କନକ ବ୍ୟୁରୋ : ଏଣିକି ପେଟ୍ରୋଲ ପମ୍ପଗୁଡ଼ିକରେ ମାରୁତି ସୁଜୁକି ଇଣ୍ଡିଆ ସର୍ଭିସ ସେଣ୍ଟର ଖୋଲିବ । ଏଥିପାଇଁ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ ଏବଂ ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ୍‌ (ଆଇଓସି) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ଦେଶର ବଛାବଛା ପେଟ୍ରୋଲ ପମ୍ପଗୁଡ଼ିକରେ ଏହି ସେଣ୍ଟର ସ୍ଥାପନ କରାଯିବ । କାର୍‌ ଗ୍ରାହକମାନେ ଗାଡ଼ିର ନିୟମିତ ରକ୍ଷଣାବେକ୍ଷଣ ସହିତ ଛୋଟକାଟିଆ ମରାମତି ଏବଂ ପ୍ରମୁଖ ସେବା ଏଠାରେ ପାଇପାରିବେ ।

Advertisment

ଅଧିକ ପଢ଼ନ୍ତୁ : ଭତ୍ତା ମିଳୁଛି ହଜାରେ, ଅଟୋବାଲା ନେଉଛି ଦୁଇଶହ! ହେଲେ ଆକାଉଣ୍ଟକୁ ଆସୁନି ଭତ୍ତା ଟଙ୍କା

ଦେଶରେ ଆଇଓସିଏଲ୍‌ର ୪୧ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ରହିଛି । ସଂପ୍ରତି ମାରୁତି ସୁଜୁକି ଇଣ୍ଡିଆର ଦେଶର ୨୮୮୨ଟି ସହରରେ ୫୭୮୦ଟି ସର୍ଭିସ ଷ୍ଟେସନ ରହିଛି । ପେଟ୍ରୋଲ ପମ୍ପଗୁଡ଼ିକରେ ମାରୁତି ସୁଜୁକି ଇଣ୍ଡିଆର ସର୍ଭିସ ସେଣ୍ଟର ଖୋଲିବା ଫଳରେ ଗାଡ଼ି ମାଲିକଙ୍କ ପାଇଁ ବିକ୍ରି ପରବର୍ତ୍ତୀ ସେବା ପାଇବା ସହଜ ହେବ ।