Vladimir Putin Photograph: (Kanak News)
କନକ ବ୍ୟୁରୋ : ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଆଜି ଦ୍ୱିତୀୟ ତଥା ଶେଷ ଦିନ । ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ସ୍ୱାଗତ କରିଥିଲେ । ଏହି ସମୟରେ ପିଏମ୍ ହାଉସରେ ଏକ ଘରୋଇ ରାତ୍ରିଭୋଜନ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ପୁଟିନଙ୍କ ମଧ୍ୟରେ ଥିବା ବିଶେଷ ସମ୍ପର୍କ ବିଶ୍ୱର ଅନେକ ଦେଶ ପାଇଁ ଗର୍ବର ବିଷୟ ହେବ । ଆଜି ମଧ୍ୟ ପୁଟିନ ଦିଲ୍ଲୀରେ ରହିବେ । ଭାରତ ଗସ୍ତର ଦ୍ୱିତୀୟ ଦିନ ମଧ୍ୟ ବ୍ୟସ୍ତବହୁଳ ରହିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟ ତାଙ୍କର ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି ।
ଅଧିକ ପଢ଼ନ୍ତୁ : ଦିଲ୍ଲୀରେ ପହଞ୍ଚିଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ; ପାଲମ ବିମାନବନ୍ଦରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ପୁଟିନଙ୍କ କାର୍ଯ୍ୟସୂଚୀ
- ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ।
- ତିନି ସେନା ପକ୍ଷରୁ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ ।
- ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
- ହାଇଦ୍ରାବାଦ ହାଉସ୍ରେ ଦ୍ୱିପାକ୍ଷିକ ଓ ପ୍ରତିନିଧି ସ୍ତରୀୟ ଆଲୋଚନା କରିବେ ।
- ବୈଠକରେ କିଛି ପ୍ରମୁଖ ବ୍ୟବସାୟୀ ମଧ୍ୟ ଯୋଗଦେବାର ସମ୍ଭାବନା ।
- ପ୍ରତିରକ୍ଷା ସହଯୋଗ ବୃଦ୍ଧି, ବାହ୍ୟ ଚାପରୁ ଦ୍ୱିପାକ୍ଷିକ ବାଣିଜ୍ୟକୁ ସୁରକ୍ଷିତ କରିବା ଉପରେ ଗୁରୁତ୍ବ ।
- ଛୋଟ ‘ମଡ୍ୟୁଲାର ରିଆକ୍ଟର’ କ୍ଷେତ୍ରରେ ସମ୍ଭାବ୍ୟ ସହଯୋଗିତା ଉପରେ ଗୁରୁତ୍ୱ ।
- ଆଲୋଚନା ଉପରେ ପାଶ୍ଚାତ୍ୟ ଦେଶମାନେ ତୀକ୍ଷ୍ଣ ନଜର ରଖିବେ ।
- ହାଇଦ୍ରାବାଦ ହାଉସ୍ରେ ପୁଟିନ ଓ ତାଙ୍କ ପ୍ରତିନିଧିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ଆୟୋଜନ କରିବେ ପ୍ରଧାନମନ୍ତ୍ରୀ ।
- ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରୀ (ଫିକି) ଏବଂ ରସ୍ କଂଗ୍ରେସର ମିଳିତ ଆୟୋଜନରେ ବ୍ୟବସାୟିକ କାର୍ଯ୍ୟକ୍ରମରେ ମୋଦି ଓ ପୁଟିନ ଯୋଗଦେବେ ।
- ପୁଟିନ ରୁଷ୍ର ସରକାରୀ ପ୍ରସାରକଙ୍କ ଭାରତ ଚ୍ୟାନେଲ ଆରମ୍ଭ କରିବେ ।
- ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଆୟୋଜିତ ନୈଶ ଭୋଜିରେ ଯୋଗଦେବେ ।
- ରାତି ୯ଟାରେ ମସ୍କୋ ଫେରିଯିବେ ପୁଟିନ୍ ।
୨୩ତମ ଭାରତ-ରୁଷ ଶିଖର ସମ୍ମିଳନୀ ପରେ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ରାଜିନାମା ସ୍ୱାକ୍ଷରିତ ହେବାର ସମ୍ଭାବନା ରହିଛି । ୟୁକ୍ରେନରେ ଯୁଦ୍ଧର ଅବସାନ ପାଇଁ ଆମେରିକାର ନୂତନ ପ୍ରୟାସ ମଧ୍ୟରେ ରୁଷୀୟ ନେତା ଭାରତ ଗସ୍ତରେ ଆସୁଛନ୍ତି । ତେଣୁ ଏହି ପ୍ରସଙ୍ଗରେ ମଧ୍ୟ ଶିଖର ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି । ଏହି ସମ୍ମିଳନୀରେ ଭାରତ ରୁଷୀୟ ଅଶୋଧିତ ତୈଳର ବ୍ୟାପକ କ୍ରୟ ଯୋଗୁ ବୃଦ୍ଧି ପାଉଥିବା ବାଣିଜ୍ୟ ନିଅଣ୍ଟ ପ୍ରସଙ୍ଗ ଉଠାଇବାର ସମ୍ଭାବନା ରହିଛି । ରୁଷରୁ ଅଶୋଧିତ ତୈଳ କିଣିବା ପାଇଁ ଭାରତ ଉପରେ ଆମେରିକାର କଟକଣା କିଭଳି ପ୍ରଭାବ ପକାଇବ ସେ ନେଇ ମଧ୍ୟ ଏହି ସମ୍ମିଳନୀରେ ଆଲୋଚନା ହେବାର ସମ୍ଭାବନା ରହିଛି ।
ଭାରତ- ରୁଷ୍ ମଧ୍ୟରେ ହେବ ବଡ଼ ଡିଲ୍
- ପ୍ରତିରକ୍ଷା ସମ୍ପର୍କର ସମୀକ୍ଷା ସମ୍ଭାବନା
- ଏସ୍-୪୦୦ ବକେୟା ୟୁନିଟ୍ ହସ୍ତାନ୍ତର
- ଋଷିଆଠାରୁ ନୂଆ ଏସ୍-୫୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବ ଭାରତ
- ରୁଷୀୟ ସୁଖୋଇ-୫୭ ଯୁଦ୍ଧ ବିମାନ ଯୋଗାଇବା ନେଇ ଆଲୋଚନା
- ସୁଖୋଇ-୩୦ ଯୁଦ୍ଧ ବିମାନର ଆଧୁନିକୀକରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାମରିକ ଉପକରଣ କିଣିବା ନେଇ ଆଲୋଚନା
- ବ୍ୟବସାୟିକ ସମ୍ପର୍କକୁ ନୂଆ ଶିଖରକୁ ନେବା ଲାଗି ଆଲୋଚନା ହୋଇପାରେ
- ରୁଷକୁ ଭାରତୀୟ ସାମଗ୍ରୀ ରପ୍ତାନୀ ବୃଦ୍ଧି କରିବାର ସମ୍ଭାବନା
- ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା ଶେଷ କରିବା ଉପରେ ଆଲୋଚନା
- ଭାରତ ଓ ରୁଷ୍ ନିଜସ୍ବ ମୁଦ୍ରାରେ ବାଣିଜ୍ୟ ବ୍ୟବସ୍ଥା ଲାଗୁ କରିବା ଉପରେ ବିଚାର କରିପାରନ୍ତି
- ଦୁଇ ଦେଶ ୧୦ ଲକ୍ଷ ଭାରତୀୟ କୁଶଳୀ ପ୍ରଫେସନାଲଙ୍କୁ ନିଯୁକ୍ତି ଦେବା ପାଇଁ ଏକ ଲେବର ମୋବିଲିଟି ଚୁକ୍ତି କରିପାରନ୍ତି
- ଶକ୍ତି, ଜଳବାୟୁ ପରିବର୍ତ୍ତନ, ନୂତନ ଶକ୍ତି, ବିପର୍ଯ୍ୟୟ ପରିଚାଳନା ନବୀକରଣ ହୋଇପାରେ
- ଶିକ୍ଷା କ୍ଷେତ୍ରରେ ରୁଷ୍ ସହିତ ଅନେକ ନୂଆ ଚୁକ୍ତି କିମ୍ବା ପୁରୁଣା ଚୁକ୍ତିକୁ ନବୀକରଣ କରାଯାଇପାରେ
Follow Us