୍ରୋନ୍ ନିଷିଦ୍ଧ କରାଯାଇଛି। ସମସ୍ତ ସମ୍ଭେଦନଶୀଳ ଅଂଚଳରେ ପୁଲିସ ସୁରକ୍ଷା କଡ଼ାକଡ଼ି ହୋଇଛି। ଆଜି ମଧ୍ୟ ହଜାର ହଜାର ଜନତା କଟକଣାକୁ ବେଖାତିର କରି ଭାରତ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/21/bangladesh-2025-12-21-14-34-13.jpg)