କନକ ବ୍ୟୁରୋ : ଡିସେମ୍ବର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୧.୩୩ ପ୍ରତିଶତକୁ ବୃଦ୍ଧି ପାଇଛି । ଗତ ୩ ମାସ ମଧ୍ୟରେ ଏହା ସର୍ବାଧିକ । ନଭେମ୍ବରରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୦.୭୧ ପ୍ରତିଶତ, ଅକ୍ଟୋବରରେ ୦.୨୫ ପ୍ରତିଶତ ଭଳି ନିମ୍ନସ୍ତରରେ ରହିଥିଲା । ତାହା ପୂର୍ବରୁ ସେପ୍ଟେମ୍ବର ମାସରେ ଖୁଚୁରା ମୁଦ୍ରାସ୍ଫୀତି ୧.୪୪ ପ୍ରତିଶତ ସ୍ତରରେ ଥିଲା ।

Advertisment

ଅଧିକ ପଢ଼ନ୍ତୁ : ପେଟ୍ରୋଲ ପମ୍ପରେ ଖୋଲିବ ମାରୁତିର ସର୍ଭିସ ସେଣ୍ଟର

ଡିସେମ୍ବର ମାସରେ ଦେଶର ଖାଦ୍ୟ ମୁଦ୍ରାସ୍ଫୀତି କ୍ରମାଗତ ସପ୍ତମ ମାସ ପାଇଁ ବିଯୁକ୍ତାତ୍ମକ ରହିଥିଲେ ମଧ୍ୟ ଏହା ବିଯୁକ୍ତ ୨.୭୧ ପ୍ରତିଶତକୁ ବୃଦ୍ଧି ପାଇଛି । ନଭେମ୍ବରରେ ଏହା ବିଯୁକ୍ତ ୩.୯୧ ପ୍ରତିଶତ ରହିଥିଲା । ପର୍ସନାଲ କେୟାର ସାମଗ୍ରୀ, ପନିପରିବା, ମାଛ, ମାଂସ, ଅଣ୍ଡା, ମସଲା, ଶସ୍ୟ ଓ ଅନ୍ୟାନ୍ୟ ସାମଗ୍ରୀର ଦରବୃଦ୍ଧି କାରଣରୁ ଉଭୟ ଖୁଚୁରା ଓ ଖାଦ୍ୟ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ବୋଲି ରିପୋର୍ଟ ଉନ୍ମୋଚନ ସମୟରେ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।