କନକ ବ୍ୟୁରୋ : ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ଦିଲ୍ଲୀ ପାଲମ୍ ବିମାନ ବନ୍ଦରରେ ପୁଟିନଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ବିମାନବନ୍ଦରକୁ ଯାଇ ପୁଟିନଙ୍କୁ ସ୍ୱାଗତ କରିଛନ୍ତି । ପୁଟିନ ଦୁଇଦିନିଆ ଭାରତ ଗସ୍ତରେ ଆସିଛନ୍ତି । ରୁଷ୍ ଓ ଭାରତ ପାରମ୍ପରିକ ବନ୍ଧୁ ଭାବେ ଜଣାଶୁଣା । ତାଙ୍କ ଗସ୍ତକାଳରେ ଭାରତ ଓ ରୁଷ ମଧ୍ୟରେ ଶିଖର ସମ୍ମିଳନୀ ସହ ବହୁ ଚୁକ୍ତି ସ୍ୱାକ୍ଷର ହେବ ।

Advertisment

ପୁଟିନଙ୍କ ପାଇଁ ମୋଦୀ ନୈଶଭୋଜି ଆୟୋଜନ କରିଛନ୍ତି । ପୁଟିନ ବହୁ କାର୍ଯ୍ୟକ୍ରମରେ ଯୋଗଦେବେ । ପୁଟିନଙ୍କ ସହ ରୁଷର ବହୁ ମନ୍ତ୍ରୀ ଓ ଅଧିକାରୀ ଭାରତ ଗସ୍ତରେ ଆସିଛନ୍ତି । ପୁଟିନଙ୍କ ରହଣିଠୀରୁ ଆରମ୍ଭ କରି ସବୁ କାର୍ଯ୍ୟକ୍ରମ ପାଇଁ ଦିଲ୍ଲୀରେ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷା ପାଇଁ ରୁଷରୁ ସ୍ୱତନ୍ତ୍ର ସୁରକ୍ଷା ଅଧିକାରୀ ପୂର୍ବରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ।

ଅଧିକ ପଢ଼ନ୍ତୁ : କିଛି ସମୟ ପରେ ନୂଆଦିଲ୍ଲୀରେ ପହଞ୍ଚିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ସ୍ୱାଗତ ପାଇଁ ଜୋରଦାର ପ୍ରସ୍ତୁତି

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଭାରତ ଗସ୍ତରେ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଦୃଢ଼ ନେତୃତ୍ୱକୁ ପ୍ରଶଂସା କରିଛନ୍ତି । ପୁଟିନ କହିଛନ୍ତି, ମୋଦୀ ହେଉଛନ୍ତି ସେହି ନେତା ଯିଏ କାହାରି ଚାପରେ ଆସନ୍ତି ନାହିଁ । ତାଙ୍କ କହିବା ଅନୁଯାୟୀ, ଆମେରିକାର ଉଚ୍ଚ ଶୁଳ୍କ ଦେଇ ଚାପ ପକାଇବାର ଚେଷ୍ଟା ଭାରତ ଉପରେ କୌଣସି ପ୍ରଭାବ ପକାଇ ପାରିବ ନାହିଁ ।

ପୁଟିନଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ତାଙ୍କର ଦ୍ୱିପାକ୍ଷିକ ଆଲୋଚନା ଏବଂ ଭାରତ-ରୁଷ ସମ୍ପର୍କର ଭବିଷ୍ୟତ ବିଷୟରେ ମଧ୍ୟ ପଚରାଯାଇଥିଲା । ସାକ୍ଷାତକାର ସମୟରେ ପୁଟିନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱକୁ ପ୍ରଶଂସା କରି କହିଥିଲେ, ବିଶ୍ୱ ଭାରତର ଅଟଳ ନୀତି ଦେଖିଛି ଏବଂ ଦେଶ ଏହାର ନେତୃତ୍ୱ ଉପରେ ଗର୍ବ କରିବା ଉଚିତ । ପୁଟିନ ଏହା ମଧ୍ୟ କହିଛନ୍ତି ଭାରତ ଏବଂ ରୁଷ ମଧ୍ୟରେ ୯୦ ପ୍ରତିଶତରୁ ଅଧିକ ଦ୍ୱିପାକ୍ଷିକ କାରବାର ସଫଳତାର ସହ ସମାପ୍ତ ହୋଇଛି ।